Advertisement

ସିସିପିଆଇ ର଼୍ୟାକିଙ୍ଗ: ଜଳବାୟୁ ପରିବର୍ତ୍ତନ ପଦକ୍ଷେପ କ୍ଷେତ୍ରରେ ଶ୍ରେଷ୍ଠ-୫ ଦେଶ ମଧ୍ୟରେ ଭାରତ…

ବର୍ଲିନ,୨୨।୧୧ : ଗ୍ଲୋବାଲ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (ସିସିପିଆଇ) ରେ ଭାରତ ଶ୍ରେଷ୍ଠ ପାଞ୍ଚଟି ଦେଶ ମଧ୍ୟରେ ଏବଂ ଜି -୨୦ ଦେଶ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ସୂଚକାଙ୍କ ଜର୍ମାନରେ ଅବସ୍ଥିତ ଜର୍ମାନ ୱାଚ, ନୂତନ ଜଳବାୟୁ ପ୍ରତିଷ୍ଠାନ ଏବଂ ଜଳବାୟୁ ଆକ୍ସନ ନେଟୱାର୍କ ଇଣ୍ଟରନ୍ୟାଶନାଲ ଦ୍ୱାରା ପ୍ରକାଶିତ ହୋଇଛିି। ଅନ୍ତର୍ଜାତୀୟ ଜଳବାୟୁ ରାଜନୀତିରେ ସ୍ବଚ୍ଛତା ବୃଦ୍ଧି ଏବଂ ଜଳବାୟୁ ସୁରକ୍ଷା ପ୍ରୟାସ ଏବଂ ବିଭିନ୍ନ ଦେଶ ଦ୍ୱାରା କରାଯାଇଥିବା ପ୍ରଗତିକୁ ସିସିପିଆଇ ତୁଳନା କରିଥାଏ।

ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ଆଧାରରେ ଭାରତର ସଫଳତା ସମ୍ପର୍କରେି ଶକ୍ତି ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି। ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ ସିସିପିଆଇ-୨୦୨୩ ଅନୁଯାୟୀ ଭାରତ ଦୁଇଟି ସ୍ଥାନକୁ ଡେଇଁ ବର୍ତ୍ତମାନ ୮ମ ସ୍ଥାନରେ ରହିଛି। ନଭେମ୍ବର ୨୦୨୨ ରେ କୋପ୍‌-୨୭ ରେ ପ୍ରକାଶିତ ସର୍ବଶେଷ ସିସିପିଆଇ ରିପୋର୍ଟରେ ଚାରିଟି ଛୋଟ ଦେଶ ଡେନମାର୍କ, ସ୍ବିଡେନ, ଚିଲି ଏବଂ ମରୋକୋ ଯଥାକ୍ରମେ ୪,୫,୬,୭ରେ ସ୍ଥାନୀତ ହୋଇ ଭାରତଠାରୁ ଭଳ ସ୍ଥିତିରେ ରହିଛନ୍ତି। କୌଣସି ଦେଶକୁ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ମାନ୍ୟତା ଦିଆଯାଇ ନ ଥିଲା। ସମସ୍ତ ପ୍ରମୁଖ ଅର୍ଥନୀତି ମଧ୍ୟରେ ଭାରତର ମାନ୍ୟତା ସର୍ବୋତ୍ତମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ସ୍ଥାନରେ ମାସ୍କ୍‌ ପିନ୍ଧିବା ନୁହେଁ ଜରୁରୀ, ମାର୍ଗ ଦର୍ଶିକା ପାଳନ ନ କଲେ ୬୦ ହଜାର ଜରିମାନା…

ଆବୁଧାବି,୨୫।୯: ୟୁଏଇରେ ଲୋକେ ଆଇ ମାସ୍କ ପିନ୍ଧିବା ଜରୁରୀ ନୁହେଁ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଫଳରେ ୧୮ ମାସ ପରେ ଏବେ ଲୋକେ...

ଇମ୍ରାନଙ୍କ ଅଜବ ବିବୃତ୍ତି ନେଇ ଚର୍ଚ୍ଚା

ଇସଲାମାବାଦ,୨ା୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କର ଅଜବ ବିବୃତ୍ତି ପାଇଁ ସବୁଆଡ଼େ ଥଟ୍ଟାର ପାତ୍ର ହୋଇଛନ୍ତି। ସଦ୍ୟତମ ମାମଲାରେ ତାଙ୍କ ଏକ ଭିଡିଓ...

ବହୁ ଚର୍ଚ୍ଚିତ ଆମେରିକା ଅଭିନେତ୍ରୀ ବିଟ୍ଟି ହ୍ୱାଇଟଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ୱାଶିଂଟନ,୧ ।୧: ଆମେରିକା ନାଗରିକଙ୍କୁ ୭ ଦଶକରୁ ଅଧିକ ସମୟ ପର୍ଯ୍ୟନ୍ତ ମନୋରଞ୍ଜନ ଦେଉଥିବା ଅଭିନେତ୍ରୀ ବିଟ୍ଟି ହ୍ୱାଇଟଙ୍କର ୯୯ ବର୍ଷ ବୟସରେ ପରଲୋକ ହୋଇଛି...

ଭୁଟାନରେ ସମଲିଙ୍ଗୀ ସମ୍ପର୍କ ବୈଧ

ଥିମ୍ଫୁ, ୧୩ା୧୨: ସମଲିଙ୍ଗୀ ସମ୍ପର୍କକୁ ଅପରାଧ ମୁକ୍ତ କରିଛନ୍ତି ଭୁଟାନ ସରକାର। ଏ ନେଇ ଭୁଟାନ ପାର୍ଲାମେଣ୍ଟର ଉଭୟ ସଦନରେ ଗୁରୁବାର ବିଲ୍‌ ପାରିତ ହୋଇଛି।...

ୟୁକ୍ରେନ ଉପରେ ରୁଷିଆର ମିଶାଇଲ ମାଡକୁ ନିନ୍ଦା କଲେ ବାଇଡେନ

ୱାଶିଂଟନ,୧୧ ।୧୦: ଏବେ ସବୁଠି ଚର୍ଚ୍ଚାରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ । କଛିଦିନ ଏହା ନରମ ପଡିଯାଇଥିବା ବେଳେ ଏବେ ଦୁଇ ଦିନ ହେବ ପୁଣି ଆକ୍ରମକ...

ଭାରତର ସହାୟତା ଲୋଡିଲେ ଜେଲେନେସ୍କି…

କାଇଭ୍‌, ୩।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ୟୁକ୍ରେନର ରାଷ୍ଟ୍ରପତି ବ୍ଲାଡିମୀର ଜେେଲେକେସ୍କି ଶାନ୍ତି ଉପରେ...

ବାବର କ୍ରୁଜ ମିଶାଇଲର ସଫଳ ପରୀକ୍ଷଣ କଲା ପାକିସ୍ତାନ

ଇସଲାମାବାଦ,୨୨ ।୧୨: ପାକିସ୍ତାନ ସ୍ୱଦେଶ ନିର୍ମିତ ବାବର କ୍ରୁଜ ମିଶାଇଲର ଅପଡେଟ ଭର୍ସନର ସଫଳ ପରୀକ୍ଷା ମଙ୍ଗଳବାର କରିଛି । ଏହା ୯୦୦ କିଲୋମିଟର ଦୂର...

ପ୍ରଲୋଭନ ଦେଖାଇ ଆତଙ୍କବାଦୀ ସଂଗଠନରେ ନାବାଳକଙ୍କୁ କରାଯାଉଛି ସାମିଲ

ଜେନେଭା/ନୂଆଦିଲ୍ଲୀ,୩୦।୧: ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଆତଙ୍କବାଦୀ ସଂଗଠନରେ ନାବାଳକଙ୍କ ସାମିଲ୍‌ କରାଯାଉଥିବା ପ୍ରସଙ୍ଗ ନେଇ କ୍ଷୋଭ ପ୍ରକାଶ କରିଛି। ଭାରତ ପକ୍ଷରୁ ସ୍ଥାୟୀ ଉପ-ପ୍ରତିନିଧି...

Advertisement
Archives

Model This Week