ବୃଦ୍ଧା ମା’ଙ୍କ ଉପରେ ଇଟା ଲଦିଦେଲେ ପୁଅବୋହୂ

ଯାଜପୁର ଅଫିସ,୪ା୪: ଯାଜପୁର ଜିଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଦତ୍ତପୁର ଗ୍ରାମରେ ସମ୍ପତ୍ତି ଲୋଭରେ ବୃଦ୍ଧା ମା’ଙ୍କୁ ଇଟାରେ ପୋତି ଦେଇଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ତେବେ ଏହି ଘଟଣାକୁ ଦେଖି ପଡ଼ୋଶୀ ଲୋକେ ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି। ଏନେଇ ମଙ୍ଗଳପୁର ଥାନାରେ ଏକ ମାମଲା ୨୧୫/୨୦୨୨ ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଚଳାଇଥବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ ବିଧବା ବୃଦ୍ଧା ମଖି ବେହେରାଙ୍କ ୪ ପୁଅ ଅଛନ୍ତି। ମଖିଙ୍କୁ ଖାଇବାକୁ ଦେବା ପାଇଁ ୪ ପୁଅ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ଏପରିକି ପୈତୃକ ଘରଡିହରେ ଘର ନିର୍ମାଣ କରିବାକୁ ବିବାଦ ରହିଥିଲା। ଶନିବାର ରାତିରେ ମଝିଆ ପୁଅ ରଘୁନାଥ ଓ ବୋହୁ ମଧୁସ୍ମିତା ସେହି ଜମିରେ ଘର ନିର୍ମାଣ କରିବାକୁ ଉଦ୍ୟମ କରିଥିଲେ। ତେବେ ବୃଦ୍ଧା ମା’ ମଖି ଏହାକୁ ବିରୋଧ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଘର ନିର୍ମାଣ ପାଇଁ ଥିବା ଇଟାରେ ପୁଅବୋହୂ ମଖିଙ୍କୁ ପୋତି ଦେଇଥିବା ଭିଡିଓ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀ କୂଳରେ ହତ୍ୟାକାଣ୍ଡର ଡେମୋ ଦେଖାଇଲେ ଅଭିଯୁକ୍ତ ସରୋଜ

ନୟାଗଡ଼ ଅଫିସ,୨୪।୧୨: ପରୀ ଅପହରଣ ଓ ହତ୍ୟା ଘଟଣାରେ ଗୁରୁବାର ଅଭିଯୁକ୍ତ ସରୋଜ ସେଠୀଙ୍କୁ ଯଦୁପୁର ଆଣି ସିନ୍‌ ରିକ୍ରିଏସନ କରିଛି ଏସ୍‌ଆଇଟି। ପରୀର ମୃତଦେହ...

କାର୍ଯ୍ୟରେ ଅବହେଳା: ବଦଳିଲେ ଫାଣ୍ଡି ଅଧିକାରୀ

କାର୍ଯ୍ୟରେ ଅବହେଳା ଅଭିଯୋଗରେ ବଦଳିଛନ୍ତି ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧିକାରୀ ବିନୟ କୁମାର ସାହୁ। ଏସ୍‌ପି ଅନୁପମା ଜେମ୍‌ସଙ୍କ ନିର୍ଦ୍ଦେଶରେ ତାଙ୍କୁ ପରଜଙ୍ଗ ଥାନାକୁ...

ମାର୍କେଟ ବିଲ୍ଡିଂରେ ଆତଙ୍କ: ଯାହାକୁ ଦେଖିଲେ ପିଟିଲେ କଳାମୁଖା ପିନ୍ଧା ଦୁର୍ବୃତ୍ତ

ଭୁବନେଶ୍ୱର, ୧୧ା୧(ବ୍ୟୁରୋ): ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା। ପ୍ରାୟ ୭୦ ଦୁର୍ବୃତ୍ତ ମୁହଁରେ କଳାମୁଖା ପିନ୍ଧି ଖଣ୍ଡା, ଭୁଜାଲି, ଠେଙ୍ଗା ଧରି ପଶିଆସିଥିଲେ ଜନଗହଳିପୂର୍ଣ୍ଣ ଭୁବନେଶ୍ୱର...

ସ୍ବଳ୍ପ ବୃଷ୍ଟି, ଚାଷଜମି ଶୁଖିଲା: ମୁଣ୍ଡରେ ହାତଦେଇ ବସିଛି ଚାଷୀ

ରଣପୁର,୨୩ା୭ (ସ୍ବ.ପ୍ର.): ବର୍ଷା ଅଭାବରୁ ରଣପୁର ବ୍ଲକ ଅଞ୍ଚଳରେ ଜମି ଫାଟି ଆଁ କଲାଣି। କେଉଁଠି ବର୍ଷା ପାଇଁ ବେଙ୍ଗ ବିବାହ ତ ଆଉ କେଉଁଠି...

ତୃତୀୟ ପର୍ଯ୍ୟାୟ ରଥକାଠ ପହଞ୍ଚିଲା : ୨ରେ ରଥକାଠ ଚିରଟ ଅନୁକୂଳ

ପୁରୀ ଅଫିସ,୩୧ା୩: ଚଳିତବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ତିନି ରଥ ନିର୍ମାଣ ଲାଗି ସୋମବାର ପୁରୀରେ ତୃତୀୟ ପର୍ଯ୍ୟାୟ...

ମେ’ ୧୦ ଯାଏ ଘୁଞ୍ଚିଲା ଆବେଦନ ସମୟ

ଭୁବନେଶ୍ୱର, ୪।୫(ବ୍ୟୁରୋ): ବିଜୁ ଯୁବ ସଶକ୍ତୀକରଣ ଯୋଜନା-୨୦୨୧ ଅଧୀନରେ ଲାପ୍‌ଟପ୍‌ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇବା ପାଇଁ ଆବେଦନର ଅବଧିକୁ ଘୁଞ୍ଚାଇ ଦିଆଯାଇଛି। ଉଚ୍ଚଶିକ୍ଷା...

ବେଙ୍ଗାଲୁରୁରୁ ଆସିଲେ ୩୨ ପ୍ରବାସୀ

ଭୁବନ, ୧୪।୫(ଡି.ଏନ.ଏ.) – ବେଙ୍ଗାଲୁରୁରୁ ୧ଲକ୍ଷ ୬୦ ହଜାର ଟଙ୍କା ବସ୍‌ଭଡ଼ା ଦେଇ ୩୨ ଜଣ ପ୍ରବାସୀ ଓଡ଼ିଶା ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଢେଙ୍କାନାଳ ଜିଲା...

ଗ୍ରାମରାସ୍ତାକୁ କେନ୍ଦ୍ର କରି ଘର ପୋଡ଼ିଦେଲେ

ବାଲେଶ୍ୱର ଅଫିସ,୬ା୬ ବାଲେଶ୍ୱର ଜିଲାର ବାଲିଆପାଳ ଥାନା ଶ୍ରୀରାମପୁର ପଞ୍ଚାୟତର ଗୋକୁଳାନନ୍ଦପୁର ଗ୍ରାମ ରାସ୍ତାକୁ କେନ୍ଦ୍ର କରି ସଂଘବଦ୍ଧ ଭାବେ ବଂଶୀଧର ଜେନାଙ୍କ ଦୁଇବଖରା ପୋଡ଼ି...

Advertisement
Archives

Model This Week