ଏଇ ଭାରତରେ

ନିର୍ମାଣ କ୍ଷେତ୍ରରେ ଇଟାର ଅବଶ୍ୟକତା ପୂରଣ କରିବା ଲାଗି କେରଳର ଏକ କମ୍ପାନୀ ଏଣେତେଣେ ଠୁଳ ହୋଇଥିବା ଅଦରକାରୀ ବାଲି ସଂଗ୍ରହ କରି ସେଥିରୁ ଇଟା ତିଆରି କରୁଛି। ସରକାରଙ୍କ ନିୟନ୍ତ୍ରଣରେ ଥିବା ଅଟୋମାଷ୍ଟ ନାମକ କମ୍ପାନୀ ନୂତନ ଜ୍ଞାନକୌଶଳ ଉପଯୋଗ କରି ଏହି ଇଟା ତିଆରି କରୁଛି। ଗୋଟିଏ ଇଟାରେ ୩୦ରୁ ୪୦ ପ୍ରତିଶତ ବାଲି ରହୁଥିବା ବେଳେ ଅବଶିଷ୍ଟ କଞ୍ଚାମାଲ ଭାବେ କଳାମାଟି ବ୍ୟବହାର କରାଯାଉଛି। ବଡ଼ କଥା ହେଉଛି ଏହି କମ୍ପାନୀ ବିବିନ୍ନ ନିର୍ମାଣ କ୍ଷେତ୍ରରେ ନଷ୍ଟ ହେଉଥିବା ବାଲିକୁ ବ୍ୟବହାର କରୁଛି। ଉଲ୍ଲେଖଯୋଗ୍ୟ ଯେ, ନିର୍ମାଣ କମ୍ପାନୀଗୁଡ଼ିକରୁ ପ୍ରତିମାସରେ ୭୦୦ ଟନ୍‌ ବର୍ଜ୍ୟବାଲି ବାହାରୁଛି ଓ ତାହା ଏତେତେଣେ ଠୁଳ ହୋଇରହୁଛି। ଏଥିରୁ ବାଲିଇଟା ତିଆରି କରିବା ଦ୍ୱାରା ଏହି ସମସ୍ୟା ଅନେକାଂଶରେ ଦୂର ହୋଇପାରିଛି। ପ୍ରଥମେ କମ୍ପାନୀ ଗୋଟିଏ ଦିନରେ ୧,୫୦୦ ଇଟା ତିଆରି କରୁଥିବାବେଳେ ଏବେ ଏହି ସଂଖ୍ୟ ୪,୦୦୦ରେ ପହଞ୍ଚତ୍ଛି। ବାଲିରୁ ଇଟା ତିଆରି କରିବା ପଦ୍ଧତି କାଉନସିଲ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌) ଏବଂ ଥିରୁଭାନନ୍ତପୁରମ୍‌ର ପାପାନାମକୋଡେ ସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଫର୍‌ ଇଣ୍ଟର୍‌ଡିସିପ୍ଲିନାରି ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଏନ୍‌ଆଇଆଇଏସ୍‌ଟି)ର ମିଳିତ ଉଦ୍ୟମରେ ଏହି ନୂଆ ଟେକ୍ନୋଲୋଜି ବିକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri