ଡଙ୍ଗରିଆ ସମ୍ପ୍ରଦାୟର ଭୋଟ ବର୍ଜନ ନିଷ୍ପତ୍ତି

ରାୟଗଡ଼ା,୨।୧୦ (ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ଜିଲାର ନିୟମଗିରି, ସିଜିମାଳି, କୁଟ୍ରୁମାଳି, ମାଜିଙ୍ଗମାଳି, ମାଳି ପର୍ବତ, କୋଡ଼ିଙ୍ଗମାଳି ଆଦି ଅଞ୍ଚଳର ଖଣିକୁ ଘରୋଇ କମ୍ପାନୀକୁ ଲିଜ୍‌ରେ ଦିଆଯାଇଛି। ଅଞ୍ଚଳର ସୁରକ୍ଷା ପାଇଁ ମୂଳନିବାସୀ ବିରୋଧ କଲେ ସେମାନଙ୍କ ଉପରେ ପୋଲିସ ଜୁଲମ କରାଯାଉଛି। ଏଭଳିକି ଅଞ୍ଚଳବାସୀଙ୍କୁ ପୋଲିସ ଲଗାଇ ରାତିଅଧିଆ ଉଠାଇ ନେଇ ଦମନ କରୁଛନ୍ତି। ତେଣୁ ଏହି ଅନ୍ୟାୟର ପ୍ରତିବାଦରେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ ପାଇଁ ନିୟମଗିରି ସୁରକ୍ଷା ସମିତି ନିଷ୍ପତ୍ତି ନେଇଥିବା ଏକ ପ୍ରେସ ବିବୃତି ଜାରି କରି ସୂଚନା ଦିଆଯାଇଛି ।
ଅଗଷ୍ଟ ମାସରେ ୨ ଡଙ୍ଗରିଆ ଯୁବକଙ୍କୁ ଗିରଫ ପ୍ରତିବାଦରେ ନିୟମଗିରି ସୁରକ୍ଷା ସମିତି ପ୍ରତିବାଦ କରିବାରୁ ୮ଜଣଙ୍କ ନାମରେ ପୋଲିସ ମାମଲା ରୁଜୁ କରିଥିବା ନିୟମଗିରି ସୁରକ୍ଷା ସମିତି ଅଭିଯୋଗ କରିଛି। ସେହିଭଳି ଖଣି ଖନନକୁ ବିରୋଧ କରିବାରୁ ପୋଲିସ ଲଗାଇ ୨୫ଜଣଙ୍କୁ ଗିରଫ କରାଯାଇଥିବା ପ୍ରେସ୍‌ ବିବୃତ୍ତିରେ ଉଲ୍ଲେଖ ରହିଛି। ଏଥିସହ ରାଜନୈତିକ ଦଳମାନେ ମଧ୍ୟ ଅଞ୍ଚଳବାସୀଙ୍କୁ ସମର୍ଥନ କରିବା ବଦଳରେ ଖଣି କମ୍ପାନୀ ସପକ୍ଷରେ ବିକାଶର ଡିଣ୍ଡିମ ପିଟୁଛନ୍ତି। ତେଣୁ କମ୍ପାନୀ ସପକ୍ଷରେ ବିବୃତି ଦେଇଥିବା ବିଜେଡ଼ି, କଂଗ୍ରେସ, ଭାଜପା ଓ ବିଏସପି ଦଳ ନିଜ ଭୂମିକା ଓ ପକ୍ଷକୁ ନିର୍ବାଚନ ଇସ୍ତାହାରର ସ୍ପଷ୍ଟ କରିବାକୁ ସମିତି ଆହ୍ବାନ ଦେଇଛି। ଏଥିସହିତ ସମିତି କହିଛି ଯେ, ଯେଉଁ ରାଜନୈତିକ ଦଳ ଗରିବ ଖଟିଖିଆ ଓ ଆଦିବାସୀଙ୍କ ଦଳ ବୋଲି ନିଜକୁ ପରିଚୟ ଦେଉଛନ୍ତି, ସେମାନଙ୍କ ଦଳରେ ଥିବା ଏଭଳି ଦଲାଲ ନେତାମାନଙ୍କୁ ଦଳରୁ ବାହାର କରନ୍ତୁ। ଅକ୍ଟୋବର ୧୬ ତାରିଖରେ ଦୁଇ ଘରୋଇ କମ୍ପାନୀ ପାଇଁ ହେବାକୁ ଥିବା ଜନଶୁଣାଣି, ଅଞ୍ଚଳରେ ଦମନଲୀଳା ବନ୍ଦ କରା ନ ଗଲେ ଲୋକେ ଏହାର ଜବାବ୍‌ ଦେବେ ବୋଲି ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ ସିକ୍‌କା କହିଛନ୍ତି। ସେପ୍ଟେମ୍ବର ୨୭ତାରିଖରେ ନିୟମଗିରି ସୁରକ୍ଷା ସମିତି ଲଦ ସିକକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ସବୁ ସର୍ତମାନ ଗୃହୀତ ହୋଇଥିଲା। ଏହି ବୈଠକରେ କମିଟି ସଦସ୍ୟ ଦଧି ପୁଷିକା, କୁଣୁଜୀ କୁଟ୍ରୁକା, ଡ୍ରେଞ୍ଜୁ କୃଶିକା, ସମ୍ବା ହୁଇକା, ଦାସୁ କାଡ୍ରାକା ଓ ସାଇବ ପୁଷିକାଙ୍କ ସହ ପର୍ଯ୍ୟବେକ୍ଷକ ଲେନିନ୍‌ କୁମାର ଯୋଗ ଦେଇଥିବା ପ୍ରେସ ବିବୃତିରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାରି କରାଯାଇଥିଲା ଜାମିନବିହୀନ ଗିରଫ ପରୱାନା: ଏବେ ହେଲେ…

ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ଗ୍ରାମର ହୀନ ଦଳେଇଙ୍କୁ ଶୁକ୍ରବାର ପାଟପୁର ପୋଲିସ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୋର୍ଟକୁ…

ଧରିତ୍ରୀ ପୋର୍ଟାଲର ପ୍ରଭାବ: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏମ୍‌ଏସ୍‌ଏମ୍‌ଇ ପାର୍କର ଉଦ୍‌ଘାଟନ

କେସିଙ୍ଗା,୨୬।୬(ତୁମେଶ୍ୱର ସାହୁ): କେସିଙ୍ଗା ନିର୍ବାଚନ ମଣ୍ଡଳୀକୁ ପୁନର୍ବାର ଫେରାଇ ଆଣିବାକୁ ଜନସାଧାରଣଙ୍କ ଦାବି ଶୀର୍ଷକ ଏକ ଖବର ଗୁରୁବାର ଧରିତ୍ରୀ ପୋର୍ଟାଲରେ ପ୍ରକାଶ ପାଇଥିଲା। ଉକ୍ତ ଖବରର…

୩ ରଥରେ ଭକ୍ତ ଚଢ଼ିବା ଉପରେ କଟକଣା, ସୁଭଦ୍ରାଙ୍କ ପହଣ୍ଡି କାର୍ଯ୍ୟରେ ମହିଳାଙ୍କୁ ମନା

କୋରାପୁଟ,୨୬ା୬(ଅମିତାଭ ବେହେରା): ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ସୁପରିଚାଳନା ଓ ସୁରୁଖୁରୁରେ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସ୍ଥାନୀୟ ସଦଭାବନା ସଭାଗୃହରେ…

ତାମିଲନାଡୁ ଗ୍ୟାସ୍‌ ଦୁର୍ଘଟଣା: ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଲା

କେନ୍ଦୁଝର,୨୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଆମୋନିଆ ଗ୍ୟାସ୍‌ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି। ୨୪ ତାରିଖ ଦିନ ସୁବାସି ଜୁଆଙ୍ଗ (୨୪)ଙ୍କର ମୃତ୍ୟୁ ଘଟିଥିବାବେଳେ…

ଟ୍ରକ୍‌ ପଛରେ ପିଟିହେଲା ପିକ୍‌ଅପ୍‌, ୨ ଗୁରୁତର

ଛତ୍ରପୁର,୨୬ା୬(ଦିଲ୍ଲୀପ ସାମଲ): ଛତ୍ରପୁର ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ଶୁକ୍ରବାର ଟ୍ରକ୍‌ ପଛରେ ଏକ ପିକ୍‌ଅପ୍‌ ପିଟି ହେବାରୁ ୨ ଗୁରୁତର ହୋଇଛନ୍ତି। ଫଳରେ…

ବଜ୍ରପାତରେ ଚାଲିଗଲା ୨ ଜୀବନ

ବୌଦ୍ଧ,୨୬।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲା ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି। ଏପରିକି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

ଅନଶନକାରୀଙ୍କ ସହ ଜିଲାପାଳ-ଏସ୍‌ପିଙ୍କ ରୁଦ୍ଧଦ୍ୱାର ବୈଠକ, ଫଳାଫଳ ଉପରେ ସମସ୍ତଙ୍କ ନଜର

ପଟ୍ଟାମୁଣ୍ଡାଇ,୨୬ା୬(କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଳଭା-୨ ଅଧୀନ ୧୬ନଂ କେନାଲ ରାସ୍ତା କାର୍ଯ୍ୟ ପାଇଁ ଆସିଥିବା ଅର୍ଥ ଆଦୌ ବିନିଯୋଗ ନ ହୋଇ ମିଥ୍ୟା ବିଲ୍‌…

ସ୍କୁଲ ବହି ତ୍ରୁଟିକୁ ନେଇ ଆକ୍ସନରେ ମୁଖ୍ୟମନ୍ତ୍ରୀ: ୪ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୨୬।୬: ସ୍କୁଲ ବହି ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କମିଟି ସୁପାରିସ ଅନୁଯାୟୀ ମୁଖ୍ୟମନ୍ତ୍ରୀ ୪ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri