Posted inଜାତୀୟ

ଦିଲ୍ଲୀ ଅବକାରୀ ନୀତି: ୨,୦୨୬ କୋଟି କ୍ଷତି

ନୂଆଦିଲ୍ଲୀ,୧୨।୧: ଦିଲ୍ଲୀ ସରକାରଙ୍କ ଦ୍ୱାରା ସମ୍ପ୍ରତି ରଦ୍ଦ ହୋଇଥିବା ଅବକାରୀ ନୀତି କାର୍ଯ୍ୟକାରିତାରେ ଅନିୟମିତତା ଯୋଗୁ ରାଜ୍ୟ ରାଜକୋଷକୁ ୨,୦୨୬ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି। ପ୍ରଘଟ ହୋଇଥିବା ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି) ରିପୋର୍ଟରୁ ଏହା ଜଣାପଡ଼ିଛି। ଅବକାରୀ ନୀତି କାର୍ଯ୍ୟକାରିତାରେ ଗୁରୁତର ତ୍ରୁଟି ସାଙ୍ଗକୁ ଲାଇସେନ୍ସ ପ୍ରଦାନରେ ନୀତି ପରିବର୍ତ୍ତନ ଓ ଉଲ୍ଲଂଘନ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଆକାଂକ୍ଷିତ ଲକ୍ଷ୍ୟ ହାସଲ କରିବାରେ ଏହି ନୀତି ବିଫଳ ହୋଇଥିବାବେଳେ ଉତ୍କୋଚ କାରବାରରୁ ଆପ୍‌ ନେତାମାନେ ଲାଭବାନଥ ହୋଇଛନ୍ତି। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ବିଶେଷଜ୍ଞ କମିଟିର ସୁପାରିସକୁ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ନେତୃତ୍ୱାଧୀନ ମନ୍ତ୍ରୀ ଗୋଷ୍ଠୀ ଉପେକ୍ଷା କରିଥିଲା।
୨୦୨୧ ନଭେମ୍ବରରେ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତି କାର୍ଯ୍ୟକାରୀ କରିଥିଲେ। ଜାତୀୟ ରାଜଧାନୀରେ ମଦ ଖୁଚୁରା ବ୍ୟବସାୟ ବଢ଼ାଇ ଅଧିକ ରାଜସ୍ବ ସଂଗ୍ରହ କରିବା ଏହାର ଲକ୍ଷ୍ୟ ଥିଲା। ତେବେ ଉକ୍ତ ନୀତି କାର୍ଯ୍ୟକାରିତାରେ ଦୁର୍ନୀତି ଏବଂ ମନିଲଣ୍ଡରିଂ ହୋଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ସିବିଆଇ ତଦନ୍ତରୁ ଜଣାପଡ଼ିଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସମେତ ସିସୋଡିଆ, ସଞ୍ଜୟ ସିଂ ପ୍ରମୁଖ ଆପ୍‌ର ଶୀର୍ଷ ନେତାମାନେ ଗିରଫ ହୋଇଥିଲେ। ଦିଲ୍ଲୀ ବିଧାନସଭାରେ ଏହି ରିପୋର୍ଟ ଉପସ୍ଥାପନ କରାଯାଇ ନାହିଁ। ରିପୋର୍ଟ ଅନୁଯାୟୀ, ଅଭିଯୋଗ ସତ୍ତ୍ୱେ ବିଡରମାନଙ୍କ ଆର୍ଥତ୍କ ସ୍ଥିତିର ଯାଞ୍ଚ କରା ନ ଯାଇ ସମସ୍ତ ସଂସ୍ଥାଙ୍କୁ ବିଡ୍‌ ଦାଖଲ ପାଇଁ ଅନୁମତି ଦିଆଯାଇଥିଲା। ଅବକାରୀ ନୀତିର ଉଲ୍ଲଂଘନକାରୀଙ୍କୁ ଜାଣିଶୁଣି ଦଣ୍ଡିତ କରାଯାଇ ନ ଥିଲା। କ୍ୟାବିନେଟ କିମ୍ବା ଉପରାଜ୍ୟପାଳଙ୍କ ଅନୁମୋଦନ ବିନା ପ୍ରମୁଖ ନିଷ୍ପତ୍ତି ନିଆଯାଇଥିଲା। ନୂଆ ନିୟମାବଳୀର ସଂଶୋଧନ ପାଇଁ ଏହାକୁ ବିଧାନସଭାରେ ଉପସ୍ଥାପନ କରାଯାଇ ନ ଥିଲା। ନୀତି ଅବଧି ଶେଷ ହେବା ପରେ ମଧ୍ୟ କେତେକ ଖୁଚୁରା ମଦ ବ୍ୟବସାୟୀ ସେମାନଙ୍କ ଲାଇସେନ୍ସ ବଜାୟ ରଖିଥିଲେ। ସମୟସୀମା ଶେଷ ହେବା ପୂର୍ବରୁ କେତେଜଣ ଲାଇସେନ୍ସ ସମର୍ପଣ କରିଥିଲେ ମଧ୍ୟ ପୁନର୍ବାର ଟେଣ୍ଡର ହୋଇ ନ ଥିଲା। ଫଳରେ ସରକାରଙ୍କୁ ୮୯୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଲା ବୋଲି ରିପୋର୍ଟରେ କୁହାଯାଇଛି। ଏହା ବ୍ୟତୀତ ଜୋନାଲ ଲାଇସେନ୍ସଧାରୀଙ୍କୁ କେତେକ ଛାଡ଼ ପ୍ରଦାନ କରାଯିବାରୁ ଅଧିକ ୯୪୧ କୋଟି ଟଙ୍କା କ୍ଷତି ହୋଇଥିଲା। କୋଭିଡ୍‌ କଟକଣା ପରିପ୍ରେକ୍ଷୀରେ ଜୋନାଲ ଲାଇସେନ୍ସଧାରୀଙ୍କ ଲାଇସେନ୍ସ ଫି ଛାଡ଼ କରାଯିବାରୁ ଅତିରିକ୍ତ ୧୪୪ କୋଟି ଟଙ୍କା କ୍ଷତି ହେଇଥିଲା।
ଅବକାରୀ ନୀତି କାର୍ଯ୍ୟକାରିତାରେ ଦିଲ୍ଲୀ ସରକାର ୨,୦୨୬ କୋଟି ଟଙ୍କା ରାଜସ୍ବ କ୍ଷତି ସହିଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଥିଲାବେଳେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସରକାର ଏହାକୁ ବିଧାନସଭାରେ ଉପସ୍ଥାପନ କରୁ ନ ଥିବା ଭାଜପା ଅଭିଯୋଗ କରିଛି। ରିପୋର୍ଟରେ ଉଠାଯାଇଥିବା ପ୍ରଶ୍ନର ଜବାବ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଦେବାକୁ ହେବ ବୋଲି ଭାଜପା ନେତା ଅନୁରାଗ ଠାକୁର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଏହି ଟଙ୍କା କାହା ପକେଟକୁ ଯାଇଥିଲା ଦୁର୍ନୀତିର କିଙ୍ଗ୍‌ପିନ୍‌ କେଜ୍‌ରିଓ୍ବାଲ ପ୍ରକାଶ କରିବା ଆବଶ୍ୟକ। ସିଏଜି ରିପୋର୍ଟରୁ ଆଭ୍ୟନ୍ତରୀଣ ତ୍ରୁଟି ପଦାରେ ପଡ଼ିଥିବା ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଛନ୍ତି। ମଦ ଭଳି ବିଭିନ୍ନ ବିଭାଗରେ ଲୁଟ୍‌ର ‘ଆପ୍‌’ଦା ମଡେଲ୍‌ ପୂର୍ଣ୍ଣ ପ୍ରଦର୍ଶିତ ହୋଇଥିବା ଭାଜପା ମୁଖ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri