Advertisement
Posted inଖେଳ

ଇଂଲଣ୍ଡ ବିପକ୍ଷରେ ଓ୍ବାର୍ନରଙ୍କ ବିସ୍ଫୋରକ ବ୍ୟାଟିଂ: ଭାଙ୍ଗିଲେ ଏକାଧିକ ରେକର୍ଡ

ମେଲବୋର୍ନ,୨୨।୧୧: ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ବିସ୍ଫୋରକ ବ୍ୟାଟିଂ ସହ ଅନେକ ରେକର୍ଡ ଭାଙ୍ଗିଛନ୍ତି ଅଷ୍ଟ୍ରେଲିଆ ଓପନର୍‌ ଡେଭିଡ୍‌ ଓ୍ବାର୍ନର। ମ୍ୟାଚ୍‌ରେ ସେ ୯୭ ବଲ୍‌ରେ ନିଜର ୧୯ତମ ଦିନିକିଆ ଶତକ ମାରିଥିଲେ। ୧୦୪୩ ଦିନ ପରେ ଦିନିକିଆରେ ଏଭଳି ସଫଳତା ହାସଲ କରିଛନ୍ତି।

ଓ୍ବାର୍ନର ନିଜର ଶତକ ସହ ମାର୍କ ଓ୍ବାର୍ଗଙ୍କ ରେକର୍ଡ ଭାଙ୍ଗିଛନ୍ତି। ଏଥିସହ ସେ ସକ୍ରିୟ ଖେଳାଳି ଭାବେ ସର୍ବାଧିକ ଅନ୍ତର୍ଜାତୀୟ ଶତକ ମାରିଥିବା ମାମଲାରେ ଜୋ ରୁଟ୍‌ଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ୪୪ ଶତକ ମାରିଛନ୍ତି।

ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ନିମନ୍ତ୍ରଣ ପାଇ ଅଷ୍ଟ୍ରେଲିଆର ଦୁଇ ଓପନର୍‌(ଡେଭିଡ୍‌ ଓ୍ବାର୍ନର,ଟ୍ରାଭିସ୍‌ ହେଡ୍‌) ଶତକୀୟ ଇନିଂସ ଖେଳିଥିଲେ। ଓ୍ବାର୍ନର ଦୀର୍ଘଦିନ ପରେ ଶତକ ମାରିଥିବା ବେଳେ ଟ୍ରାଭିସ୍‌ ୧୫୨ ରନ୍‌ କରିଥିଲେ। ଉଭୟଙ୍କ ମଧ୍ୟରେ ୨୬୯ରନ୍‌ର ଭାଗିଦାରୀ ହୋଇଥିଲା।

ତେବେ ଓ୍ବାର୍ନର ଏହି ଇନିଂସ ବଳରେ ନିଜର ୬୦୦୦ ରନ୍‌ ପୂରଣ କରିଛନ୍ତି। ସେ ଏଯାବତ ୧୩୯ ଇନିଂସ ଖେଳିଥିବା ବେଳେ ୬୦୦୭ ରନ୍‌ କରିଛନ୍ତି। ଏଥିରେ ୧୯ ଶତକ ଏବଂ ୨୭ ଅର୍ଦ୍ଧଶତକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪ ବର୍ଷ ପରେ ହାରିଲା ଅଷ୍ଟ୍ରେଲିଆ

କାନାବେରା,୨୬।୯: ଭାରତୀୟ ମହିଳା ଦଳ ଠାରୁ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ପରାଜୟ ସହ ମହିଳା ଅଷ୍ଟ୍ରେଲିଆ ଦଳର ଅପରାଜେୟ ଧାରାରେ ବ୍ରେକ ଲାଗିଛି। ଲଗାତାର...

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ପୁମାସକୁ ହରାଇଲା ଲାୟନ୍ସ

ଭୁବନେଶ୍ୱର, ୮।୧(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ଗୁରୁବାର ଅନୁଷ୍ଠିତ ପ୍ରଥମ...

୭.୧ ଓଭର ଭିତରେ ଭାରତକୁ ଜିତିବା ଦରକାର

ଦୁବାଇ,୫।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ସ୍କଟଲାଣ୍ଡକୁ ୮୫ ରନ୍‌ରେ ରୋକି ଦେଇଛି ଭାରତୀୟ ଦଳ। ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ଶାମି...

ଜାହିରଙ୍କ ଭଳି ଖେଳିବାକୁ ଚାହେଁ: ଖଲିଲ

ନୂଆଦିଲ୍ଲୀ,୫।୮(ପି.ଟି.)- ବର୍ଷ ବର୍ଷ ଧରି ଭାରତୀୟ ଦଳ ପାଇଁ ପ୍ରତିଭାସମ୍ପନ୍ନ ବାମହାତୀ ପେସରମାନେ ଲମ୍ବା ସମୟ ଧରି ପ୍ରତିନିଧିତ୍ୱ କରିଆସିଛନ୍ତି। ଜାହିର ଖାନ, ଆଶିଷ ନେହେରା...

ମନଦୀପ ସିଂଙ୍କ ୧୫୦ତମ ମ୍ୟାଚ

ଆଣ୍ଟ୍ବେର୍ପ(ବେଲଜିୟମ), ୨।୧୦-ମଙ୍ଗଳବାର ବେଲଜିୟମ ବିପକ୍ଷରେ କ୍ୟାରିୟରର ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ମନଦୀପ ସିଂ। ମ୍ୟାଚ ପୂର୍ବରୁ କୋଚ୍‌ ଗ୍ରାହାମ ରିଡ୍‌ ତାଙ୍କୁ ୧୫୦ ନମ୍ବର...

ମହିଳା ହକି: ରାଣୀଙ୍କ ଗୋଲରେ ମ୍ୟାଚ ଡ୍ର

ବୁଏନ୍ସ ଆରିଜ, ୨୧।୧(ପି.ଟି.)- ଭାରତୀୟ ମହିଳା ହକି ଦଳ ଏକାଧିକ ପେନାଲ୍ଟି କର୍ନର ସୁଯୋଗ ହାତଛଡ଼ା କରିବା ପରେ ଅଧିନାୟିକା ରାଣୀ ରାମପାଲଙ୍କ ଗୋଲ ବଳରେ...

ସେଲଫି ପାଇଁ ଗିରଫ ହେଲେ କୋହଲିଙ୍କ ୪ ଫ୍ୟାନ

ବେଙ୍ଗାଲୁରୁ,୧୪।୩: ସୁରକ୍ଷା ବଳୟ ଡେଇଁ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ସେଲଫି ନେବା ୪ ପ୍ରଶଂସକଙ୍କୁ ମହଙ୍ଗା ପଡ଼ିଛି। ୪ ଜଣଙ୍କୁ ହେପାଜତକୁ...

ଦ୍ୱିତୀୟ ସନ୍ତାନର ବାପା ହେଲେ ରୁଟ୍‌

ଲଣ୍ଡନ, ୮।୭- ଇଂଲଣ୍ଡ କ୍ରିକେଟ୍‌ ଦଳର ନିୟମିତ ଅଧିନାୟକ ଜୋ ରୁଟ୍‌ ଦ୍ୱିତୀୟ ଥର ଲାଗି ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ କାରି କୋଟ୍ରେଲ ଏକ...

Advertisement
Archives

Model This Week