କମୁଛିି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୩୯ ଜୀବନ

ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ହେଲେ ଗତ ୨୪ ଘଣ୍ଟାରେ ଏହି ସଂଖ୍ୟାରେ ହ୍ରାସ ଘଟିଛି। ଗୁରୁବାର ରାଜ୍ୟରେ କରୋନାଜନିତ ୩୯ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୩,୪୭୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬ଜଣ ମୃତ୍ୟୁ ହୋଇଛି। ସେହିପରି କଟକ, ଝାରସୁଗୁଡ଼ା, ପୁରୀ ଓ ସୁନ୍ଦରଗଡ଼ରୁ ଜିଲାରୁ ୪ଜଣ ପ୍ରାଣ ହରାଇଥିବା ବେଳେ ଗଞ୍ଜାମ, ଜଗତସିଂହପୁର ଓ କାଳାହାଣ୍ଡିରୁ ୩ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିଭଳି ବୌଦ୍ଧ ଓ ସୁବର୍ଣ୍ଣପୁରରୁ ୨ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ଼, ଢ଼େଙ୍କାନାଳ, ନବରଙ୍ଗପୁର, ଓ ନୂଆପଡ଼ା ଜିଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ରବୀନାଙ୍କ ଡ୍ୟାନ୍ସ ଦେଖି ଲାଜେଇଗଲେ ଝିଅ

ମୁମ୍ବାଇ: କରୋନା ଯୋଗୁ ଏବେ ବଲିଉଡ୍‌ କଳାକାରମାନେ ଘରେ ସମୟ ବିତାଉଛନ୍ତି। ଏହି ସମୟରେ ପ୍ରତ୍ୟେକ କାର୍ଯ୍ୟକଳାପକୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ଆଜିକାଲି ରବୀନା...

ଭିଡିଓ କନଫେରେନ୍ସିଂରେ ସରପଞ୍ଚଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ବନ୍ତ, ୨୨।୪(ଡି.ଏନ୍‌.ଏ.): ରାଜ୍ୟରେ କରୋନା ମୁକାବିଲା ପାଇଁ ଗତ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସରପଞ୍ଚଙ୍କୁ ଜିଲାପାଳ କ୍ଷମତା ଅର୍ପଣ କରିଛନ୍ତି।...

ତୃତୀୟ ଥର ପାଇଁ ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ

ଭୁବନେଶ୍ୱର,୩।୧(ବ୍ୟୁରୋ): ବହୁ ଚର୍ଚ୍ଚିିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି ତଦନ୍ତ ଜାରି ରଖିଛି। ତେବେ ଏହି ମାମଲରେ ଜଣଙ୍କ ପରେ ଜଣଙ୍କୁ ଇଡି...

ଘନଉଛି ବାତ୍ୟା

ଭୁବନେଶ୍ୱର,୧୦।୧୦(ବ୍ୟୁରୋ) ରାଜ୍ୟରୁ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏପରି ସ୍ଥିତିରେ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ...

ଆଶାକର୍ମୀଙ୍କୁ ଆକ୍ରମଣ, ୨ ଗିରଫ

ନୟାଗଡ଼ ଅଫିସ/ରଣପୁର,୧୧ା୫(ସ୍ବ.ପ୍ର.): ରଣପୁର ଥାନା ବିନୋଦପଡାଠାରେ ଭୁବନେଶ୍ୱର ଫେରନ୍ତାଙ୍କ ନାମ ପଞ୍ଜୀକରଣ କରିବାରୁ କରୋନା ଯୋଦ୍ଧା ଆଶାକର୍ମୀ ନଳିନୀ ପ୍ରଧାନଙ୍କୁ ରବିବାର ରାତିରେ ଆକ୍ରମଣ ହୋଇଛି।...

ଘାତକ ହେଉଛି ବାୟୁ ପ୍ରଦୂଷଣ

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ଘାତକ ହେଉଛି ବାୟୁ ପ୍ରଦୂଷଣ। ଏଥିଯୋଗୁ ବିଭିନ୍ନ ମାରାତ୍ମକ ରୋଗର ଶିକାର ହୋଇ ବହୁ ମୂଲ୍ୟ ଜୀବନ ଚାଲିଯାଉଛି। ଏକ ଅଧ୍ୟୟନରୁ ଜଣାପଡିଛି ଯେ,...

ସିବିକେ ମହାନ୍ତି କିମ୍ସ ଉପକୁଳପତି

ଭୁବନେଶ୍ୱର,୭।୧୧(ବ୍ୟୁରୋ): ବିଶିଷ୍ଟ ଭେଷଜ ବିଶେଷଜ୍ଞ ତଥା ଓଡ଼ିଶା ମେଡିକାଲ୍‌ ଏଜୁକେଶନ ଆଣ୍ଡ୍‌ ଟ୍ରେନିଂର ପୂର୍ବତନ ନିର୍ଦ୍ଦେଶକ ଡା. ସିବିକେ ମହାନ୍ତି କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ...

ବସଷ୍ଟାଣ୍ଡରେ ପ୍ରେମିକାଙ୍କୁ ଛାଡି ପ୍ରେମିକ ଫେରାର

ଅମରପାଲି,୧୫ା୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବସଷ୍ଟାଣ୍ଡରେ ଜଣେ ଯୁବକ ପ୍ରେମିକାଙ୍କୁ ଛାଡି ଫେରାର ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଯୁବତୀ ଜଣକ ଗର୍ଭବତୀ ଥିବା...

Advertisement
Archives

Model This Week