ସୁଶାନ୍ତଙ୍କ ଭିଡିଓ ପୋଷ୍ଟ କରିଥିବା ଫଟୋଗ୍ରାଫରଙ୍କୁ ତାଗିଦ୍‌ କରି ଏପରି କିଛି କହିଥିଲେ ଦୀପିକା

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ସୁଶାନ୍ତଙ୍କ ମୃତଦେହକୁ ଅନ୍ତିମ ସଂସ୍କାରକୁ ନିଆଯିବାର ଏକ ଭିଡିଓ ଜଣେ ଫଟୋଗ୍ରାଫର ଶେୟାର କରିଛନ୍ତି। ଏ ନେଇ ଦୀପିକା ପାଦୁକୋନ ଭିଡିଓ ପୋଷ୍ଟ କରିଥିବା ଫଟୋଗ୍ରାଫରଙ୍କୁ ତାଗିଦ କରିଛନ୍ତି।

ଫଟୋଗ୍ରାଫର ସୁଶାନ୍ତ ସିଂ ରାଜପୁତଙ୍କ ଭିଡିଓ ସହିତ କ୍ୟାପଶନରେ ଲେଖିଛନ୍ତି ଯେ ’ମୋ ବିନା ଅନୁମତିରେ ଭିଡିଓ ଏବଂ ଫଟୋ ବ୍ୟବହାର କରନ୍ତୁ ନାହିଁ।’ ଏହି କ୍ୟାପଶନକୁ ଦେଖି ଦୀପିକା ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, ଠିକ୍‌ ଅଛି, କିନ୍ତୁ ତୁମେ ଏହି ଭିଡିଓ ନେଇଛ, ଏହାକୁ କେବଳ ପୋଷ୍ଟ କରି ନାହଁ ବରଂ ଏଥିରୁ ଟଙ୍କା ରୋଜଗାର କରିବାକୁ ଚାହୁଁଛ, ଏହା ଠିକ୍‌ କି? ଏ ନେଇ ବ୍ୟକ୍ତି କିମ୍ବା ତାଙ୍କ ପରିବାରର ଲିଖିତ ଅନୁମତି ନେଇଛ?

କହିରଖୁଛୁ ଯେ ସୁଶାନ୍ତଙ୍କ ମୃତ୍ୟୁ ପରେ ଦୀପିକା ଏକ ପୋଷ୍ଟରେ ଲେଖିଥିଲେ ଯେ ‘ଜଣେ ବ୍ୟକ୍ତି ଯିଏ ନିଜେ ଏହି ମାନସିକ ରୋଗରେ ପୀଡିତ, ସେଠାରେ ପହଞ୍ଚିବା କେତେ କଷ୍ଟକର ତାହା ମୁଁ ବର୍ଣ୍ଣନା କରିପାରିବି ନାହିଁ। ଏହା ପୂର୍ବରୁ ଦୟାକରି କଥା ହୁଅନ୍ତୁ, ନିଜକୁ ପ୍ରକାଶ କରନ୍ତୁ, ସାହାଯ୍ୟ ମାଗନ୍ତୁ, ମନେରଖନ୍ତୁ କି ତୁମେ ଏକା ନୁହଁ। ଆମେମାନେ ସାଥିରେ ଅଛୁ । ଆଉ ଏହା ଆଶା ସଞ୍ଚାର କରିଥାଏ।

ନିକଟରେ ଦୀପିକା ଏକ ଭିଡିଓରେ ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୟକୁ ପ୍ରଶଂସା କରିଥିଲେ। ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ଦୀପିକା ସୁଶାନ୍ତଙ୍କ ସହ ଫିଲ୍ମ ରାବତାରେ ଏକ ଆଇଟମ ନଂ. କରିଥିଲେ।


All Right Reserved By Dharitri.Com

ନିଜ ସୁପରହିଟ୍‌ ଗୀତରେ ନାଚିଲେ ମାଧୁରୀ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ତାଙ୍କ ଡ୍ୟାନ୍ସ ଓ ଏକ୍ସପ୍ରେଶନ ପାଇଁ ବେଶ୍‌ ପରିଚିତ। ‘ତେଜାବ’ ଫିଲ୍ମରୁ ହିଟ୍‌ ହୋଇଥିବା ଏହି...

ବଲିଉଡ୍‌ରେ ୧୦ ବର୍ଷ ପୂରଣ କରିବାକୁ ଯାଉଛନ୍ତି ସୋନାକ୍ଷୀ

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ତାଙ୍କ ଅପ୍‌ କମିଂ ଫିଲ୍ମ ‘ଦବଙ୍ଗ-୩’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ନିକଟରେ ସେ ଏକ ସାକ୍ଷାତ୍‌କାରରେ କିଛି...

ଜାଣିଥିଲି କେବଳ ମୋଦି ହିଁ ଏଭଳି ନିଷ୍ପତ୍ତି ନେଇପାରିବେ: କଙ୍ଗନା

ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ବଲିଉଡରେ ଖୁସିର ଲହରୀ ଖେଳିଯାଇଛି। କେତେକ କଳାକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଲାମ କରିଛନ୍ତି। ଏହି କ୍ରମରେ ସାମିଲ...

କରୋନାରେ ଅନିଲ ସୁରିଙ୍କ ମୃତ୍ୟୁ

ମୁମ୍ବାଇ, ୬ା୬: ବଲିଉଡ୍‌ର ଭେଟେରାନ୍‌ ପ୍ରଯୋଜକ ଅନିଲ ସୁରିଙ୍କ କରୋନାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୭ ବର୍ଷ ହୋଇଥିଲା। ଅଭିନେତା ରାଜ୍‌ କୁମାର, ଅଭିନେତ୍ରୀ ରେଖା...

‘ସୂର୍ଯ୍ୟବଂଶୀ’ର ନୂଆ ପୋଷ୍ଟର ଶେୟାର କଲେ କ୍ୟାଟ୍ରିନା

ମୁମ୍ବାଇ: ରୋହିତ ସେଟ୍ଟୀଙ୍କ ଅପ୍‌ କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ନୂଆ ପୋଷ୍ଟର ଗୁରୁବାର ଶେୟାର କରିଛନ୍ତି ବଲିଉଡ୍‌ କୁଇନ୍‌ କ୍ୟାଟ୍ରିନା କୈଫ। ସେ ତାଙ୍କ ଇନଷ୍ଟାଗ୍ରାମ...

ଛୂୁଟି କଟାଉଛନ୍ତି ସୁସ୍ମିତା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ସୁସ୍ମିତା ସେନ୍‌ ଏବେ ବିଦେଶରେ ଛୁଟି କଟାଉଥିବା ଜଣାପଡିଛି। ମାଲଦ୍ୱୀପରେ ସେ ତାଙ୍କ ପୁରୁଷ ବନ୍ଧୁ ରୋହମନ ଶଲଙ୍କ ସହ ହାପି...

‘ନଟ୍‌ଖଟ୍‌’ ନିର୍ମାଣ କରିବେ ବିଦ୍ୟା

ମୁମ୍ବାଇ: ଅଭିନେତ୍ରୀ ବିଦ୍ୟା ବାଲାନ୍‌ ସାମାଜିକ ପ୍ରସଙ୍ଗଭିତ୍ତିକ ଫିଲ୍ମ ‘ନଟ୍‌ଖଟ୍‌’ ନିର୍ମାଣ କରିବାକୁ ଯାଉଛନ୍ତି। ଏଥିରେ ସେ ନିଜେ ମଧ୍ୟ ଅଭିନୟ କରିବେ। ଏଥିପାଇଁ ସେ...

ବୁଲା କୁକୁର ସହ ଖେଳିଲେ ବିରୁଷ୍କା

ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ଏବେ ଭୁଟାନରେ ଛୁଟି କାଟୁଛନ୍ତି। ପ୍ରତିଦିନ ଉଭୟଙ୍କ ନୂଆ ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *