ଗୋଲାପି ପର୍ଦ୍ଦା

ଭାରତବର୍ଷରେ ଚାହିଦାଠାରୁ ଅଧିକ ରାଜନୈତିକ ଦଳ ଗଢ଼ିଉଠୁଛନ୍ତି ବୋଲି ଅନେକ ଦିନରୁ ଶୁଣୁଛୁ। ଏବେ ସେହି ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସି ନାହିଁ। ଅନ୍ୟପଟେ ସାଧାରଣ ଲୋକଙ୍କୁ ଆକର୍ଷିତ କରିବା ପାଇଁ ମାଗଣାରେ ଅନେକ ସୁବିଧା ଯୋଗାଇଦେବାର ପ୍ରତିଶ୍ରୁତି ସବୁଦଳରୁ ଦେଖିବାକୁ ମିଳୁଛି। ଏହା ଯେତିକି ମାରାତ୍ମକ ନୁହେଁ, ତାହାଠାରୁ କାହିଁ ଅଧିକ ବିପଜ୍ଜନକ ହେଉଛି ପ୍ରାୟ ଅଧିକାଂଶ ଦଳ ଏବେ ପରୋକ୍ଷରେ ହେଉ କିମ୍ବା ପ୍ରତ୍ୟକ୍ଷରେ ଏକପ୍ରକାର ନୀତି ପ୍ରଚଳନ କରିବାରେ ଲାଗିପଡ଼ିଛନ୍ତି। ସମସ୍ତେ ଭାବୁଥିଲେ ଭାରତୀୟ ଜନତା ପାର୍ଟି (ଭାଜପା)ର ପୁରୁଷପ୍ରାଧାନ୍ୟ ରାଜନୀତି ସହିତ ହିନ୍ଦୁତ୍ୱ ମିଶିଗଲେ ଭାରତକୁ ସବୁବେଳେ କବ୍‌ଜା କରି ରଖିବା ସହଜ ହେବ। ଏବେ ସେହି ଦୌଡ଼ରେ ଅନ୍ୟ ଦଳ ସାମିଲ ହେବାକୁ ପଛାଉ ନାହାନ୍ତି। ଦିଲ୍ଲୀରେ ଶାସନ କରୁଥିବା ଅରବିନ୍ଦ କେଜରିଓ୍ବାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)କୁ ଉଦାହରଣ ଭାବେ ଦେଖାଯାଉ। ଚିନ୍ତା କରାଯାଉଥିଲା ଯେ ଏହି ଦଳ ଆଧୁନିକ ଚିନ୍ତାଧାରା ସହିତ ଉଦାର ମୂଲ୍ୟବୋଧ ଦ୍ୱାରା ପରିଚାଳିତ ହେବ। ଏବେ ଦେଖାଯାଉଛି ତାହା ସମ୍ପୂର୍ଣ୍ଣ ଭ୍ରାନ୍ତ ଧାରଣା ଥିଲା। ନିକଟ ଅତୀତରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ (ଏମ୍‌ସିଡି) ଏକ ନୂଆ କାର୍ଯ୍ୟକ୍ରମ ହାତେଇଛି। ଦିଲ୍ଲୀ ସହରରେ ଥିବା ପ୍ରାୟ ୨୫୦ ଓ୍ବାର୍ଡରେ ମହିଳାମାନଙ୍କ ପାଇଁ ‘ସ୍ବତନ୍ତ୍ର ପିଙ୍କ୍‌ ପାର୍କ’ ବା ଗୋଲାପି ପ୍ରମୋଦ ଉଦ୍ୟାନ କରାଯିବ ବୋଲି ଘୋଷଣା କରାଯାଇଛି। ଏକ ସମୟରେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେଶନ ତରଫରୁ ଘୋଷଣା କରାଯାଇଛି ଯେ, ମହିଳାଙ୍କ ସୁରକ୍ଷା ସକାଶେ ଭୂତଳ ରେଳ ଗାଡ଼ିଗୁଡ଼ିକରେ ଅଧିକ ସାଦା ପୋଷାକଧାରୀ ପୋଲିସ ନିୟୋଜିତ ହେବେ।
ଉପରଠାଉରିଆ ଭାବେ ଦେଖିଲେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ପାର୍କ, ଯେଉଁଥିରେ ପୁରୁଷଙ୍କ ପ୍ରବେଶ ନିଷିଦ୍ଧ ହେବ ଏବଂ ମେଟ୍ରୋରେ ଅଧିକ ପୋଲିସ ରହିବା ଘୋଷଣା ମହିଳାଙ୍କ ସୁରକ୍ଷା ଦିଗରୁ ସ୍ବାଗତଯୋଗ୍ୟ। ଏହି ଘୋଷଣା ପାଇଁ ହୁଏତ ବିଭିନ୍ନ ମହଲରୁ ପ୍ରଶଂସାର ସ୍ରୋତ ବୋହିବ। କିନ୍ତୁ ଏଭଳି ପଦକ୍ଷେପ ଏକ ବିପଦ ଆଡିକି ଟାଣି ନେଉଛି ବୋଲି ଏବେ ବୁଝିବା କଷ୍ଟକର। ବିଶେଷକରି ଦିଲ୍ଲୀରେ ମହିଳାମାନଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ଓ ଅତ୍ୟାଚାରର କାହାଣୀ ଦେଶ ବିଦେଶର ଗଣମାଧ୍ୟମରେ ସବୁବେଳେ ପ୍ରକାଶ ପାଇଆସୁଛି। ଏହା ଆରମ୍ଭ ହୋଇଥିଲା ନିର୍ଭୟା ଘଟଣାରୁ, ଆଜି ମଧ୍ୟ ତାହା ହ୍ରାସ ପାଉନାହିଁ।
ଏଭଳି ପଦକ୍ଷେପ ପଛରେ ଥିବା ଚିନ୍ତାଧାରା କାହିଁକି ବିପଦ ସୃଷ୍ଟି କରିବ ତା’ ସମ୍ପର୍କରେ ଭାବିବା ଦରକାର। ମହିଳାମାନେ ଘରୁ ବାହାରକୁ ବାହାରିଲେ କେବଳ ପାର୍କରେ ଯାଇ ବସନ୍ତି ନାହିଁ। ସ୍କୁଲ, କଲେଜ, କାର୍ଯ୍ୟାଳୟଠାରୁ ଆରମ୍ଭ କରି ଟ୍ରେନ, ବସ୍‌, ହସ୍ପିଟାଲ ଓ ହୋଟେଲ ଇତ୍ୟାଦିରେ ମହିଳାଙ୍କ ଉପସ୍ଥିତି ପରିଲକ୍ଷିତ ହୋଇଥାଏ। ଯେତେବେଳେ ସୁରକ୍ଷା ନାମରେ କୌଣସି ନିର୍ଦ୍ଦିଷ୍ଟ ଭୌଗୋଳିକ ଅଞ୍ଚଳରେ ମହିଳାଙ୍କୁ ଆବଦ୍ଧ କରି ରଖିବାର ଚିନ୍ତାଧାରା ସୃଷ୍ଟି ହେବ, ତାହା ନିଶ୍ଚିତ ଭାବେ ଅତ୍ୟନ୍ତ ପଶ୍ଚାତପଦ ଭାବନା ବୋଲି କହିହେବ। ଫଳରେ ମହିଳାଙ୍କ ସ୍ବାଧୀନତା ଉପରେ ଆଞ୍ଚ ଆସିବ। ଏମିତି ବି ହୋଇପାରେ ଯେ ପିଙ୍କ୍‌ ପାର୍କ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ମହିଳାଙ୍କୁ ଦେଖିଲେ କେହି ପ୍ରଶ୍ନ କରିପାରନ୍ତି ଯେ ପୁରୁଷଙ୍କ ପାର୍କରେ କାହିଁକି ଜଣେ ମହିଳା ଉପସ୍ଥିତ ଅଛନ୍ତି। ଏଠାରେ ଆଫଗାନିସ୍ତାନର ତାଲିବାନ ନୀତିକୁ ଦେଖାଯାଉ। ୧୫ ଅଗଷ୍ଟ ୨୦୨୧ଠାରୁ ଆଫଗାନିସ୍ତାନ ଉପରେ ଶାସନ କରିଆସୁଥିବା ତାଲିବାନ ସବୁ କଥାରେ ମୁସଲମାନଙ୍କ ଶାରିଆ ଆଇନକୁ ପ୍ରୟୋଗ କରୁଛି। ଘର ବାହାରକୁ ଜଣେ ମହିଳା ପାଦ ରଖିବା ମାତ୍ରକେ ସେ ପର୍ଦ୍ଦା ବ୍ୟବସ୍ଥାରେ ଯାତାୟାତ କରିବାକୁ ବାଧ୍ୟ। କୌଣସି ମହିଳା ଏକୁଟିଆ ଘର ବାହାରକୁ ବାହାରିପାରିବେ ନାହିଁ। ଜଣେ ମହିଳାଙ୍କ ସହିତ ବାଧ୍ୟତାମୂଳକ ଭାବେ ପରିବାରର ଜଣେ ପୁରୁଷ ଯିବାକୁ ପଡୁଛି। କଚେରିରେ ଉଭୟ ବିଚାରପତି ଏବଂ ଓକିଲାତି କରୁଥିବା ମହିଳାମାନେ ତାଙ୍କ ପେସା ହରାଇ ସାରିଲେଣି। ଦୀର୍ଘ ଦିନ ଧରି ଝିଅପିଲାଙ୍କ ପାଠପଢ଼ାକୁ ବନ୍ଦ କରିଦିଆଯାଇଛି। ଏହିଭଳି ଆହୁରି ଅନେକ କଠୋର ପଦକ୍ଷେପ ଆଫଗାନିସ୍ତାନରେ ନିଆଯାଇଛି ଏବଂ ଏହିସବୁର ଏକମାତ୍ର ଆଳ ହେଉଛି ମହିଳାଙ୍କ ସୁରକ୍ଷା।
ଭାରତରେ ଆମେ ମୁସଲମାନ ଆଇନକୁ ନାପସନ୍ଦ କରି ଭାବିଥିଲୁ ହିନ୍ଦୁ ଧର୍ମର ଉଦାରତା ଅଧିକ ଗୁରୁତ୍ୱ ପାଇବ। ଏବେ ଦେଖାଯାଉଛି ହିନ୍ଦୁ ଧର୍ମ ମଧ୍ୟରୁ ଉପୁଜିଥିବା ମୌଳ ହିନ୍ଦୁତ୍ୱବାଦୀ ଚିନ୍ତାଧାରା କୌଣସି ଭାବେ ଶାରିଆ ଆଇନଠାରୁ ଭିନ୍ନ ନୁହେଁ। ବିଶେଷକରି ମହିଳାଙ୍କ ସମ୍ପର୍କରେ ଉଭୟ ଚିନ୍ତାଧାରାର ଆଭିମୁଖ୍ୟ ପ୍ରାୟତଃ ଏକପ୍ରକାର ରହୁଛି। ଆଜି ମହିଳାଙ୍କ ପାଇଁ ଭିନ୍ନ ପାର୍କ ସୃଷ୍ଟି କଲେ, କାଲି ସ୍କୁଲ, କଲେଜ ଓ କାର୍ଯ୍ୟସ୍ଥଳୀରେ ମହିଳାଙ୍କ ସୁରକ୍ଷା ନାମରେ ସେମାନଙ୍କୁ ନିଶ୍ଚିତ ଭାବେ ଅଲଗା କରାଯିବ। କ୍ରମଶଃ ଏହା ଏକପ୍ରକାର ଗୋଲାପି ପର୍ଦ୍ଦା ଆଡ଼କୁ ଭାରତୀୟ ସମାଜକୁ ମୁହଁାଇ ନେଉଥିବା ଭଳି ମନେହେଉଛି।
ସେହିଭଳି ମେଟ୍ରୋରେ ଅଧିକ ପୋଲିସ ମୁତୟନ ହେବେ ବୋଲି ଶୁଣି ଆମେ ସମସ୍ତେ ଖୁସି ହୋଇପାରୁ। କିନ୍ତୁ ଧୈର୍ଯ୍ୟର ସହିତ ଚିନ୍ତା କଲେ ସ୍ପଷ୍ଟ ବୁଝାପଡୁଛି ଯେ, ଭାରତର କୌଣସି ପୋଲିସ ବଳ କେବେହେଲେ ଅସହାୟଙ୍କୁ ସାହାଯ୍ୟ କରେ ନାହିଁ। ଯଦି କୌଣସି ଯୁବକ ଜଣେ ଯୁବତୀଙ୍କୁ ହଇରାଣ କରୁଥିବାର ଦେଖାଯାଏ, ତେବେ ପୋଲିସ ସାହାଯ୍ୟ କରିବା ପରିବର୍ତ୍ତେ ସେହି ଯୁବତୀ କିଛି ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରିଥିବେ ବୋଲି ଧରିନିଅନ୍ତି। ଏଭଳି ମାନସିକତାରେ ଦିଲ୍ଲୀ ପୋଲିସ କୌଣସି ଭାବେ ଊଣା ନୁହେଁ।
ମହିଳାଙ୍କୁ ଭିନ୍ନ ସ୍ଥାନରେ କଣ୍ଟାବାଡ଼ ପକାଇ ଅଲଗା ରଖିଲେ ତାହା କେବେହେଲେ ତାଙ୍କୁ ସୁରକ୍ଷା ଦେବ ବୋଲି କୁହାଯାଇ ପାରିବ ନାହିଁ। ସେଭଳି ପଦକ୍ଷେପ କେବଳ ପ୍ରମାଣ କରୁଛି ଯେ, ପ୍ରଶାସନ ଏବଂ ଆଇନ ଶୃଙ୍ଖଳା ବ୍ୟବସ୍ଥା ନିଜର ଦାୟିତ୍ୱ ପୂରଣ କରିବାରେ ଅସମର୍ଥ ହେଉଥିବାରୁ ଏଭଳି ନୀତି ପ୍ରଣୟନ ହେଉଛି। ମହିଳାଙ୍କୁ ସୁରକ୍ଷା ନାମରେ ବନ୍ଦୀ କରିଦେଲେ ଭବିଷ୍ୟତର ଭାରତୀୟ ସମାଜ ଆହୁରି ଅଧିକ ବିକୃତ ହୋଇଯିବ। ସେଥିପାଇଁ ମହିଳାଙ୍କୁ ବନ୍ଦୀ କରିବା ପରିବର୍ତ୍ତେ ପୁରୁଷଙ୍କୁ ପିଲାଦିନରୁ ଶିକ୍ଷା ବ୍ୟବସ୍ଥାରେ ମହିଳାଙ୍କୁ ସମ୍ମାନ ଦେବାର ଶିଖାଯିବା ଦରକାର। ପୋଲିସକୁ ବ୍ୟବହାର କରି ମହିଳାଙ୍କ ସମ୍ମାନ ସୁରକ୍ଷିତ ରଖିବାର ପ୍ରଚେଷ୍ଟା ଭାରତୀୟ ସମାଜକୁ ତାଲିବାନୀ କରିଦେବାର ସବୁ ସଙ୍କେତ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?