କେସିଙ୍ଗା ନିର୍ବାଚନ ମଣ୍ଡଳୀ ଫେରାଇ ଆଣିବାକୁ ଜୋର୍‌ ଧରିଲା ଦାବି, ସହରରେ ଲାଗିଲା ପୋଷ୍ଟର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବରେ ପରିଚିତ କେସିଙ୍ଗା ନିର୍ବାଚନ ମଣ୍ଡଳୀ ଜିଲାର ଏକ ମାତ୍ର ମୁଖ୍ୟ ନିର୍ବାଚନ ମଣ୍ଡଳୀ ଥିଲା। ଗତ ୨୦୦୮ରୁ ଦୀର୍ଘ ୧୮ ବର୍ଷ ହେଲାଣି ଅସ୍ତିତ୍ୱ ହରାଇଛି। ୧୯୬୬ରେ ଅସ୍ତିତ୍ୱରେ ଆସିଥିବା କେସିଙ୍ଗା ନିର୍ବାଚନ ମଣ୍ଡଳୀ ୨୦୦୯ରେ ରାଜନୈତିକ ଅଭିସନ୍ଧି ଖଣ୍ଡଯୁଦ୍ଧ ପାଇଁ ଅଧା ଭବାନୀପାଟଣା ସଦର ନିର୍ବାଚନ ମଣ୍ଡଳୀରେ ଓ ଅଧା ନର୍ଲା ନିର୍ବାଚନ ମଣ୍ଡଳୀରେ ମିଶି ନିଜର ଅସ୍ତିତ୍ୱ ହରାଇଥିଲା। ଯାହା ଫଳରେ ମୁରବୀବିହୀନ ସହର ଭାବରେ କେସିଙ୍ଗା ସହର ରହିଛି। ଅନେକ ସମସ୍ୟା ରହିଥିଲେ ସୁଦ୍ଧା କାହାରି ନଜର ପଡୁ ନାହିଁ। ପ୍ରଥମେ ସ୍ବାସ୍ଥ୍ୟ, ଶିକ୍ଷା, ରାଜନୈତିକ କ୍ଷେତ୍ରରେ ମଧ୍ୟ ଦକ୍ଷତା ଥିବା ଭଳି ପ୍ରାର୍ଥୀ ନ ଥିବାରୁ କେସିଙ୍ଗା ନିର୍ବାଚନ ମଣ୍ଡଳୀକୁ ଭବାନୀପାଟଣା ନିର୍ବାଚନ ଭାବେ ନିଆଗଲା। ଯାହାଫଳରେ ଭବାନୀପାଟଣାରୁ ଅନେକ ରାଜନୈତିକ ଦଳ ମଧ୍ୟ ବିଧାୟକ ଠାରୁ ଆରମ୍ଭ କରି ଏମ୍‌ପି ପ୍ରାର୍ଥୀ ହୋଇ ଆସୁଛନ୍ତି।

କେସିଙ୍ଗା ନିର୍ବାଚନ ମଣ୍ଡଳୀ ହେବାକୁ ଆଉ କେହି ବି ଚାହୁନାହାନ୍ତି। ଯାହାଫଳରେ କେସିଙ୍ଗା ଅଞ୍ଚଳରେ ଦିନକୁ ଦିନ ଅନେକ ସମସ୍ୟା ଦେଖା ଯିବା ସହ ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ଗମନାଗମନ ଆଦି କ୍ଷେତ୍ରରେ ସମସ୍ୟା ଘେରି ରହିଛି। କେସିଙ୍ଗାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକତା ଅନୁସାରେ ଡାକ୍ତର ଓ ବିଶେଷଜ୍ଞ ଅଭାବ, ଜିଲାର ସବୁଠୁ ଓସାରିଆ ଜାତୀୟ ରାଜପଥ ଅଛି ହେଲେ ଟ୍ରାଫିକ ସମସ୍ୟା,  ପାଖାପାଖି ୪ ଶହ କୋଟି ଟଙ୍କା ବ୍ୟୟରେ ରେଳ ଓଭର ବ୍ରିଜ ହେଉଛି ହେଲେ ତାହାର ଅବସ୍ଥିତିକୁ ନେଇ ବଢୁଛି ଅସନ୍ତୋଷ । ଭିତ୍ତିଭୂମି, ବଜାର ଓ ପରିବହନର ସମସ୍ତ ସୁବିଧା ଥାଇ କେସିଙ୍ଗା ସୂତାକଳ ଦୀର୍ଘ ଦିନ ଧରି ବନ୍ଦ ପଡ଼ିଛି,ଗତ ୧୯୮୩-୮୪ରେ ଶୁଭାରମ୍ଭ ହୋଇ ଥିବା ପେପର ମିଲ୍‌ ଆଜି ଯାଏ କିଛି କାମ ହେଲା ନାହିଁ। ୧୫୦ଜଣ ଚାଷୀଙ୍କ ୧୮୦ଏକର ଜମି ହରାଇ ନିରାଶରେ ବସିଛନ୍ତି। ଏହି ଜମିରେ ବିଜେଡି ଶାସନ ଅମଳରେ ୧୨କୋଟି ବ୍ୟୟରେ ଏମ୍‌ଏସଏମଇ ପାର୍କ ନିର୍ମାଣ ପାଇଁ ବାଡ଼ା, ଡ୍ରେନ,ରୋଡ଼ ନିର୍ମାଣ କରଗଲା କିନ୍ତୁ ତାହା ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ିରରହିଛି। ଏହିପରି ଅନେକ ସମସ୍ୟା ଦେଖିବାକୁ ମିଳୁଥିଲେ ମଧ୍ୟ ରାଜନୈତିକ ଦଳର ହସ୍ତକ୍ଷେପର ଅଭାବରୁ ସମସ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଚଳିତ ବର୍ଷ ନିର୍ବାଚନମଣ୍ଡଳୀର ପୁନଃ ସୀମା ନିର୍ଦ୍ଧାରଣ ହେବ ବୋଲି ଜଣାପଡ଼ିବା ପରେ କେସିଙ୍ଗାରେ ଏହାର ପ୍ରତିକ୍ରିୟା ଆରମ୍ଭ ହୋଇଥିବା ଦେଖିବାକୁ ମିଳୁଛି। ଏହି ନିର୍ବାଚନ ମଣ୍ଡଳୀକୁ ଫେରାଇ ଆଣିବାକୁ ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ସଚେତନ ସହିତ ବୁଦ୍ଧିଜୀବୀ ଓ ଜନସାଧାରଣରେ ଦାବିହେଉଛି । ବହୁତ ଶୀଘ୍ର ଉକ୍ତ ବିଷୟକୁ ନେଇ ସହରରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି। ଏନେଇ କେସିଙ୍ଗା ସହରରେ କେସିଙ୍ଗା ନିର୍ବାଚନ ମଣ୍ଡଳୀ ଫେରାଇ ଆଣିବାକୁ ପୋଷ୍ଟର ଲଗାଇ ଅଞ୍ଚଳବାସୀଙ୍କୁ ଏକଜୁଟ୍‌ ହୋଇ ସରକାରଙ୍କ ପାଖରେ ଦାବି ଉପସ୍ଥାନ ସହ ଦରକାର ପଡ଼ିଲେ ଅହିଂସା ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବାକୁ ଲୋକଙ୍କୁ ଜନ ସଚେତନ କରାଉଥିବାର ଜଣାପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୫ ରାଜ୍ୟର ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଭାଜପା, ମୂଲ୍ୟ ଶୁଣିଲେ ହୋଇଯିବେ କାବା! ଏହି ରାଜ୍ୟରେ ସବୁଠୁ ଅଧିକ

ନୂଆଦିଲ୍ଲୀ,୨୪।୯: ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ୫ଟି…

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା

ଲକ୍ଷ୍ନୌ,୨୪।୯: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

ଭାରତୀୟ ଅର୍ଥନୀତି ଆଗରେ ବଡ଼ ବିପଦ! PM ମୋଦିଙ୍କ ପ୍ରଧାନ ସଚିବ ଦେଲେ ଚେତାବନୀ, ଦେଶରେ ଚହଳ

ନୂଆଦିଲ୍ଲୀ,୨୪।୯: ମୁମ୍ବାଇରେ ଆୟୋଜିତ ଏସ୍‌ବିଆଇ ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ରା ବଡ଼ ଚେତାବନୀ ଦେଇଛନ୍ତି।…

ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଗିରଫ ହେଲେ କୁଣ୍ଡୁଳା ହାଇସ୍କୁଲ ପ୍ରଧାନଶିକ୍ଷକ

ପାଟଣା,୨୪।୯(ବୀର କିଶୋର ଦାଶ): ସରକାରୀ, ବେସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲେ ପ୍ରଧାନଶିକ୍ଷକ । ଏହି ଘଟଣାରେ କେନ୍ଦୁଝର ଜିଲା…

୫ ରାଶିଙ୍କ ଉପରେ ଧନବର୍ଷା କରିବେ ଶନି! ଅକ୍ଟୋବର ପ୍ରଥମ ସସ୍ତାହରୁ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ମିଳିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିପାରେ। ଏହି ପରିବର୍ତ୍ତନ ଯୋଗୁ ବୃଷ, ସିଂହ, ତୁଳା, ମକର…

ବିଧାୟକଙ୍କ ଫାର୍ମହାଉସରେ ବର୍ବରତା; ମହିଳାଙ୍କୁ ଟେକିନେଇ ଗଣବଳାତ୍କାର, CRPF ଯବାନ ଗିରଫ

ଲକ୍ଷ୍ନୌ,୨୪।୯: ଉତ୍ତରପ୍ରଦେଶର ଅମରୋହାରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଏକ ଫାର୍ମହାଉସ୍‌ରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?