ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ ଖୁସି ଥାଏ। କିନ୍ତୁ ତା ବାପା, ମୋର ବନ୍ଧୁ ଶରତ ବାବୁ, ଦୁଃଖରେ ଏମିତି ଭାଙ୍ଗିପଡିଥାଆନ୍ତି ଯେ ସେ ଆମମାନଙ୍କ ସହ ଭଲରେ ମିଶିପାରୁ ନ ଥା’ନ୍ତି। ତାଙ୍କ ପତ୍ନୀଙ୍କ ଅବସ୍ଥା ଆହୁରି ଖରାପ ହେଇଯାଇଥାଏ। ସେ ସ୍ବାମୀ-ସ୍ତ୍ରୀ ନିଜ ପୁଅ ସହ ମଧ୍ୟ ଖୁସିବାସିରେ ସମୟ କାଟିପାରୁନଥା’ନ୍ତି। ଦେହ ଅସୁସ୍ଥ ଥିବାର ନାନା ବାହାନା କରୁଥିଲେ ବି ବାପୁନ ଏସବୁ ଠିକ୍‌ ଭାବରେ ବୁଝିପାରୁଥାଏ। ତା’ ବୋଉବାପାଙ୍କୁ ସ୍ବାଭାବିକ କରିବା ଉଦ୍ଦେଶ୍ୟରେ ଲୁଚିକରି ମତେ ଫୋନ କରି ତାଙ୍କ ଘରକୁ ବୁଲିଯିବାକୁ କରିଥିବା ନିମନ୍ତ୍ରଣ ରକ୍ଷା କରି ସେଦିନ ସାରେ ଯାଇ ପହଞ୍ଚିଲି।
ବନ୍ଧୁଙ୍କ ପତ୍ନୀ ରୀତା ଦେବୀ ମତେ ନମସ୍କାର ପକେଇଦେଇ ଚା’ କରିବାକୁ ଚାଲିଯିବା ପରେ ମୁଁ ଅପେକ୍ଷା କରି ବସିଥାଏ। କିଛି ସମୟ ପରେ ବନ୍ଧୁ ଶରତବାବୁ ଆସି ପହଞ୍ଚିଲେ। ସପ୍ତାହେ ଧରି ଶୋଇ ନ ଥିବା ଭଳି କ୍ଳାନ୍ତ ଦିଶୁଥାଏ ତାଙ୍କ ମୁହଁ। ମୋ ପାଖ ସୋଫାରେ ବସିପଡିଲା ବେଳକୁ ଚା’ ଧରି ପହଞ୍ଚିଗଲେ ତାଙ୍କ ପତ୍ନୀ। ତାଙ୍କୁ ବସିବାକୁ ଇଙ୍ଗିତ କରି ଉଭୟ ଏମିତି ଦିଶୁଥିବାର କାରଣ ପଚାରିଛି ତ ତାଙ୍କ ଆଖିରୁ ଲୁହ ବହିବାକୁ ଲାଗିଲା। ସମ୍ଭାଳି ନେଇ କହିଲେ, ”ବୁଝିଲେ ଭାଇ, ଜୀବନରେ ଏତେ ଦୁଃଖ, ଏତେ କଷ୍ଟ ଆସିବ, ମୋର ସବୁ ସ୍ବପ୍ନ ଏମିତି ଭାବରେ ଚୂରମାର ହୋଇଯିବ ବୋଲି କେବେ କଳ୍ପନା କରି ନ ଥିଲି। ଏସବୁ ଭାବିଭାବି ପେଟକୁ ଦାନା ଯାଉନି କି ଆଖିକୁ ନିଦ ଆସୁନି। “
କ’ଣ ଏମିତି ଘଟିଯାଇଛି ବୋଲି ପଚାରିବାରୁ ବନ୍ଧୁଙ୍କ ପତ୍ନୀ କହିଲେ, ”ପୁଅଟା ସକାଶେ ସବୁତକ ଟେନସନ। ଏତେ ଭଲ ଷ୍ଟୁଡେଣ୍ଟ। ହେଲେ କ’ଣ କଲା! ଆମ ମାନ ଇଜ୍ଜତ ସବୁ ମାଟିରେ ମିଶେଇଦେଲା। ବାପା ଜଣେ ପ୍ରତିଷ୍ଠିତ ଡାକ୍ତର। ପୁଅ ମେଡିକାଲ କି ଇଞ୍ଜିନିୟରିଂ ପଢ଼ି ନ ପାରି ସାଦା ବିଏସ୍‌ସି ପଢ଼ୁଛି। ୟାଙ୍କର ସବୁ ସାଙ୍ଗଙ୍କ ପିଲାମାନେ କିଏ ମେଡିକାଲ, କିଏ ଇଞ୍ଜିନିୟରିଂ ପଢ଼ୁଛନ୍ତି। ଆମ ପାଖରେ କ’ଣ ଟଙ୍କାର ଅଭାବ ଅଛି! ସେ ଆମେରିକାରେ ପଢ଼ିବାକୁ ଚାହିଁଥିଲେ ବି ତା’ ବାପା ତାକୁ ପଢ଼େଇବାକୁ ପ୍ରସ୍ତୁତ ଥିଲେ। ଯୋଉଠି ଇଚ୍ଛା କରିବ ଏବେ ବି ପଢ଼ିପାରିବ। କୋଉ ସମୟ ସୁଯୋଗ ଶେଷ ହୋଇଗଲା କି? ମୋର ଗୋଟେ ସାଙ୍ଗର ପୁଅ ଏବେ ଆମେରିକାରେ ପଢ଼ୁଛି ବୋଲି ଶୁଣିଲା ପରେ ମୋ ଛାତିରେ ଯେମିତି ଚାଉଁ କିନା ନିଆଁ ଲାଗିଗଲା। ହେଲେ ସେ ତା ଜିଦ୍‌ରେ ଅଟଳ। ଏବେ ତା’ର ପ୍ରଭାବ ଝିଅଟା ଉପରେ ନ ପଡ଼ିବ ବୋଲି କିଏ କହିବ! ସେ ତ ଏବେଠୁ ତା ଭାଇକୁ ସପୋର୍ଟ କରୁଛି । ନିଜେ କ’ଣ କରିବ ସେକଥା ଭାବିଲେ ଆହୁରି ଟେନସନ“।
ମୂକ ହେଇ ବସିଥିବା ବନ୍ଧୁଙ୍କୁ କହିଲି, ”ବୁଝିଲ, ଏ ଘଟଣାରେ ଦୁଃଖ କଲାଭଳି ଆଦୌ କାରଣ ନ ଥିଲେ ବି ତମେ ନିଜର ବୃଥା ମାନ ଅଭିମାନ ଯୋଡିଦେଉଛ ବୋଲି କଷ୍ଟ ପାଉଛ। ମୋ ଜାଣିବାରେ ବାପୁନ ଭଳିଆ ପୁଅ କୋଟିଏରେ ଗୋଟିଏ। ତା’ ବୟସର ଅଧିକାଂଶ ପିଲା ଆଜିକାଲି ଯେମିତି ଉଚ୍ଛୃଙ୍ଖଳ ଜୀବନ ବଞ୍ଚୁଛନ୍ତି, ସେମାନଙ୍କୁ ଡରିଡରି ମା’ବାପାମାନଙ୍କ ଜୀବନ ଅଧା। ବାପା ପାଖରେ ଟଙ୍କା ଥାଉ କି ନ ଥାଉ, ତାଙ୍କର ଇଚ୍ଛା ଥାଉ କି ନ ଥାଉ, ପିଲା ଯାହା ଚାହିଁବ ତାହା ନିଶ୍ଚୟ ହାସଲ କରିବ ହିଁ କରିବ। ମାଆ ପଛେ ଧାନକୁଟି ହେଇଥାଉ, ପୁଅ କିନ୍ତୁ ନାଗର ସାଜିବ। ଭଦ୍ରତା, ସଂସ୍କାର, ଶିଷ୍ଟାଚାରର ଧାର ଧରିବାର ନାହିଁ। ରାଜନବାବୁଙ୍କ ପୁଅକୁ ଦେଖୁଛ ତ? ତା ରୂପଭେକ, ଆଚାର ବ୍ୟବହାରରୁ ସେ କେବେ ବି ଗୋଟେ ଭଦ୍ର ଘରର ପିଲାଭଳି ଲାଗେ? ମା’ବାପାଙ୍କୁ ଡରେଇ ଧମକେଇ କେତେ ଦାମୀ ବାଇକଟାଏ ଧରି ବୁଲୁଚି। ଏତେ ଫୁଟାଣିକୁ ପାଠଘର ଶୂନ। ସେଭଳି ପିଲା ପାଇଁ ମା’ବାପାଙ୍କର ମୁଣ୍ଡ ଲଜ୍ଜାରେ ତଳକୁ ହୋଇଯିବ। ଭାବିଲ ଦେଖି; ବାପୁନ ଭିତରେ ଏମିତି କୋଉ ଖରାପ ଗୁଣ ଦେଖିଛ ଯୋଉଥିପାଇଁ ତମେ ଲଜ୍ଜାବୋଧ କରିବ? ତମେ ଚାହିଁଲେ ତାକୁ ଦାମୀ କାରଟେ ଉପହାର ଦେଇପାରିବ, ହେଲେ ସେ କେବେ ତମକୁ ସାମାନ୍ୟ ବାଇକଟେ ବି କିଣିଦେବାକୁ କହିଛି? ସବୁଦିନ ଏତେବାଟ ସାଇକେଲ ଚଲେଇ କଲେଜ ଯାଉଛି ଜାଣି ମୁଁ ତାକୁ ପଚାରିଥିଲି ସେ ବାଇକଟେ ଦରକାର କରୁଛି କି ନାହିଁ। ସେ କହିଲା, ଅନ୍ତତଃ ତେଲ ପକେଇବା ପାଇଁ ଟଙ୍କା ରୋଜଗାର କଲାପରେ ସେ ବାଇକ କଥା ଭାବିବ। ବାଇକ କଥା ଛାଡ଼, କିଛି ବି କିଣିବା ପାଇଁ ସେ କେବେ ଜିଦ୍‌ କରିଛି କି? ବାପୁନ ଗୋଟେ ହୀରା। ତା’ ରୂପରେ ଭଗବାନ ତମକୁ ବହୁତ ସୁଖ ଦେଇଛନ୍ତି। ସୁଖଟା ସହଜଲବ୍ଧ ହୋଇଗଲେ ତାକୁ ଚିହ୍ନିବାରେ ଭୁଲ ହୁଏ। ତମ କ୍ଷେତ୍ରରେ ସେୟା ହିଁ ଘଟୁଛି। ଜାଣିଛ, ଭଗବାନ ଆମକୁ ଆମ ପିଲାମାନଙ୍କ ଜରିଆରେ ଅପାର ସୁଖ କିମ୍ବା ଦଣ୍ଡ ଦେଇଥା’ନ୍ତି। ଆଜିକାଲି ପିଲାଙ୍କ ମତିଗତି ଯାହା କିଏ କେତେବେଳେ କେମିତି ଭାବରେ ମା’ବାପାଙ୍କ ପାଇଁ ଦୁଃଖର କାରଣ ପାଲଟିଯିବ ସେକଥା କେହି କହିପାରିବେନି, କିନ୍ତୁ ବର୍ତ୍ତମାନ ଅନ୍ତତଃ ଯୋଉ ସୁଖ ତମ ହାତ ପାଆନ୍ତାରେ ଅଛି ତାକୁ ଏମିତି ହରେଇଦେବା ଠିକ ନୁହଁ। ସୁଖ ଉପଭୋଗ କରିବା ପାଇଁ ଯଥେଷ୍ଟ କାରଣ ଥିଲେ ମଧ୍ୟ ଅନ୍ୟର ସୁଖ ସମୃଦ୍ଧି ଦେଖି ଆମ ଜୀବନ ହାହୁତାଶରେ ଭରିଯାଉଛି। ବିଚାର ଟିକେ ବଦଳେଇଦିଅ, ଦେଖିବ ଘର ହସିଉଠିବ।“
ଏତିକିବେଳେ ଅଷ୍ଟମରେ ପଢ଼ୁଥିବା ମିଲି ନାଚିନାଚି ଆସି ଶରତ ବାବୁଙ୍କ ପାଖରେ ବସି କହିଲା, ”ବାବା! ଯୋଉ ଡ୍ୟାନ୍ସ ସ୍କୁଲ କଥା କହୁଥିଲି, ସେଠି ଆଡ୍‌ମିଶନ ହୋଇଗଲେ, ଭାଇ କହିଛି ସେ ମତେ ନେବାଆଣିବା କରିବ। ପ୍ଲିଜ୍‌, ଆଡ୍‌ମିଶନ କରେଇଦିଅନା।“ ବନ୍ଧୁ ମତେ ଚାହିଁ ଟିକେ ହସିଦେଇ, ଝିଅର ମୁଣ୍ଡ ଆଉଁସି ଦେଇ କହିଲେ,”ବ୍ୟସ୍ତ ହଅନା, କାଲି ହିଁ ଆଡ୍‌ମିଶନ କରିଦେବା।“
ମୁଁ ଫେରିଆସିବା ବେଳକୁ ବନ୍ଧୁଙ୍କ ପତ୍ନୀ ଖୁବ୍‌ ଆଶ୍ବସ୍ତ ଦିଶୁଥିଲେ। କୃତଜ୍ଞତାର ହସ ହସି ମତେ ନମସ୍କାର ପକେଇ ଝିଅକୁ କୋଳକୁ ଟାଣିନେଲେ।

ହରେକୃଷ୍ଣ ଦାସ

-ଅଧ୍ୟାପକ, ଇଂରାଜୀ ବିଭାଗ
ନିଆଳି ମହାବିଦ୍ୟାଳୟ
ନିଆଳି, କଟକ
ମୋ: ୯୮୬୧୩୪୫୬୫୮


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?