ଲୁଟ୍‌ର ଡେମୋ ଦେଖାଇଲେ ଅଭିଯୁକ୍ତ

କଟକ ଅଫିସ,୨୭।୧୧: କଟକ ନୟାସଡ଼କ ଅଞ୍ଚଳରେ ଥିବା ଅର୍ଥ ଲଗାଣକାରୀ ସଂସ୍ଥା ଇଣ୍ଡିଆନ ଇନ୍‌ଫୋଲାଇନ ଫାଇନାନ୍ସ ଲିମିଟେଡ(ଆଇଆଇଏଫ୍‌ଏଲ୍‌) ଶାଖା କାର୍ଯ୍ୟାଳୟରୁ ସୁନା ଲୁଟ ଘଟଣାର ଚେର ଲମ୍ବି ଲମ୍ବି ଚାଲିଛି । ବୁଧବାର କମିଶନରେଟ ପୋଲିସ ସଂସ୍ଥାର ମହିଳା ଅଧିକାରୀଙ୍କ ସମେତ ୭ଜଣଙ୍କୁ ଗିରଫ କରିବାପରେ ଗୁରୁବାର ଅନ୍ୟ ଜଣେ ଅଭିଯୁକ୍ତ ପୋଲିସ ଜାଲରେ ପଡ଼ିଛନ୍ତି। ବଜ୍ରକବାଟି ରୋଡସ୍ଥିତ ଏକ ସୁନା ଋଣ ସଂସ୍ଥାର ପରିଚାଳକଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ଏଥିସହ ତାଙ୍କ ନିକଟରୁ ପ୍ରାୟ ୧୦ କେଜିରୁ ଅଧିକ ସୁନା ଜବତ କରିଛି। ଗିରଫ ୭ ଅଭିଯୁକ୍ତଙ୍କ ମଧ୍ୟରୁ ୩ଦିନିଆ ରିମାଣ୍ଡରେ ଆସିଥିବା ଅଭିଯୁକ୍ତ ଲାଲା ଅମ୍ରିତ ରାୟ, ପ୍ରକାଶ କୁମାର ସାହୁ, ପବିତ୍ର କୁମାର ବେହେରା, ରାଜ କିଶୋର ସାହୁ ଓ ସନ୍ତୋଷ ଭୋଇଙ୍କୁ ଗୁରୁବାର ଆଇଆଇଏଫ୍‌ଏଲ୍‌ ସଂସ୍ଥାକୁ ନିଆଯାଇ ଲୁଟ ଘଟଣାର ଡେମୋ କରାଯାଇଥିଲା। ଏହାର ଭିଡିଓ ରେକର୍ଡିଂ ମଧ୍ୟ କରାଯାଇଛି। ଲୁଟ ସମୟରେ ସିସିଟିଭି କାର୍ଯ୍ୟ କରୁ ନ ଥିବାରୁ ଏହି ଭିଡିଓ ମାମଲାର ଶୁଣାଣି ସମୟରେ ସହାୟତା କରିବ । ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଥିବାରୁ ଖୁବ ଶୀଘ୍ର ଆହୁରି ଅଧିକ ଅଭିଯୁକ୍ତ ଧରାପଡିବେ ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଗତ ୧୯ତାରିଖ ପୂର୍ବାହ୍ନ ୯ଟା ୪୫ ମିନିଟ୍‌ରେ ହଠାତ୍‌ ୪ ଜଣ ଦୁର୍ବୃତ୍ତ ମୁହଁରେ ମାସ୍କ ଓ ହେଲ୍‌ମେଟ୍‌ ପିନ୍ଧି କାର୍ଯ୍ୟାଳୟ ଭିତରେ ପଶିବା ସହ ବନ୍ଧୁକ ଦେଖାଇ ସମସ୍ତ କର୍ମଚାରୀଙ୍କୁ ଗୋଟିଏ ଜାଗାରେ ଠିଆ କରାଇଥିଲେ। ଭିତରପଟୁ ମୁଖ୍ୟଦ୍ୱାରର ଶଟର ପକାଇ ଦେଇଥିଲେ। ପରେ ସେମାନେ ବନ୍ଧୁକ ଦେଖାଇ ଷ୍ଟ୍ରଙ୍ଗରୁମ୍‌ର ଚାବି ନେଇ ସେଠାରେ ଗଚ୍ଛିତ ଥିବା ସବୁ ସୁନା ଅଳଙ୍କାର ଓ ନଗଦ ୪କୋଟି ଟଙ୍କା ଲୁଟି ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଏହି ଘଟଣାର ତଦନ୍ତ ପାଇଁ କମିଶନରେଟ ପୋଲିସ ଏକ ଟିମ୍‌ ଗଠନ କରିଥିଲା। ଲୁଟ ସମୟରେ ସଂସ୍ଥାର ସିସିଟିଭି କାର୍ଯ୍ୟ ନ କରିବା, ଆଲାର୍ମ ବାଜୁ ନ ଥିବା, ବନ୍ଧୁକଧାରୀ ସିକ୍ୟୁରିଟି ଗାର୍ଡ ଛୁଟିରେ ରହିବା ଓ ୧୧ ମାସ ଧରି ଡିଜିଟାଲ ଲକର କାର୍ଯ୍ୟ କରୁ ନ ଥିବାରୁ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପୃକ୍ତି ନେଇ ପୋଲିସର ସନ୍ଦେହ ହୋଇଥିଲା। ପରେ ପୋଲିସ ସଂସ୍ଥାର କର୍ମଚାରୀ ଲାଲାଙ୍କୁ ପଚରାଉଚରା କରିବା ପରେ ଘଟଣା ଉପରୁ ପରଦା ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ପରିସରରେ ପାନ, ଗୁଟ୍‌ଖା ଛେପ

ପୁରୀ ଅଫିସ, ୧।୨: ଶ୍ରୀମନ୍ଦିର ପରିସରକୁ ଯେତେ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଚେଷ୍ଟା କରାଯାଉଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁନାହିଁ। ଏଥିଲାଗି ପ୍ରଶାସନ ପକ୍ଷରୁ...

ଯୁବକଙ୍କ ମୃତଦେହ ଉଦ୍ଧାର: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଦିଗପହଣ୍ଡି,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି. ଗୋବିନ୍ଦପୁର ପଞ୍ଚାୟତ ସୁବର୍ଣ୍ଣଗଡ଼ – ଡିମାପଲ୍ଲୀ ଗଁା ନିକଟ ନାଳକଡରୁ ରବିବାର ଏକ ଯୁବକଙ୍କ କ୍ଷତାକ୍ତ ମୃତଦେହ...

ଥାନାକୁ ଡାକି ପୋଲିସ ପିଟିବା ଘଟଣାକୁ ୭ଦିନ ବିତିଲା

ନୟାଗଡ଼ ଅଫିସ,୧୮ା୫:ସ୍ବାମୀ ସ୍ତ୍ରୀ ମଧ୍ୟରେ ହୋଇଥିବା ଝଗଡ଼ାକୁ ସମାଧାନ ପାଇଁ ଥାନାକୁ ଡକାଇ ଭାପୁରର ସୁନିଲ କୁମାର ମହାନ୍ତିଙ୍କୁ ମାଡ଼ମରା ଘଟଣାକୁ ସପ୍ତାହେ ବିତିଛି ।...

ରାୟଗଡ଼ାର ୬୨ ଆଇସିଟି ଲାବ୍‌ରେ ତାଲା

ରାୟଗଡ଼ା ଅଫିସ,୧୨ା୧୨: ବିଦ୍ୟାଳୟ ସ୍ତରରେ ଛାତ୍ରୀଛାତ୍ରଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ଲକ୍ଷ୍ୟ ନେଇ ୨୦୧୪ ରେ ଆଇସିଟି(ଇନ୍‌ଫର୍ମେସନ ଆଣ୍ଡ୍‌ କମ୍ୟୁନିକେସନ ଟେକ୍ନୋଲୋଜି) ସ୍କୁଲ ଯୋଜନାରେ ଆରମ୍ଭ...

ହଟୁନି ସରକାରୀ ହୋର୍ଡିଂ

ସଜନାଗଡ଼,୩୧।୧(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ସତ୍ତ୍ୱେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଞ୍ଚଳରେ ମାଳମାଳ ସରକାରୀ ହୋର୍ଡିଂ ଦେଖିବାକୁ...

ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ପଶିଗଲା ଖାଲରେ

ଗଞ୍ଜାମ,୨୭ା୧୦(ଡି.ଏନ୍‌.ଏ.): ମଙ୍ଗଳବାର ବିଳମ୍ବିତ ରାତିରେ ଗୋଟିଏ ୧୦୮ ଆମ୍ବୁଲାନ୍ସ ରାସ୍ତା ପାର୍ଶ୍ୱ ଖାଲରେ ପଶି ଯାଇଥିଲା। ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ଏହି ଦୁର୍ଘଟଣା...

ଧୋଇଗଲା ଫେୟାରୱେଦର ରାସ୍ତା

ବରଗଡ଼ ଅଫିସ୍‌,୧୨।୮:ବରଗଡ଼-ଅମ୍ବାପାଲି ମଧ୍ୟରେ ଜିରା ନଦୀ ବହିଯାଇଛି। ଅମ୍ବାପାଲିକୁ ସଂଯୋଗ କରିବା ପାଇଁ ବ୍ରିଟିଶ ଅମଳରୁ ଏକ ପୋଲ ରହିଥିଲା। ବିପଦଶଙ୍କୁଳ ଅବସ୍ଥା ଯୋଗୁ ତାକୁ...

ଏବେ ଯିବନି ‘ସୁନ୍ଦରୀ’

ଭୁବନେଶ୍ୱର,୬ା୨(ବ୍ୟୁରୋ)/ ବନ୍ତଳା(ଡି.ଏନ୍‌.ଏ)  – ଓଡ଼ିଶାରୁ ଏବେ ଯିବ ନାହିଁ ବାଘୁଣୀ ‘ସୁନ୍ଦରୀ’। ସାତକୋଶିଆରେ ଥିବା ସୁନ୍ଦରୀ ବର୍ତ୍ତମାନ ମଧ୍ୟପ୍ରଦେଶର ‘କାହ୍ନା’ ଅଭୟାରଣ୍ୟକୁ ଯିବନି। କାହ୍ନା ଅଭୟାରଣ୍ୟ...

Advertisement
Archives

Model This Week