ଘୁମୁସର ଜିଲା ଦାବିରେ ଜୋରଦାର ହେବ ଆନ୍ଦୋଳନ

ଭଞ୍ଜନଗର,୧୯।୧୧(ଡି.ଏନ.ଏ): ୧୯୯୩ରେ ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜ୍ୟରେ ଜିଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି ଘୋଷଣା କରିଥିଲେ। ସେ ସମୟରେ କିନ୍ତୁ ଆଉ କିଛି ଅଞ୍ଚଳବାସୀ ସରକାରଙ୍କ ପାଖରେ ଜିଲା ପାଇଁ ଉପଯୁକ୍ତ ଦାବି ଉପସ୍ଥାପନ କରି ପାରି ନ ଥିଲେ। ସେଥିମଧ୍ୟରେ ଭଞ୍ଜନଗର ଉପଖଣ୍ଡବାସୀ ଘୁମୁସର ଜିଲା ପାଇଁ ଦାବି କରି ନିରାଶ ହୋଇଥିଲେ। କିନ୍ତୁ ଘୁମୁସରବାସୀ ଆଶା ନ ଛାଡ଼ି ଦୀର୍ଘ ୨୯ ବର୍ଷ ହେବ ମଝିରେ ମଝିରେ ଭଞ୍ଜନଗର ଉପଖଣ୍ଡର ୮ଟି ବ୍ଲକ ଓ ୫ଟି ଏନଏସିକୁ ନେଇ ଘୁମୁସର ଜିଲା ଘୋଷଣା ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି। ବିଜୁ ପଟ୍ଟନାୟକଙ୍କ ପୈତୃକ ବାସଭବନ ଭଞ୍ଜନଗର ସହରଠାରୁ ମାତ୍ର ୩ କି.ମି. ଦୂର ଘୁ.ନୂଆଗାଁରେ। ତାଙ୍କ ସମୟରେ ଘୁମୁସର ଜିଲା ଘୋଷଣା ହୋଇ ନ ଥିବା ବେଳେ ବର୍ତ୍ତମାନ ତାଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨ ବର୍ଷରୁ ଉର୍ଦ୍ଧ୍ୱ ଦିନ କ୍ଷମତାରେ ରହିବା ପରେ ବି ଅଞ୍ଚଳବାସୀଙ୍କ ଦାବିକୁ ଗୁରୁତ୍ୱ ଦେଉନାହାନ୍ତି। ଏପଟେ ବରଗଡ଼ ଜିଲା ପଦ୍ମପୁରବାସୀଙ୍କ ଦାବିକୁ ବିଚାରକୁ ନେଇଥିବାରୁ ଘୁମୁସରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଶାସକ ଦଳ ପଦ୍ମପୁର ଉପନିର୍ବାଚନକୁ ଆଖିଆଗରେ ରଖି ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଚାପରେ ମୁଖ୍ୟମନ୍ତ୍ରୀ ଆସନ୍ତା ୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ଜିଲା ମାନ୍ୟତା ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ ରାଜ୍ୟର ଅନ୍ୟ ଅଞ୍ଚଳରେ ସମାନ ଜିଲା ମାନ୍ୟତା ଦାବି ନେଇ ଆନ୍ଦୋଳନ ଜୋର ଧରିବାର ଆଶଙ୍କା ଦେଖାଦେଇଛି। ଏଥିରେ ଭଞ୍ଜନଗର ଅଞ୍ଚଳବାସୀ ମଧ୍ୟ ଘୁମୁସର ଜିଲା ଦାବି ଆନ୍ଦୋଳନକୁ ଜୋରଦାର କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଗୁରୁବାର ଭଞ୍ଜନଗର ବାର ଆସୋସିଏସନ କାର୍ଯ୍ୟକାରିଣୀ ବୈଠକରେ ଏଥିପାଇଁ ଆଲୋଚନା ହୋଇଛି। ଆଗାମୀ ଦିନରେ ଏନେଇ ବିଭିନ୍ନ ଅନୁଷ୍ଠାନକୁ ନେଇ ଆଲୋଚନା କରାଯିବା ପରେ ଆନ୍ଦୋଳନ କରାଯିବ ବୋଲି ସଭାପତି ନାୟକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟର ଏକ ବଡ ଉପଖଣ୍ଡ ହେଉଛି ଭଞ୍ଜନଗର। ଭୌଗଳିକ ଏବଂ ଲୋକସଂଖ୍ୟା ଦୃଷ୍ଟିରୁ କେତେକ ଜିଲା ଅପେକ୍ଷା ଭଞ୍ଜନଗର ଉପଖଣ୍ଡ ବଡ। ତଥାପି ଭଞ୍ଜନଗର ଉପଖଣ୍ଡକୁ ଜିଲା ଘୋଷଣା କରାଯାଉନାହିଁ। ଘୁମୁସର ଜିଲା ଘୋଷଣା ନେଇ ଅଧିକାଂଶ ପ୍ରକ୍ରିୟା ସରିଥିଲେ ମଧ୍ୟ ସରକାର ଅଞ୍ଚଳବାସୀଙ୍କ ଦାବିକୁ ଅଣଦେଖା କରି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri