ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ ନିର୍ମାଣରେ ବିଳମ୍ବ

ଛତ୍ରପୁର,୨୨ା୫(ଡି.ଏନ.ଏ): ଗଞ୍ଜାମ ଜିଲାରେ ପ୍ରସ୍ତାବିତ ବ୍ରହ୍ମପୁର ବାଇପାସ ରିଙ୍ଗ୍‌ ରୋଡ୍‌ ନିର୍ମାଣରେ ଅହେତୁକ ବିଳମ୍ବ ହୋଇଛି। ୧୦ ବର୍ଷ ପରେ ବି ଏହି ରିଙ୍ଗ୍‌ ରୋଡ୍‌ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନାହିଁ। ମୁଖ୍ୟତଃ ଘରୋଇ ଜମି ଅଧିଗ୍ରହଣ ସମସ୍ୟା ଦେଖାଦେଇଆସୁଛି। ଫଳରେ ଏହା ବିଳମ୍ବ ହେବାରେ ଲାଗିଛି।ବ୍ରହ୍ମପୁର ସହର ଟ୍ରାଫିକ୍‌ ସମସ୍ୟାକୁ ସୁଧାରିବାକୁ ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ ନିର୍ମାଣ ଲାଗି ପରିକଳ୍ପନା ହୋଇଥିଲା। ତତ୍କାଳୀନ ଗଞ୍ଜାମ ଜିଲାପାଳ କ୍ରିଷ୍ଣନ କୁମାରଙ୍କ ସମୟରେ ଉକ୍ତ ପ୍ରସ୍ତାବ ଆଗତ ହୋଇଥିଲା। କ୍ରମବର୍ଦ୍ଧିଷ୍ଣୁ ବ୍ରହ୍ମପୁର ସହର ସମେତ ଉପକଣ୍ଠ ବିଭିନ୍ନ ଗ୍ରାମାଞ୍ଚଳର ଜନସଂଖ୍ୟା, ଗମନାଗମନକୁ ନଜରରେ ରଖି ଭବିଷ୍ୟତରେ ଯାତାୟତକୁ ସହଜ କରିବା ଉଦ୍ଦେଶ୍ୟରେ ୨୦୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ପାଇଁ ରିଙ୍ଗ୍‌ ରୋଡ୍‌ ନିର୍ମାଣର ଶୁଭ ଦେଇଥିଲେ। ୪୬ କି.ମି. ବିଶିଷ୍ଟ ରିଙ୍ଗ୍‌ ରୋଡ୍‌ ନିର୍ମାଣ ପାଇଁ ସ୍ଥିର ହୋଇଥିଲା। ତେବେ ଜମି ଅଧିଗ୍ରହଣ ସମସ୍ୟା, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅସହଯୋଗ ଯୋଗୁଁ ଏହି ରିଙ୍ଗ୍‌ ରୋଡ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନ ଥିଲା। ଏହାର ୭ ବର୍ଷ ପରେ ୨୦୨୧ ନଭେମ୍ବରରେ ତକତ୍ାଳୀନ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସମୟରେ ଏହି ରିଙ୍ଗ୍‌ ରୋଡ୍‌ ର ପ୍ରଥମ ପର୍ଯ୍ୟାୟ କାମ ଶୁଭାରମ୍ଭ ହୋଇଥିଲା। ଅପରପକ୍ଷରେ ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ ନିର୍ମାଣ ପାଇଁ ଆଉ ଆବଶ୍ୟକ ଜମି ଅଧିଗ୍ରହଣ ପାଇଁ ବାଟ ଫିଟିଛି। ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ର ରତନପୁର ଠାରୁ ହଳଦିଆପଦର ରୋଡ୍‌ ପାଇଁ ଗୋବିନ୍ଦପୁର ଓ ମନୋହରପୁର ମୌଜାର ଘରୋଇ ଜମି କିଣାଯିବ। ଏଥିଲାଗି ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରଶାସନିକ ଅନୁମୋଦନ ମିଳିଛି। ଏନେଇ ଜିଲାପାଳଙ୍କୁ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠି ଆସିଛି। ଏଥିରୁ ଜଣାଯାଇଛି ଯେ ମନୋହରପୁର ମୌଜାର ୧୦.୫୫୨ ଏକର ଘରୋଇ ଜମି ଓ ଗୋବିନ୍ଦପୁର ମୌଜାର ୪.୪୯୯ ଏକର ଘରୋଇ ଜମି କିଣାଯିବ। ଏଥିଲାଗି ୧୩ କୋଟି ୯୨ ଲକ୍ଷ ୮୨ ହଜାର ୧୪୮ ଟଙ୍କା ଖର୍ଚ୍ଚ ହେବ। ଗଞ୍ଜାମ ଆର୍‌ଏଣ୍ଡବି ଡିଭିଜନ-୧ ର ନିର୍ବାହୀ ଯନ୍ତ୍ରୀଙ୍କ ଉପସ୍ଥିତିରେ ଏହା ତ୍ୱରାନ୍ବିତ ହେବ। ଏଥିସହ ଫଟୋଗ୍ରାଫି କରିବାକୁ ଉକ୍ତ ଚିଠିରେ ନିର୍ଦ୍ଦେଶ ରହିଛି। ପୂର୍ବରୁ ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ ପାଇଁ ଆବଶ୍ୟକ ପଡୁଥିବା ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବା ନେଇ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ସୂଚନା ଦେଇସାରିଛନ୍ତି। ଉକ୍ତ ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ ନିର୍ମାଣ ଲାଗି ୪୭୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ରିଙ୍ଗ୍‌ ରୋଡ୍‌ ନିର୍ମାଣ ହେଲେ ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର ଓ ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ବାସିନ୍ଦା ଉପକୃତ ହେବେ। ବିଶେଷ କରି ଗ୍ରାମାଞ୍ଚଳବାସୀଙ୍କୁ ଆଉ ଦୀର୍ଘ ଦୂରତା ଅତିକ୍ରମ କରିବାକୁ ପଡିବନି। ଏଥିସହ ବ୍ରହ୍ରପୁର ସହରରେ ପ୍ରବେଶ କରି ଟ୍ରାଫିକ୍‌ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନି। ଆହୁରି ଜଣାଯାଇଛି ଯେ ବେଳାଭୂମି ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ଗୋପାଳପୁର ସହର ସମେତ ରଙ୍ଗେଇଲୁଣ୍ଡା ବ୍ଲକ, କୁକୁଡାଖଣ୍ଡି ବ୍ଲକ ବାସିନ୍ଦା ନିଜ ଦୈନନ୍ଦିନ ସରକାରୀ କାର୍ଯ୍ୟ, କୃଷି ହେଉ କିମ୍ବା ବ୍ୟବସାୟିକ କାର୍ଯ୍ୟ ଦୃଷ୍ଟିରୁ ବ୍ରହ୍ମପୁର ସହରର ଗହଳିପୂର୍ଣ୍ଣ ରାସ୍ତା ବଦଳରେ ରିଙ୍ଗ୍‌ ରୋଡ୍‌ରେ ସହଜ ଓ ସୁବିଧାରେ ଯାତାୟତ କରିପାରିବେ। ଉକ୍ତ ୪ ଟି ନିର୍ବାଚନମଣ୍ଡଳୀର ବାସିନ୍ଦାଙ୍କ ଯାତାୟତରେ ସୁବିଧା ସହ ସେମାନଙ୍କ ଆର୍ଥିକ ବିକାଶ ତ୍ୱରାନ୍ବିତ ହୋଇପାରିବ। ରିଙ୍ଗ ରୋଡ୍‌ ନିର୍ମାଣ ହେଲେ ବ୍ରହ୍ମପୁର ସହର ପାଇଁ ଉଦ୍ଦିଷ୍ଟ ହଳଦିଆପଦର ବସ୍‌ ଟର୍ମିନାଲ କାର୍ଯ୍ୟକ୍ଷମ ହୋଇପାରିବ ବୋଲି କୁହାଯାଇଛି। ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ରେ ରଘୁନାଥପୁର-ରତନପୁର ବାଇପାସ୍‌, ରତନପୁର ଠାରୁ ହଳଦିଆପଦର ରୋଡ୍‌ ଏବଂ ରଘୁନାଥପୁର-କରାପଲ୍ଳୀ ବାଇପାସ୍‌ ରାସ୍ତା ନିର୍ମାଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?