କଳାହାଣ୍ଡିରେ ଆଖୁ ବଡିର ଚାହିଦା ଅଧିକ

ଭବାନୀପାଟଣା,୨୨ା୨(ଉତ୍ତମ କୁମାର ଦାଶ):ଓଡ଼ିଆଙ୍କ ପାରମ୍ପରିକ ଖାଦ୍ୟରେ ବଡିର ସ୍ବତନ୍ତ୍ର ସ୍ଥାନ ରହିଛି। ପଶ୍ଚିମ ଓଡ଼ିଶାରେ ତିଆରି ବଡିର ସ୍ବାଦ ନିଆରା। ବର୍ତ୍ତମାନ କଳାହାଣ୍ଡି ଜିଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗୃହିଣୀମାନଙ୍କ ବଡି ପକା ଶେଷ ପର୍ଯ୍ୟାୟରେ ରହିଛି। ସାଧାରଣତଃ ଶୀତ ଦିନରେ ଅର୍ଥାତ ଡିସେମ୍ବରରୁ ଫେବୃଆରୀ ମାସ ମଧ୍ୟରେ ବଡି ତିଆରି କରାଯାଏ। ଆଉ ଏହାକୁ ତିଆରିରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ଗୃହିଣୀମାନେ। ପଶ୍ଚିମ ଓଡିଶାର ବିଭିନ୍ନ ପ୍ରକାର ବଡି ମଧ୍ୟରେ ଆଖୁ ବଡି, କଖାରୁ ବଡି, ଭଜା ବଡି, ଝୁଡୁଙ୍ଗ ବଡି, ଫୁଲ ବଡି, ଲିଆ ବଡି, ମୁଗ ବଡି, କଟିଙ୍ଗ ବଡି, ଚିନାବାଦମ ବଡି ଅନ୍ୟତମ। ଆଖୁ ବଡି ତିଆରି ପାଇଁ ପ୍ରଥମେ ଆଖୁକୁ ଖଣ୍ଡ ଖଣ୍ଡ କରାଯାଇ ଚଞ୍ଛା ଯିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ବିରି ଚକଟା ସହ ମିଶାଇ ବଡି ପ୍ରସ୍ତୁତ କରାଯାଇଥାଏ। ପରେ ତାହାକୁ ଖରାରେ କିଛି ଦିନ ଶୁଖାଇବା ପରେ ଏହି ବଡି ପ୍ରସ୍ତୁତ ହୋଇଥାଏ। କଳାହାଣ୍ଡିରେ ଆଖୁ ବଡିର ଚାହିଦା ଅଧିକ ରହିଛି। ଅଞ୍ଚଳରେ ଖାଦ୍ୟପେୟର ଏକ ଅଭିନ୍ନ ଅଙ୍ଗ ହେଉଛି ବଡି ବୋଲି ଧର୍ମଗଡ଼ ଓ ଭବାନୀପାଟଣା ସହରର ଗୃହିଣୀ ଗୋମନୀ ହାତୀ ଓ ମମତା ତ୍ରିପାଠୀ କହନ୍ତି।
ତେବେ ବଡି ଯେ କେବଳ ଦୈନିନ୍ଦିନ ଖାଦ୍ୟ ଭାବରେ ବ୍ୟବହାର କରାଯାଏ ତା’ ନୁହେଁ, ଏହା ପଛରେ ରହିଛି ଅନେକ କାହାଣୀ। ଝିଅ ବାହା କରିବା ସମୟରେ ବଡିର ନିହାତି ଆବଶ୍ୟକତା ରହିଥାଏ। କାରଣ ବଡିକୁ ଝିଅ ସାଥିରେ ନିଜ ଶାଶୁ ଘରକୁ ନେବା ପାଇଁ ଯୌତୁକରେ ଦିଆଯାଇଥାଏ। ଏହାର ବର୍ଣ୍ଣ ଶ୍ୱେତ ହୋଇଥିବାବେଳେ ଏହାକୁ ଶୁଭ ଓ ଶାନ୍ତିର ପ୍ରତୀକ ବୋଲି କିମ୍ବଦନ୍ତି କହେ। ଆଉ ଯୌତୁକରେ ବଡି ଦେବା ଦ୍ବାରା ଘରେ ଶୁଖ ଶାନ୍ତି ଆସିଥାଏ ବୋଲି ମଧ୍ୟ ବିଶ୍ବାସ ରହିଛି। ଏହାସହିତ ଜଣେ ମା’ ଛୁଆ ଜନ୍ମ କଲା ପରେ ସେହି ପ୍ରସୂତି ମା’ଙ୍କୁ କେବଳ ବଡି ତରକାରୀ ରନ୍ଧାଯାଇ ଦିଆଯାଇଥାଏ। କାରଣ ଶିଶୁ ଯେତେବେଳେ ମା’ କ୍ଷୀର ଖାଇଥାଏ ସେଥିରେ ମା’ ଖାଉଥିବା ସମସ୍ତ ଜିନିଷ ଛୁଆ ଗ୍ରହଣ କରେ। ଖାଦ୍ୟପେୟରେ ତେଲ ମସଲାଜାତୀୟ ଖାଦ୍ୟ ଦିଆଯିବା ଦ୍ବାରା ଛୁଆ ଉପରେ ପ୍ରଭାବ ପଡିବା ଆଶଙ୍କା ରହିଥାଏ। ଏହାଛଡା ବଡି ଏକ ସଂରକ୍ଷଣ ଖାଦ୍ୟ। ପୂର୍ବକାଳରେ ପନିପରିବାକୁ ଶୁଖାଇ ମାସ ମାସ ଧରି ରଖାଯାଉଥିଲା। ପରବର୍ତ୍ତି ସମୟରେ ତାକୁ ପାଣିରେ ଭିଜାଇ ପୁନର୍ବାର ରନ୍ଧା ଯାଉଥିଲା। ସେହିପରି ବଡିକୁ ମଧ୍ୟ ବର୍ଷ ବର୍ଷ ଧରି ସଂରକ୍ଷଣ କରାଯାଇଥାଏ। ଫଳରେ ପନିପରିବା ମହଙ୍ଗା କିମ୍ବା ଅଭାବ ସମୟରେ ବଡି ତାହା ପୂରଣ କରିଥାଏ। ଯେଉଁ ଘରେ ବଡି ରହିଥାଏ ସେଠି ମା’ ଲକ୍ଷ୍ମୀଙ୍କ ଉପସ୍ଥିତି ରହିବା ବିଶ୍ବାସ ରହିଛି ବୋଲି ଯୁବ ଗବେଷକ ମାନସ ମୁଣ୍ଡ ପ୍ରକାଶ କରନ୍ତି। ବର୍ତ୍ତମାନ ସମୟରେ ଅତ୍ୟାଧୁନିକ ଖାଦ୍ୟ ବ୍ୟବସ୍ଥା ବଡିର ଚାହିଦାକୁ କମାଇ ଦେଇଛି ସତ, ହେଲେ ବଡିର ବିକଳ୍ପ ଏଯାବତ ତିଆରି ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri