ଫଟୋ ସାମ୍ବାଦିକ ଶ୍ରବଣ ପ୍ରଧାନଙ୍କ ପରଲୋକ

ଅମରପାଲି, ୧୨ା୮(ଡି.ଏନ.ଏ.):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଞ୍ଚଳର ବରିଷ୍ଠ ଫଟୋ ସାମ୍ବାଦିକ ଶ୍ରବଣ ପ୍ରଧାନଙ୍କ ଗୁରୁବାର ପ୍ରତ୍ୟୁଷରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୫୩ବର୍ଷ ହୋଇଥିଲା। ଦୀର୍ଘବର୍ଷ ଧରି ସେ ‘ଧରିତ୍ରୀ’ର ଫଟୋ ସାମ୍ବାଦିକଭାବେ କାର୍ଯ୍ୟ କରିଥିଲେ। ସେ ଅବିବାହିତ ଥିଲେ। ଗୁରୁବାର ଭୋରରୁ ପରିସ୍ରା କରିବାକୁ ଉଠିଥିବା ବେଳେ ସେ ପଡ଼ି ଅଚେତ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ବୀରମହାରାଜପୁର ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବୃଦ୍ଧା ମା’ ଦମୟନ୍ତୀ ପ୍ରଧାନ, ତିନିଭାଇ ସରୋଜ, ସୁଦାମ ଓ ସୁବଳ ରହିଛନ୍ତି। ଶ୍ରବଣଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ମୃତ୍ୟୁ ଖବର ପାଇ ବୀରମହାରାଜପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନାରାୟଣ ଲୁହା, ସାମାଜିକ କର୍ମୀ ମୀନକେତନ ମହାକୁଡ଼, ଅବସରପ୍ରାପ୍ତ ପ୍ରାଧ୍ୟାପକ ଅନିଲ କୁମାର ଦାନି, ସପ୍ତଦୀପା ସାହିତ୍ୟ ସଂସଦ ସଭାପତି ଦ୍ବିତୀକୃଷ୍ଣ ପଣ୍ଡା ପ୍ରମୁଖ ସ୍ବର୍ଗତ ପ୍ରଧାନଙ୍କ ଉଫୁଲାସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଥିଲେ। ଅପରାହ୍ନରେ ଗଁା ଶ୍ମଶାନରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା। ପୁତୁରା ଅର୍ଜୁନ ପ୍ରଧାନ ମୁଖାଗ୍ନି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଆଣିଲା ଲଘୁଚାପ ବର୍ଷା

ଢେଙ୍କାନାଳ ଅଫିସ, ୧୫।୮: ଢେଙ୍କାନାଳ ଜିଲାର ଚାଷୀଙ୍କୁ ସୁହାଇଛି ଲଘୁଚାପଜନିତ ବର୍ଷା। ଫଳରେ ଜୁଲାଇରେ ଧିମେଇଥିବା ଖରିଫ୍‌ ଚାଷ କାର୍ଯ୍ୟ ଜୋର୍‌ ଧରିଛି। ତଥାପି ଅଗଷ୍ଟ ୧୩...

ମୃତବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି

ବଲାଙ୍ଗୀର ଅଫିସ, ୩।୭: ଜମି ଜାଲିଆତିକୁ ନେଇ ବାରମ୍ବାର ଖବର ଶୀର୍ଷକରେ ରହିଆସିଥିବା ବଲାଙ୍ଗୀର ତହସିଲ ଅଫିସ ଏବେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ଏଥର...

ଖୋଲିବ ଗୁମର; ରିମାଣ୍ଡରେ ଗଲେ ୨ ଅଭିଯୁକ୍ତ

ପୁରୀ ଅଫିସ,୨୫।୧୨: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ରିମାଣ୍ଡରେ ଯାଇଛନ୍ତି।...

ଦାବି ପୂରଣ ନ ହେଲେ ପଡ଼ିବ ତାଲା: କୁଳପତିଙ୍କୁ ଦାବିପତ୍ର ଦେଲେ ଛାତ୍ରୀଛାତ୍ର

କେନ୍ଦୁଝର, ୨୨ା୮ (ସ୍ବ.ପ୍ର.)-ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର କେନ୍ଦୁଝର ଜିଲା ମୁଖ୍ୟାଳୟ ଠାରେ ଥିବା ଦ୍ୱିତୀୟ କ୍ୟାମ୍ପସରେ ବ୍ୟାପକ ଅବ୍ୟବସ୍ଥା ନେଇ ଛାତ୍ରୀଛାତ୍ର ବୁଧବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି।...

ମାମଲାରେ କୋହଳ ଦଫା ଲଗାଇବାକୁ ନେଉଥିଲେ ଲାଞ୍ଚ: ଏଏସ୍‌ଆଇଙ୍କୁ ଧରିଲା ଭିଜିଲାନ୍ସ

ଖୋର୍ଦ୍ଧା ଅଫିସ,୧୦।୬: ଏକ ମାମଲାରେ କୋହଳ ଦଫା ଲଗାଇବା ପାଇଁ ଜଣେ ମହିଳାଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୋଲଗଡ ଥାନା ଏଏସ୍‌ଆଇ ଭଗବାନ...

ବିରୋଧୀଦଳ ନେତାଙ୍କ ବୋର୍ଡା ଅଞ୍ଚଳ ଗସ୍ତ

ଭବାନୀପାଟଣା,୨୧।୯(ଡି.ଏନ.ଏ.) ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ବୋର୍ଡା ଅଞ୍ଚଳ ଗସ୍ତ କରିଛନ୍ତି। ସେ ଗୁରୁଜୁଙ୍ଗ ପଞ୍ଚାୟତ ବାଲିପଦର ଗାଁରେ...

ଫେରାର ହତ୍ୟା ଅଭିଯୁକ୍ତ ଗିରଫ

କେନ୍ଦୁଝର,୨୮ା୧୨(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ା ବୁରୁଡିସାହିରେ ଫୁଟବଲ ଖେଳ ଚାଲିଥିବାବେଳେ ମହାଦେଇଯୋଡ଼ା ଗ୍ରାମର ବିକି ମୁଣ୍ତା ଓରଫ ନାଣ୍ତୁଙ୍କୁ ଟାଙ୍ଗିଆରେ...

ଅଧାରୁ ଅଧିକ ପଦବୀ ଖାଲି

ଅନୁଗୋଳ ଅଫିସ,୨୦।୬: ଡାକ୍ତର ନିଯୁକ୍ତି କ୍ଷେତ୍ରରେ ଅନୁଗୋଳ ଜିଲାକୁ ରାଜ୍ୟ ସରକାର ଅବହେଳା କରୁଥିବା ଅଭିଯୋଗ ହେଉଛି। ଜିଲାର ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ଅଧାରୁ...

Advertisement
Archives

Model This Week