Posted inଜାତୀୟ

ବାଟ୍‌ଲା ହାଉସ ଏନକାଉଣ୍ଟର: ଅଭିଯୁକ୍ତଙ୍କୁ ଫାଶି

ନୂଆଦିଲ୍ଲୀ, ୧୫।୩ – ପୋଲିସ ଇନସପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କ ହତ୍ୟା ଓ ୨୦୦୮ ବାଟ୍‌ଲା ହାଉସ ଏନକାଉଣ୍ଟର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅରିଜ ଖାନଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି ଦିଲ୍ଲୀର ସେସନ କୋର୍ଟ। ଶୁଣାଣିବେଳେ ଏହାକୁ ବିରଳରୁ ବିରଳ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଥିଲେ ଅତିରିକ୍ତ ସେସନ ଜଜ୍‌ ସନ୍ଦୀପ ଯାଦବ। ଚଳିତ ମାସ ୮ ତାରିଖରେ ଇଣ୍ଡିଆନ ମୁଜାହିଦ୍ଦିନର ସଦସ୍ୟ ଆରିଜ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ମାନ୍ୟବର କୋର୍ଟ ଅରିଜଙ୍କ ଉପରେ ୧୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ମୃତ ପୋଲିସ ଅଧିକାରୀଙ୍କ ପରିବାରକୁ ତୁରନ୍ତ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବା ଉଚିତ ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି। ସ୍ପେଶାଲ ସେଲର ଇନସପେକ୍ଟର ମୋହନ ଶର୍ମା ଦକ୍ଷିଣ ଦିଲ୍ଲୀର ଜାମିଆ ନଗର ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ।

ଉଲ୍ଲେଖଥାଉ କି, ୨୦୦୮ ସେପ୍ଟେମ୍ବର ୧୩ରେ ଦିଲ୍ଲୀରେ ଘଟିଥିଲା ସିରିଏଲ ବୋମା ବିସ୍ଫୋରଣ। ଏଥିରେ ୩୦ ଜଣ ପ୍ରାଣ ହରାଇଥିଲେ। ଏହାର ଗୋଟିଏ ସପ୍ତାହ ପରେ ଅର୍ଥାତ ସେପ୍ଟେମ୍ବର ୧୯ରେ ସନ୍ଦିଗ୍ଧ ଆତଙ୍କବାଦୀ ଓ ପୁଲିସ ମଧ୍ୟରେ ବାଟଲା ହାଉସରେ ଗୁଳି ବୀନିମୟ ହୋଇଥିଲା। ବାଟଲା ହାଉସରୁ ଇଣ୍ଡିଆନ ମୁଜାହିଦ୍ଦିନର ଆତଙ୍କବାଦୀ ଆରିଜଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri