ଉଚ୍ଛେଦ, ଥଇଥାନକୁ ବିରୋଧ ଜାରି

ଭୁବନେଶ୍ୱର,୨୩।୧(ବ୍ୟୁରୋ): ସ୍ଲମ୍‌ ଡେଭଲପ୍‌ମେଣ୍ଟ ପ୍ରୋଜେକ୍ଟ ପାଇଁ ଗାଡ଼କଣ ମହାବୀର ବସ୍ତି ଉଚ୍ଛେଦ କରାଯାଉଛି। ଏଠାରେ ଥିବା ୧୦୪ ପରିବାରଙ୍କୁ ସ୍ଥାନୀୟ ମହିମାନଗର ବସ୍ତିରେ ଥଇଥାନ ବେଳେ ଗ୍ରାମବାସୀ ଓ ଏନ୍‌ଫୋର୍ସମେଣ୍ଟ ଟିମ୍‌ ୨ଦିନ ଧରି ମୁହାଁମୁହଁି ହେବା ପରେ ଏହି କାର୍ଯ୍ୟକୁ ବନ୍ଦ କରାଯାଇଛି। ଗାଡ଼କଣବାସୀ ବିରୋଧ ଜାରି ରଖିଥିବାବେଳେ ସରକାରୀ ଜାଗାରେ ଥିବା ଲୋକେ ୩ଦିନ ଭିତରେ ଘର ଖାଲି କରିବାକୁ ବିଡିଏ ଏନ୍‌ଫୋର୍ସମେଣ୍ଟ ଟିମ୍‌ ପକ୍ଷରୁ ମାଇକ ଯୋଗେ ସୂଚନା ଦିଆଯାଇଛି। ଶୁକ୍ରବାର ତୃତୀୟ ଦିନରେ ମଞ୍ଚେଶ୍ୱର ଥାନା ପୋଲିସ, ବିଏମ୍‌ସି ଓ ବିଡିଏ ଏନ୍‌ଫୋର୍ସମେଣ୍ଟ ଟିମ୍‌ ମହିମା ବସ୍ତି ଉଚ୍ଛେଦ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଗ୍ରାମବାସୀ ବିରୋଧ କରିଥିଲେ। ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି ଯେ, ଗାଡ଼କଣ ଗ୍ରାମର ଚତୁଃପାର୍ଶ୍ୱରେ କେତେଜଣ ଜମି ମାଫିଆ ଓ ଅସାଧୁ ବ୍ୟକ୍ତିଙ୍କ ସହାୟତାରେ ୨୦ରୁ ଊର୍ଦ୍ଧ୍ୱ ବସ୍ତି ସ୍ଥାପନ ହୋଇଛି। ବର୍ତ୍ତମାନ ଗାଡ଼କଣ ଗ୍ରାମର ପ୍ରାୟ ୨୦୦ ବର୍ଷର ସ୍ଥାୟୀ ବାସିନ୍ଦାଙ୍କ ଜମି ଓ ବଗିଚାକୁ ଲଗାଇ ଭଙ୍ଗାରୁଜା କାର୍ଯ୍ୟ ୨ଦିନ ହେବ ଚାଲିଛି। ଗ୍ରାମକୁ ବସ୍ତି ଦ୍ୱାରା ଘେରାବନ୍ଦୀ କରାଯାଉଛି। ଆଗକୁ ଅପରାଧୀଙ୍କ ସଂଖ୍ୟା ବଢିବା ସହ ଶାନ୍ତି ବାତାବରଣ ନଷ୍ଟ ହେବ। ଗାଡ଼କଣରେ କୌଣସି ଆଖିଦୃଶିଆ କାର୍ଯ୍ୟ ହୋଇନାହିଁ। କିନ୍ତୁ ସୈନିକ ସ୍କୁଲ ପାଚେରି ପାର୍ଶ୍ୱରେ ଡମ୍ପିଂୟାର୍ଡ, କଂସେଇଖାନା, ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟଠାରୁ ଆରମ୍ଭ କରି ଚନ୍ଦ୍ରଶେଖରପୁର ଅଞ୍ଚଳରେ ବିଷାକ୍ତ ନଳା ପାଣି ଛାଡି ଚାଷ ଜମି ନଷ୍ଟ ହେଉଛି। ଏପରି ଅବସ୍ଥାରେ ବିଏମ୍‌ସି, ବିଡିଏ ଓ ପୋଲିସ ମିଶି ପ୍ରତିଦିନ ଆତଙ୍କରାଜ ଚଳାଇଛନ୍ତି। ତେଣୁ ଏହାର ସ୍ଥାୟୀ ସମାଧାନ ନ କରି ବସ୍ତି ଉଚ୍ଛେଦ କରାଗଲେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେ ନେଇ ପ୍ରଶାସନ ଦାୟୀ ରହିବେ ବୋଲି ଗ୍ରାମବାସୀ ଗଣମାଧ୍ୟମକୁ କହିଛନ୍ତି। ତେବେ ଏ ନେଇ ବିଡିଏ ଏନଫୋର୍ସ ଅଧିକାରୀ ପ୍ରମୋଦ କୁମାର ପାତ୍ର କହିଛନ୍ତି, କାହାର ବ୍ୟକ୍ତିଗତ ସ୍ଥାନକୁ ଏନ୍‌ଫୋର୍ସମେଣ୍ଟ ଟିମ ଅଧିକୃତ କରୁନାହାନ୍ତି। ସରକାରୀ ଜାଗାକୁ ବଳପୂର୍ବକୁ ଅଧିକାର କରିଥିବା ବ୍ୟକ୍ତିବିଶେଷଙ୍କ ଜମିକୁ ଉଚ୍ଛେଦ କରାଯାଉଛି। ବସ୍ତି ଥଇଥାନ ନେଇ ସରକାରୀ ପ୍ରକଳ୍ପ ପାଇଁ ବସ୍ତିବାସୀଙ୍କୁ ଜରୁରିକାଳୀନ ଥଇଥାନ କରାଯାଉଛି। ଆଇନକୁ ହାତକୁ ନେଉଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?