ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଫୁଲବାଣୀ ଅଫିସ,୪।୪: ଚିକିତ୍ସାରେ ଅବହେଲା ଯୋଗୁ ଫୁଲବାଣୀ ଜିଲା କାରାଗାରର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ସହ ପରିବାର ଲୋକେ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ସୋମବାର ଗୋଚ୍ଛାପ ଥାନା ସମ୍ମୁଖରେ ମୃତଦେହ ରଖି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରି କି ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ଗୋଚ୍ଛାପ ଛକରେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଗୋଚ୍ଛାପ ଥାନା ପୋଲିସ ପାହିରାଜୁ ଗ୍ରାମରେ ଚଢାଉ କରି ଗଞ୍ଜେଇ ଜବତ କରିଥିଲା। ଗଞ୍ଜେଇ ଚୋରା ଚାଲାଣ ମାମଲାରେ ପାହିରାଜୁ ଗାଁର ମୃତ୍ୟୁଞ୍ଜୟ କହଁରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାକୁ ତାଙ୍କୁ ଫୁଲବାଣୀ ଜିଲା କାରାଗାରକୁ ପଠାଇ ଦିଆଯାଇଥିଲା। ସେହିଦିନଠାରୁ କୁମୁଦ ବିଚାରାଧୀନ କଏଦୀ ଭାବେ ରହିଥିଲେ। ଗତ ୧୬ ତାରିଖରେ କୁମୁଦ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଜେଲ କର୍ମଚାରୀ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର କୁମୁଦଙ୍କ ମୃତ୍ୟୁ ଘଟିଥିଲା। ହେଲେ କୁମୁଦଙ୍କ ମୃତ୍ୟୁକୁ ପରିବାର ଲୋକ ସହଜରେ ଗ୍ରହଣ କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ବିଶ୍ୱ ପାଇଁ ଜଳସଙ୍କଟ

ସମଗ୍ର ପରିବେଶ ଓ ପାଣିପାଗ ଏକ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଯାଉଛି। ଆମ୍ଭମାନଙ୍କର କାର୍ଯ୍ୟକଳାପ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ଅସନ୍ତୁଳନର ଗୋଟାଏ ବିପଜ୍ଜନକ…

ବିକାଶର ନୂଆ ଠିକଣା

ବିକାଶକୁ ନେଇ ସମ୍ପ୍ରତି ଖୁବ୍‌ ଚର୍ଚ୍ଚା ଚାଲିଛି। କୁହାଯାଉଛି ଆମେ ଏକ ବିକାଶଶୀଳ ଦେଶରେ ପରିଣତ ହେବାକୁ ଆଉ ବେଶି ଦୂର ନୁହେଁ। ଏଥିପାଇଁ ଅନେକ ଯୋଜନା…

ଭିଜିଲାନ୍ସ ଜାଲରେ ପିଡବ୍ଲୁଡି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକାଧିକ ସ୍ଥାନରେ ଚାଲିଛି ରେଡ୍

ଭବାନୀପାଟଣା,୧୯।୫(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ଆଉ ଜଣେ ସରକାରୀ ବାବୁ। ମଙ୍ଗଳବାର ସକାଳୁ ସକାଳୁ କଳାହାଣ୍ଡି ଜିଲା ଧର୍ମଗଡ଼ ପିଡବ୍ଲୁଡି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଟ୍ରମ୍ପଙ୍କ ୟୁଟର୍ନକୁ ଦେଖି କଡ଼ା ଜବାବ ଦେଲା ଇରାନ

ତେହରାନ,୧୯।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶେଷ ମୁହୂର୍ତ୍ତରେ ଇରାନ ଉପରେ ପ୍ରସ୍ତାବିତ ଆକ୍ରମଣକୁ…

ବ୍ରହ୍ମପୁରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର,୧୯।୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହରରେ ପୋଲିସକୁ ଖାତିର ନ କରି ଅପରାଧୀମାନେ ପୁଣି ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ସୋମବାର ରାତି ୯ଟାରେ ବିଜିପୁରର…

ପ୍ରଧାନଶିକ୍ଷକଙ୍କ ଅନୁରୋଧ କ୍ରମେ ବଦଳିଲା ନିଷ୍ପତ୍ତି, ବଢ଼ିଲା ମାଟ୍ରିକ୍‌ ସପ୍ଲିମେଣ୍ଟାରି ଫର୍ମ ପୂରଣ ଅବଧି

କଟକ,୧୮।୫(କାର୍ତ୍ତିକ ସାହୁ): ଜୁଲାଇ ପ୍ରଥମ ସପ୍ତାହରେ ହେବାକୁ ଥିବା ଚଳିତବର୍ଷର ମାଟ୍ରିକ୍‌ ସପ୍ଲିମେଣ୍ଟାରି (ରେଗୁଲାର, ଏକ୍ସ-ରେଗୁଲାର, ପତ୍ର ମାଧ୍ୟମ ରେଗୁଲାର ଓ ଏକ୍ସ-ରେଗୁଲାର) ଓ ରାଜ୍ୟ ମୁକ୍ତ…

IPL Playoff Scenario: ପ୍ଲେଅଫ ପାଇଁ ଯୋଗ୍ୟତା ଅର୍ଜନ କଲେ ୩ ଟିମ୍‌; ଏବେ ୫ ଟିମ ମଧ୍ୟରେ ଫାଇନାଲ ସ୍ଥାନ ପାଇଁ ଲଢ଼େଇ

ନୂଆଦିଲ୍ଲୀ,୧୯।୫: ଆଇପିଏଲ ୨୦୨୬ ପ୍ଲେଅଫରେ ତିନୋଟି ଦଳ ପୂର୍ବରୁ ସେମାନଙ୍କର ସ୍ଥାନ ନିଶ୍ଚିତ କରିସାରିଛନ୍ତି। ସୋମବାର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିବା ପରେ, ସନରାଇଜର୍ସ…

ବିସିସିଆଇ ଆର୍‌ଟିଆଇ ପରିସରଭୁକ୍ତ ନୁହେଁ, ପୂର୍ବ ନିର୍ଦ୍ଦେଶରୁ ଓହରିଲେ ସିଆଇସି

ନୂଆଦିଲ୍ଲୀ,୧୯ା୫(ପି.ଟି.): କ୍ରିକେଟ ପ୍ରଶାସନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସର୍ବସାଧାରଣ କାର୍ଯ୍ୟକ୍ରମ ପରିଚାଳନା ଓ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଭାରତର ପ୍ରତିନିଧିତ୍ୱ ସତ୍ତ୍ୱେ ବିସିସିଆଇକୁ ଏକ ସର୍ବସାଧାରଣ ପ୍ରାଧିକରଣ ଭାବେ ବିବେଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri