Posted inଜାତୀୟ

ଦିଲ୍ଲୀ ସାମ୍ପ୍ରଦାୟିକ ହିଂସା: ୧୩ ଧର୍ମସ୍ଥଳକୁ କରାଯାଇଥିଲା ଟାର୍ଗେଟ୍‌

ନୂଆଦିଲ୍ଲୀ, ୨୮।୬: ଦିଲ୍ଲୀରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ୧୩ ଧର୍ମସ୍ଥଳକୁ ଟାର୍ଗେଟ୍‌ କରାଯାଇଥିଲା। ସେଥିମଧ୍ୟରୁ ୧୧ଟି ଧର୍ମସ୍ଥଳ କ୍ଷତିଗ୍ରସ୍ତ ହୋଇଥିବା ଦିଲ୍ଲୀ ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅଧିକାର ଅଧିନିୟମ(ଆର୍‌ଟିଆଇ) ଅନ୍ତର୍ଗତ ଆଇନଜୀବୀ ୟୁସୁଫ ନକୀଙ୍କ ଦ୍ୱାରା କରାଯାଇଥିତ୍ବା ପୃଥକ ପୃଥକ ଆବେଦନରେ ଏଭଳି ଉତ୍ତର ଦିଆଯାଇଛି। ଏନେଇ ୧୯୩ ଏଫ୍‌ଆଇଆର୍‌ ଦାଏର ହୋଇଥିବାବେଳେ ୩୭୩ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି। ଉତ୍ତର-ପୂର୍ବ ଦିଲ୍ଲୀର ଅତିରିକ୍ତ ପୋଲିସ ଉପାୟୁକ୍ତ ଏମ୍‌.ଏ. ରିଜଓ୍ବିଙ୍କ ହସ୍ତାକ୍ଷର ଥିବା ଉତ୍ତର ପୋଲିସ ବିଭାଗ ପକ୍ଷରୁ ୟୁସୁଫଙ୍କୁ ଦିଆଯାଇଛି। ସାମ୍ପ୍ରଦାୟିକ ହିଂସାରେ ୫୩ ଜଣଙ୍କ ମୃତ୍ୟୁ ଘଟିଥିବା ଏଥିରେ ଦର୍ଶାଯାଇଛି। ତେବେ ଧର୍ମସ୍ଥଳ ଗୁଡ଼ିକର ନାମ ସମ୍ପର୍କରେ ଅବା ଗିରଫ ହୋଇଥିବା ବ୍ୟକ୍ତିଙ୍କ ବିଷୟରେ କୌଣସି ସୂଚନା ପୋଲିସ ବିଭାଗ ପକ୍ଷରୁ ପ୍ରଦାନ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ ଗଲେ ଭୀମ୍‌ ଆର୍ମି ମୁଖ୍ୟ

ନୂଆଦିଲ୍ଲୀ, ୨୨ା୧୨(ପି.ଟି.): ସିଏଏକୁ ବିରୋଧ କରି ଦେଶରେ ପ୍ରତିବାଦର ସ୍ବର ବଢ଼ିବାରେ ଲାଗିଥିବାବେଳେ ଶନିବାର ଦିଲ୍ଲୀ ପୋଲିସ ବିକ୍ଷୋଭରତ ଭୀମ୍‌ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ...

ମୃତଦେହ ସହ ହେଉଥିବା ଖରାପ୍‌ ବ୍ୟବହାରକୁ ନେଇ ଦିଲ୍ଲୀ ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨।୬: ଦିଲ୍ଲୀରେ ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମଣ ବଢ଼ିବା ସହ ଲଗାତର ଖରାପ୍‌ ହେଉଥିବା ସ୍ଥିତିକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣି...

କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ, ୧୩।୮: କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କୁ ଗୁରୁବାର ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି। ମୂତ୍ର ସଂକ୍ରମଣ ଲାଗି...

ଓଲଟିଲା ଡଙ୍ଗା: ୨୦ ନିଖୋଜ

ମେଦିନାପୁର, ୩୦।୯: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁରରେ ଏକ ଅଘଟଣ ଘଟିଛି। ପୂର୍ବ ମେଦିନାପୁରରେ ଏକ ଡଙ୍ଗା ବୁଡିଯିବାରୁ ୨୦ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। ଆବଶ୍ୟକଠାରୁ...

ପିଆଜର ଦରବୃଦ୍ଧିକୁ ନେଇ ଅର୍ଥମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଟ୍ବିଙ୍କିଲ

ମୁମ୍ବାଇ,୭।୧୨: ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ ଖାନ୍ନା ଯଦିଓ ଏବେ ବଡ ପରଦାଠାରୁ ବହୁ ଦୂରରେ ରହିଛନ୍ତି ହେଲେ ସେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ଏମିତିକି...

ଟ୍ରମ୍ପ୍‌ଙ୍କ ଗସ୍ତ ପୂର୍ବରୁ ଧମକ

ନୂଆଦିଲ୍ଲୀ,୧୭ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ପୂର୍ବରୁ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଦେଇଛି ଆକ୍ରମଣ ଧମକ। ହତ୍ୟାକାରୀମାନଙ୍କୁ କ୍ଷମା ଦିଆଯିବ...

ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ: ୯ ମୃତ

କୁଡ୍ଡାଲୋରେ,୪।୯: ତାମିଲନାଡୁ କୁଡ୍ଡାଲୋରେ ଜିଲାର କଟ୍ଟୁମାନାରକୋଲିଠାରେ ଥିବା ଏକ ବାଣ ତିଆରି କାରଖାନାରେ ଶୁକ୍ରବାର ସକାଳେ ଏକ ବିସ୍ଫୋରଣ ହୋଇଛି। ଏଥିରେ ୯ ଜଣ ମହିଳାଙ୍କ...

‘ଏନ୍‌ଆର୍‌ସି-ଏନ୍‌ପିଆର୍‌ ଗରିବଙ୍କ ଉପରେ ଟାକ୍ସ’

ନୂଆଦିଲ୍ଲୀ,୨୮ା୧୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକତ୍ୱ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)କୁ ନେଇ ଶାସକ ଭାଜପା ଓ ବିରୋଧୀ...

Coronavirus Update

Archives

Model This Week

Why Dharitri