Posted inଖେଳ

ସେମାନେ କି ଭୁଲ କଲେ? ଏହି ୨ ଖେଳାଳିଙ୍କୁ ଅଣଦେଖା କରାଯିବାକୁ ନେଇ ରାଗିଗଲେ ପୂର୍ବ କ୍ରିକେଟର

ନୂଆଦିଲ୍ଲୀ,୧୧।୬: ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜ ପାଇଁ ବିସିସିଆଇ ପକ୍ଷରୁ ଗୁରୁବାର ୨୦ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଏଥିରେ ଚୟନକର୍ତ୍ତା ଅନେକ ଯୁବ କ୍ରିକେଟରଙ୍କୁ ସୁଯୋଗ ଦେଇଛନ୍ତି। ହେଲେ ଅନେକ ହକଦାର ଖେଳାଳିଙ୍କୁ ସୁଯୋଗ ମିଳିନାହିଁ। ଏହାକୁ ନେଇ ଭାରତୀୟ ଟିମ୍‌ର ପୂର୍ବ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଦୀପ ଦାଶଗୁପ୍ତା ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଦର୍ଶନ ଆଧାରରେ ଜୟଦେବ ଉନାଦକଟ ଏବଂ ରାହୁଲ ତେବତିୟାଙ୍କୁ ଚୟନ କରାଯିବା ଉଚିତ ଥିଲା ବୋଲି କ୍ରିକେଟରରୁ କମେଣ୍ଟେଟର ପାଲଟିଥିବା ଦାଶଗୁପ୍ତା କହିଛନ୍ତି।

ଜୁଲାଇ ୧୩ରୁ ୨୫ ମଧ୍ୟରେ ଶ୍ରୀଲଙ୍କା ବିପକ୍ଷରେ ଭାରତ କଲମ୍ବୋରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍‌ ଖେଳିବ। ଏହି ଟିମ୍‌ର ଅଧିନାୟକ ଶିଖର ଧଓ୍ବନ ରହିବେ। ସେହିଭଳି ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି। ହେଲେ ଜୟଦେବ ଏବଂ ତେବତିୟାଙ୍କୁ ଦଳରେ ସାମିଲ କରା ନ ଯିବାକୁ ନେଇ ଦାଶଗୁପ୍ତା ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ କଟାକ୍ଷ କରିଛନ୍ତି।

ଶ୍ରୀଲଙ୍କାରେ ୬ ମୁକାବିଲା ହେବ। ଆପଣଙ୍କୁ ୨୦ଜଣ ଖେଳାଳି ଏବଂ ୫ଜଣ ନେଟ ବୋଲର ବାଛିବାକୁ ଥିଲା। ଆପଣ ଅନ୍ୟ ଖେଳାଳିଙ୍କୁ ମଧ୍ୟ ସାମିଲ କରିପାରିଥାନ୍ତେ। ସେମାନେ କି ଭୁଲ କରିଥିଲେ। ଗତ ସିଜନରେ ସେମାନେ ସାମିଲ ଥିଲେ। ତାଙ୍କୁ ସୁଯୋଗ ମିଳିବାର ଆବଶ୍ୟକତା ରହିଥିଲା। ୨୫ ସ୍ଥାନରେ ୨୭ର ସ୍କ୍ବାର୍ଡ ଥିଲେ କୌଣସି ଅସୁବିଧା ହୋଇନଥାନ୍ତା ବୋଲି ଦାଶଗୁପ୍ତା କହିଛନ୍ତି।

ମୁଁ ଦଳ ଚୟନକୁ ନେଇ ବେଶି କଥା କହିବାକୁ ଚାହେଁନା। ୨୦ ଖେଳାଳି ଅଛନ୍ତି, ଯିଏ ବି ଦାବିଦାର, ତାଙ୍କୁ ସ୍ଥାନ ମିଳିଛି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ମୁଁ ଚାହୁଁଥିଲି ଜୟଦେବଙ୍କୁ ସ୍ଥାନ ମିଳୁ। କାରଣ ସେ ବହୁତ ପରିଶ୍ରମ କରୁଥିବା ଖେଳାଳି। କେବଳ ଆଇପିଏଲ୍‌ ନୁହେଁ ସେ ରଣଜୀ ଟ୍ରଫିରେ ୨୦-୨୫ ଓଭର ବୋଲିଂ କରୁଛନ୍ତି। ଯଦି ଆପଣ ୨୫ ବଦଳରେ ୨୬ଜଣ ଖେଳାଳି ଚୟନ କରିଥାନ୍ତେ କୌଣସି ଫରକ ପଡ଼ି ନ ଥାନ୍ତା। ଅପରପକ୍ଷେ ୫ଜଣ ସ୍ପିନର ଏବଂ ମନିଷ ପାଣ୍ଡେଙ୍କ ଚୟନକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ସେ। ଏଭଳି ଲାଗୁଛି ସମସ୍ତେ ଟିମ୍‌ରେ ଅଛନ୍ତି। ମନିଷଙ୍କ ସହ ଚୟନକର୍ତ୍ତା କ’ଣ କରିବାକୁ ଚାହାନ୍ତି ବୁଝାପଡ଼ୁନାହିଁ ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ୍‌ ତୃତୀୟ ଟେଷ୍ଟ: ଇଂଲଣ୍ଡର ଟାର୍ଗେଟ ୩୫୯

ଲିଡ୍ସ, ୨୫।୮(ଏଏଫ୍‌ପି)- ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟ ରୋମାଞ୍ଚକ ମୋଡରେ ପହଞ୍ଚିଛି। ଟସ୍‌ ହାରି...

ଭାରତ ସହ ଖାସ୍‌ ଜର୍ସିରେ ପଡିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ

ସିଡନୀ,୧୧।୧୧:ଅଷ୍ଟ୍ରେଲିଆ କ୍ରିକେଟ ଦଳ ଭାରତ ବିପକ୍ଷ ଆଗାମୀ ଟି -୨୦ ସିରିଜରେ ଏକ ସ୍ବତନ୍ତ୍ର ଡିଜାଇନ ହୋଇଥିବା ସ୍ବଦେଶୀ ଜର୍ସି ପିନ୍ଧିବେ। କ୍ରିକେଟରେ ଅଷ୍ଟ୍ରେଲିଆର ଦେଶବାସୀଙ୍କ...

‘ଆଇପିଏଲକୁ ନେଇ ମୋ ପାଖରେ ଉତ୍ତର ନାହିଁ’

ନୂଆଦିଲ୍ଲୀ, ୨୫।୩ (ପି.ଟି.)- ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣକୁ ନେଇ ମୋ ପାଖରେ କୌଣସି...

୫ ମାସ ପୂରଣ କଲେ ଛୋଟ ପାଣ୍ଡ୍ୟା

ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକ ୨୦୨୦ ଜୁଲାଇ ୩୦ରେ ମାତାପିତା ହୋଇଥିଲେ। ଡିସେମ୍ବର ୩୦ରେ ଦୁହଁିଙ୍କ ଶିଶୁ ଅଗସ୍ତ୍ୟ...

ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ: ବେୟର୍ନ ମ୍ୟୁନିକ୍‌କୁ ଷଷ୍ଠ ଟାଇଟଲ

ଲିସ୍‌ବନ,୨୫।୮(ଏପି): ୟୁନିୟନ ଅଫ୍‌ ୟୁରୋପିଆନ ଫୁଟ୍‌ବଲ ଆସୋସିଏଶନ (ୟୁଇଏଫ୍‌ଏ) ଆନୁକୂଲ୍ୟରେ ପ୍ରତିବର୍ଷ ଆୟୋଜିତ ହୋଇଆସୁଥିବା ଚାମ୍ପିୟନ୍ସ ଲିଗ୍‌ରେ ଏଥର ଜର୍ମାନୀର ପେସାଦାର କ୍ଲବ୍‌ ବେୟର୍ନ ମ୍ୟୁନିକ୍‌...

୨୦୨୧ ଟୋକିଓ ଅଲିମ୍ପିକ୍ସ : ଧୈର୍ଯ୍ୟ ହରାଇ ନାହାନ୍ତି ସାନିଆ

ନୂଆଦିଲ୍ଲୀ, ୧୭।୪- ଦୀର୍ଘ ଦୁଇବର୍ଷ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଟେନିସରୁ ଦୂରେଇ ରହିବାପରେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ ଭାରତର ସାନିଆ ମିର୍ଜା। ଲକ୍ଷ୍ୟଥିଲା ଟୋକିଓ ଅଲିମ୍ପିକ୍ସ। ମାତ୍ର କରୋନା...

ମାତ୍ର ୨୩ ବର୍ଷରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ହାସଲ କଲେ ଏମିତି ରେକର୍ଡ

ଚେନ୍ନାଇ,୨୬।୪: ଆଇପିଏଲ୍‌ ୨୦୨୧ରେ ରିଷଭ ପନ୍ତଙ୍କ ନେତୃତ୍ତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଚମତ୍କାର ପ୍ରଦର୍ଶନ କରୁଛି। ସୁପର ଓଭରରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଦିଲ୍ଲୀ ପଏଣ୍ଟ...

ଇତିହାସ ରଚିଲେ ସିରାଜ, ଭାଙ୍ଗିଲେ ଅନେକ ରେକର୍ଡ

ବ୍ରିସବେନ୍‌,୧୮।୧: ବ୍ରିସବେନର ଗାବା ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଶେଷ ଟେଷ୍ଟର ଚତୁର୍ଥ ଦିନରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ...

Ten Cric Info
Advertisement


Archives

Model This Week

Why Dharitri