ଡେଲ୍‌ଟାକୁ ଟପିବ ଓମିକ୍ରନ୍‌ ସଂକ୍ରମଣ

ନୂଆଦିଲ୍ଲୀ, ୧୬।୧୨: ଆସନ୍ତାବର୍ଷ ଜାନୁୟାରୀ-ଫେବୃୟାରୀ ବେଳକୁ କୋଭିଡ୍‌-୧୯ର ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣ ଭାରତରେ ଶୀର୍ଷ ଛୁଇଁପାରେ। ସେତେବେଳକୁ ଏହା ଡେଲ୍ଟା ଭାରିଆଣ୍ଟର ସଂକ୍ରମଣକୁ ଟପିଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଡେଲ୍ଟା ଭାରିଆଣ୍ଟ ଯୋଗୁ ଚଳିତ ବର୍ଷ କୋଭିଡ୍‌ର ଦ୍ୱିତୀୟ ଲହର ଆସିଥିଲା। ଏବେ ବି ବିଭିନ୍ନ ଦେଶରେ ଡେଲ୍ଟା ସଂକ୍ରମଣ ଜାରି ରହିଛି। ତେବେ ଓମିକ୍ରନ୍‌ ସଂକ୍ରମଣ ଗୁରୁତର ନ ହୋଇ ସାଧାରଣ ରହିପାରେ ବୋଲି ମଡେଲିଂ ଅଧ୍ୟୟନରୁ ଜଣାପଡ଼ିଛି। ସେଥିପାଇଁ ନୂଆ ଭାରିଆଣ୍ଟକୁ ନେଇ ଭୟ କରିବାର କାରଣ ନାହିଁ ବୋଲି କୁହାଯାଇଛି। ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏହା ସଂକ୍ରମଣ ହାର ଯଥେଷ୍ଟ ଅଧିକ ରହିବ କିନ୍ତୁ ଏହା କାହାକୁ ଗୁରୁତର କରିବ ନାହିଁ। ଓମିକ୍ରନ୍‌ ଭାରିଆଣ୍ଟ ଅଭୂତପୂର୍ବ ହାରରେ ସଂକ୍ରମିତ ହେଉଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ଯଦିଓ ୭୭ ଦେଶରେ ଓମିକ୍ରନ ସଂକ୍ରମଣ ଚିହ୍ନଟ ହୋଇଥିବା ରିପୋର୍ଟ ମିଳିଛି, ତେବେ ଏହି ଭାରିଆଣ୍ଟ ଅନେକ ଦେଶକୁ ମାଡ଼ିସାରିଲାଣି ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି। ଆଗାମୀ ଦୁଇ ମାସରେ ଭାରତରେ ଓମିକ୍ରନ୍‌ ସଂକ୍ରମଣ ଯଥେଷ୍ଟ ବଢ଼ିବା ଆଶଙ୍କା କରାଯାଉଛି। ତେଣୁ ସମସ୍ତଙ୍କୁ କୋଭିଡ୍‌ ଟିକାର ଡବଲ୍‌ ଡୋଜ୍‌ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହିତ ସଂକ୍ରମଣ ବଢ଼ୁଥିବା ଅଞ୍ଚଳରେ କଣ୍ଟେନ୍‌ମେଣ୍ଟ କଟକଣା ଲଗାଇବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ପିଇବାକୁ ମନାକରିବାରୁ ଯବାନଙ୍କୁ ପିଟିଲେ ଆର୍ମି ମେଜର

ପୁଣେ, ୧୦।୬: ସାଙ୍ଗ ହୋଇ ମଦ ପିଇବାକୁ ମନାକରିବାରୁ ଜଣେ ଯବାନଙ୍କୁ ପିଟିଛନ୍ତି ଆର୍ମି ମେଜରଙ୍କ ସହ ତିନି ଯବାନ। ପୁଣେର ଅର୍ଦ୍ଧ ସୈନ୍ୟ ଷ୍ଟେଶନ...

ପୁଲଓ୍ବାମା ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ପୁଲଓ୍ବାମା,୨।୫: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାର ଡଙ୍ଗରପୋରା ଅଞ୍ଚଳରେ ଶନିବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଗୁଳିବିନିମୟରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।...

ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ବିଏସ୍‌ଏଫ୍‌ ପକ୍ଷରୁ ‘ଅପରେଶନ୍‌ ଥଣ୍ଡା ପବନ’ ଆରମ୍ଭ

ନୂଆଦିଲ୍ଲୀ,୨୨।୧: ସାଧାରଣତନ୍ତ୍ର ଦିବସରେ ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ...

ରାଜୀବ କୁମାରଙ୍କୁ ଆଶ୍ୱସ୍ତି: ମିଳିଲା ଆଗୁଆ ଜାମିନ

କୋଲକାତା,୧।୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ଆଶ୍ୱସ୍ତି ମିଳିଛି। ଶାରଦା ଚିଟଫଣ୍ଡ ମାମଲାରେ...

‘ପାଇଲଟ୍‌ଙ୍କ ଯୋଗୁ ମୁଁ ଆଜି ଜୀବିତ ଅଛି’

କୋଲକାତା,୮।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିମାନ ଶୁକ୍ରବାର ବାରାଣସୀରୁ ଫେରୁଥିବା ବେଳେ ଦୁର୍ଘଟଣାରୁ ରକ୍ଷା ପାଇଛି। ପଶ୍ଚିମବଙ୍ଗ ବିଧାନସଭାରେ ସେ କହିଛନ୍ତି, ହଠାତ୍‌ ତାଙ୍କ...

ଦେଶବାସୀଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଛନ୍ତି ମୋଦି: ସୋନିଆ…

ନୂଆଦିଲ୍ଲୀ,୧୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ବିରୋଧୀ ଘେରିବାରେ ଲାଗିଛନ୍ତିି। ପୂର୍ବରୁ ଜାରି ହୋଇଥିତ୍ବା ସତର୍କ ସୂଚନାକୁ ଅଣଦେଖା...

ସିଦ୍ଧୁଙ୍କ ଇସ୍ତଫା ପରେ ପ୍ରତିକ୍ରିୟା ରଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର

ଚଣ୍ଡିଗଡ଼,୨୮ ।୯: ମାତ୍ର ୭୨ ଦିନର ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେବା ପରେ ଏବେ ପଞ୍ଜାବ ରାଜନୀତିରେ ପୁଣି ସଂଘର୍ଷ ଆରମ୍ଭ...

କାଶୀକୁ ପ୍ରଧାନମନ୍ତ୍ରୀଙ୍କ ଉପହାର

ବାରାଣସୀ,୧୫ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବାରାଣସୀ ଗସ୍ତ କରିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା...

Advertisement
Archives

Model This Week