ଲୁଟ୍‌ର ଡେମୋ ଦେଖାଇଲେ ଅଭିଯୁକ୍ତ

କଟକ ଅଫିସ,୨୭।୧୧: କଟକ ନୟାସଡ଼କ ଅଞ୍ଚଳରେ ଥିବା ଅର୍ଥ ଲଗାଣକାରୀ ସଂସ୍ଥା ଇଣ୍ଡିଆନ ଇନ୍‌ଫୋଲାଇନ ଫାଇନାନ୍ସ ଲିମିଟେଡ(ଆଇଆଇଏଫ୍‌ଏଲ୍‌) ଶାଖା କାର୍ଯ୍ୟାଳୟରୁ ସୁନା ଲୁଟ ଘଟଣାର ଚେର ଲମ୍ବି ଲମ୍ବି ଚାଲିଛି । ବୁଧବାର କମିଶନରେଟ ପୋଲିସ ସଂସ୍ଥାର ମହିଳା ଅଧିକାରୀଙ୍କ ସମେତ ୭ଜଣଙ୍କୁ ଗିରଫ କରିବାପରେ ଗୁରୁବାର ଅନ୍ୟ ଜଣେ ଅଭିଯୁକ୍ତ ପୋଲିସ ଜାଲରେ ପଡ଼ିଛନ୍ତି। ବଜ୍ରକବାଟି ରୋଡସ୍ଥିତ ଏକ ସୁନା ଋଣ ସଂସ୍ଥାର ପରିଚାଳକଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ଏଥିସହ ତାଙ୍କ ନିକଟରୁ ପ୍ରାୟ ୧୦ କେଜିରୁ ଅଧିକ ସୁନା ଜବତ କରିଛି। ଗିରଫ ୭ ଅଭିଯୁକ୍ତଙ୍କ ମଧ୍ୟରୁ ୩ଦିନିଆ ରିମାଣ୍ଡରେ ଆସିଥିବା ଅଭିଯୁକ୍ତ ଲାଲା ଅମ୍ରିତ ରାୟ, ପ୍ରକାଶ କୁମାର ସାହୁ, ପବିତ୍ର କୁମାର ବେହେରା, ରାଜ କିଶୋର ସାହୁ ଓ ସନ୍ତୋଷ ଭୋଇଙ୍କୁ ଗୁରୁବାର ଆଇଆଇଏଫ୍‌ଏଲ୍‌ ସଂସ୍ଥାକୁ ନିଆଯାଇ ଲୁଟ ଘଟଣାର ଡେମୋ କରାଯାଇଥିଲା। ଏହାର ଭିଡିଓ ରେକର୍ଡିଂ ମଧ୍ୟ କରାଯାଇଛି। ଲୁଟ ସମୟରେ ସିସିଟିଭି କାର୍ଯ୍ୟ କରୁ ନ ଥିବାରୁ ଏହି ଭିଡିଓ ମାମଲାର ଶୁଣାଣି ସମୟରେ ସହାୟତା କରିବ । ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଥିବାରୁ ଖୁବ ଶୀଘ୍ର ଆହୁରି ଅଧିକ ଅଭିଯୁକ୍ତ ଧରାପଡିବେ ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଗତ ୧୯ତାରିଖ ପୂର୍ବାହ୍ନ ୯ଟା ୪୫ ମିନିଟ୍‌ରେ ହଠାତ୍‌ ୪ ଜଣ ଦୁର୍ବୃତ୍ତ ମୁହଁରେ ମାସ୍କ ଓ ହେଲ୍‌ମେଟ୍‌ ପିନ୍ଧି କାର୍ଯ୍ୟାଳୟ ଭିତରେ ପଶିବା ସହ ବନ୍ଧୁକ ଦେଖାଇ ସମସ୍ତ କର୍ମଚାରୀଙ୍କୁ ଗୋଟିଏ ଜାଗାରେ ଠିଆ କରାଇଥିଲେ। ଭିତରପଟୁ ମୁଖ୍ୟଦ୍ୱାରର ଶଟର ପକାଇ ଦେଇଥିଲେ। ପରେ ସେମାନେ ବନ୍ଧୁକ ଦେଖାଇ ଷ୍ଟ୍ରଙ୍ଗରୁମ୍‌ର ଚାବି ନେଇ ସେଠାରେ ଗଚ୍ଛିତ ଥିବା ସବୁ ସୁନା ଅଳଙ୍କାର ଓ ନଗଦ ୪କୋଟି ଟଙ୍କା ଲୁଟି ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଏହି ଘଟଣାର ତଦନ୍ତ ପାଇଁ କମିଶନରେଟ ପୋଲିସ ଏକ ଟିମ୍‌ ଗଠନ କରିଥିଲା। ଲୁଟ ସମୟରେ ସଂସ୍ଥାର ସିସିଟିଭି କାର୍ଯ୍ୟ ନ କରିବା, ଆଲାର୍ମ ବାଜୁ ନ ଥିବା, ବନ୍ଧୁକଧାରୀ ସିକ୍ୟୁରିଟି ଗାର୍ଡ ଛୁଟିରେ ରହିବା ଓ ୧୧ ମାସ ଧରି ଡିଜିଟାଲ ଲକର କାର୍ଯ୍ୟ କରୁ ନ ଥିବାରୁ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପୃକ୍ତି ନେଇ ପୋଲିସର ସନ୍ଦେହ ହୋଇଥିଲା। ପରେ ପୋଲିସ ସଂସ୍ଥାର କର୍ମଚାରୀ ଲାଲାଙ୍କୁ ପଚରାଉଚରା କରିବା ପରେ ଘଟଣା ଉପରୁ ପରଦା ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?