କାଠ ଜବତ ପାଇଁ କୁନ୍ଥକୁନ୍ଥ

ପରଜଙ୍ଗ, ୬।୮(ଡି.ଏନ.ଏ.) ଜଙ୍ଗଲରେ କଟାଯାଇ ପଡ଼ିଛି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ। ସୂଚନା ପାଇ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି ବନ ଅଧିକାରୀ। ହେଲେ କାଠ ଜବତ କରାଯାଉନାହିଁ। କେବଳ କାଠ ଜବତ କଲେ ସମସ୍ୟାର ସମାଧାନ ହେବନି, ବରଂ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଜିଲାସ୍ତରରୁ ନିର୍ଦ୍ଦେଶ ଆସିଥିବା କହି ଘଟଣାକୁ ଅତି କୋହଳ ଭାବେ ନିଆଯାଉଛି। ଏହାର ସୁଯୋଗରେ କାଠଚୋରମାନେ ସଂରକ୍ଷିତ ଜଙ୍ଗଲକୁ ପଦା କରି ଚାଲିଛନ୍ତି। ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ସୁରତନାଳୀ ଗ୍ରାମ ନିକଟ ଜଙ୍ଗଲରେ ଏପରି ଘଟଣା ବନ ବିଭାଗର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଚାନ୍ଦପୁର ପଞ୍ଚାୟତ ସୁରୁତନାଳୀ ଗ୍ରାମ ନିକଟ ଜଙ୍ଗଲରେ ବଡ଼ ବଡ଼ ଶାଳ, ଶାଗୁଆନ, ରହଣି ଭଳି ମୂଲ୍ୟବାନ ଗଛ ଗଣ୍ଡି କଟାହୋଇ ପଡ଼ିଛି। ଏଠାରୁ କାଠ କଟାଯାଇ ପାଣିଗେଙ୍ଗୁଟିଆ, ବତାସିଂହ, ରୋଡ, ପାଳସାହି, ବ୍ରାହ୍ମଣୀ ନଦୀ ଅପରପାର୍ଶ୍ୱରେ ଥିବା ବିଡୋ, ଖଡ଼ଗପ୍ରସାଦ, ନାଧରା, ଧଳପୁର ସମେତ ଜିଲାର ବିଭିନ୍ନ ସ୍ଥାନକୁ ସିଧାସଳଖ ଚାଲାଣ ହେଉଛି। ଏ ସମ୍ପର୍କରେ ଗ୍ରାମବାସୀ ସାଆନ୍ଦା ଅଞ୍ଚଳର ଫରେଷ୍ଟ ଗାର୍ଡ ନିରଞ୍ଜନ ନାୟକଙ୍କୁ ଅବଗତ କରାଇଥିଲେ। ଗତ ଗୁରୁବାର ରେଞ୍ଜର ସୁବ୍ରତ ବେହେରାଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। କିନ୍ତୁ କାଠ ଜବତ କରାଯାଇ ନ ଥିଲା। ଏହାପରେ ଚୋରା କାଠ ବ୍ୟବସାୟୀମାନେ ଗ୍ରାମବାସୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି। ଚୋରା କାଠ ବ୍ୟବସାୟୀଙ୍କୁ ଧରିବାକୁ ବନ ବିଭାଗ ଗ୍ରାମବାସୀଙ୍କୁ ସୂଚନାଦାତା ଭାବେ ନିଯୁକ୍ତି ଦେଉଥିବାବେଳେ ମହାବିରୋଡ ରେଞ୍ଜରେ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବନ ବିଭାଗ ଏବଂ କାଠ ଚୋରା ବ୍ୟବସାୟୀଙ୍କ ମଧ୍ୟରେ ଭିତିରିଆ ବୁଝାମଣା ହୋଇଥିବାରୁ ସୂଚନା ଦିଆଯିବା ସତ୍ତ୍ୱେ କାଠ ଜବତ କରାଯାଉ ନ ଥିବା କେତେଜଣ ଗ୍ରାମବାସୀ ନିଜ ନାମ ଗୋପନ ରଖି କହିଛନ୍ତି।

ଜବତ କାଠ ଆଣିଲେ ଅଫିସ ଭର୍ତ୍ତି ହୋଇଯିବ
କାଠ ମାଫିଆଙ୍କ ସହ ସମ୍ପର୍କ ନାହିଁ। କାଠ ଜବତ କରି ଆଣିବାକୁ ରେଞ୍ଜର ମନା କରିଛନ୍ତି। ଏତେ ପରିମାଣର କାଠ ଜବତ କରି ରଖିଲେ ଅଫିସ ଭର୍ତ୍ତି ହୋଇଯିବ। ତେଣୁ କାଠ ଜବତ ନ କରି ଅଭିଯୁକ୍ତଙ୍କୁ କିପରି ଧରିବୁ ସେହି ଚେଷ୍ଟା କରିବୁ।
– ସୁଦର୍ଶନ ସେଠୀ, ଫରେଷ୍ଟର

କାଠ ନୁହେଁ, ଅଭିଯୁକ୍ତଙ୍କୁ ଧରିବୁ
ଜଙ୍ଗଲରୁ କାଠ ଜବତ କରି ଆଣିଲେ ଗାଡ଼ି ଭଡ଼ା ବି ବାହାରିବ ନାହିଁ। ଜବତ କାଠ ରଖିବାକୁ ଜାଗାନାହିଁ। ଜଙ୍ଗଲରୁ କାଠ ଜବତ କରିବା ପରିବର୍ତ୍ତେ କାଠ କାଟୁଥିବା ବ୍ୟକ୍ତିଙ୍କୁ ଧରିବାକୁ ଡିଏଫ୍‌ଓ କହିଛନ୍ତି। ତେଣୁ କାଠ ଜବତ କରାଯାଇନାହିଁ।
– ସୁବ୍ରତ ବେହେରା, ରେଞ୍ଜର


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri