ଝିଅ ଜନମ ପର ଘରକୁ

ଡ. ଶ୍ରୀହରି ପଣ୍ଡା

 

କୁହାଯାଏ ଭାଗ୍ୟବାନଙ୍କୁ କନ୍ୟା ମିଳିଥାଏ ା କାରଣ ଦୁନିଆରେ ଯେତେ ଦାନ ଅଛି ସବୁଠାରୁ ବଡ଼ ଦାନ କନ୍ୟାଦାନ ା କନ୍ୟା କେବଳ ବାପଘରକୁ ଆନନ୍ଦ ଦିଏନି ପରନ୍ତୁ ତା’ର ସେବାଯତ୍ନରେ ଶ୍ୱଶୁର ଘରକୁ ମଧ୍ୟ ସ୍ବର୍ଗରେ ପରିଣତ କରିଥାଏ ା ଦୁହିତା ଦୁଇ କୁଳକୁ ହିତା ା ଏଣୁ ଝିଅଟିଏ ଜନ୍ମ ହେଲେ ଉପଯୁକ୍ତ ସମୟରେ ବିବାହ କରି ବାପଘରୁ ପରଘରକୁ ଚାଲିଯାଏ, ସେଇଥିପାଇଁ ତାକୁ ପରଘରୀ ବୋଲି ମଧ୍ୟ କୁହାଯାଏ ା ‘ଝିଅ ଜନମ ପର ଘରକୁ ’ -ଏହି ଓଡ଼ିଆ ଢଗଟି ମୂଳରେ ରହିଛି ଓଡିଆ ନାରୀର ସମ୍ପୂର୍ଣ୍ଣ ଜୀବନଦର୍ଶନ ଓ ଜୀବନାଦର୍ଶ ା ଏହାର ଆକ୍ଷରିକ ଅର୍ଥ ଏହା ଯେ ଝିଅ ଯେତେ ପଢିଥିଲେ କି ଯୋଗ୍ୟା ହୋଇଥିଲେ ମଧ୍ୟ ତା’ର ସ୍ଥାନ ପରଘରେ ା ଝିଅ ମାତାପିତାଙ୍କର ଅଶେଷ ସ୍ନେହ ପ୍ରେମର ପିତୁଳାଟିଏ ା ଛୋଟ ହେଉ ବା ବଡ଼ ହେଉ, ବିବାହିତା ହେଉ ବା ଅବିବାହିତା ହେଉ ସେ ମାତାପିତାଙ୍କର ଅମାପ ଶ୍ରଦ୍ଧାର ଅଧିକାରିଣୀ ା
ସେ ମଧ୍ୟ ପିତାମାତାଙ୍କ ପାଇଁ ଅଧିକ ଆକୁଳ ହୋଇଥାଏ ା ପ୍ରଥମାବସ୍ଥାରୁ ମା’ର ହାତ ଧରି ଚାଲିଶିଖିବା ପରଠାରୁ ବୟସ ବଢିବା ସହିତ ମା’ର ସାହାଯ୍ୟକାରିଣୀ ପାଲଟିଯାଏ ା ଝିଅ ଉପରେ ମା’ର ଯେତିକି ଅଧିକାର ସେତିକି ପୁଅ ଉପରେ ନ ଥାଏ ା ପ୍ରତ୍ୟେକଟି କଥାରେ ଝିଅକୁ ଆଗ ଲୋଡା ।
ଝିଅଟିଏ ଜନ୍ମ ହେଲେ ମା’ ମନରେ ଅଜଣା ଭୟ ସଂଚାର ହୁଏ। ଏଣୁ ଝିଅ ନୁହେଁ ବରଂ ପୁଅଟିଏ ପାଇବା ପାଇଁ ସେ କେତେ ଠାକୁରଙ୍କୁ ପ୍ରାର୍ଥନା କରେ, ଉପବାସ ରହି ମାନସିକ କରେ । ଆଜି ସମୟ ବଦଳିଲାଣି ା ଏବେ ଅବଶ୍ୟ ଝିଅଟିଏ ଜନ୍ମ ନେଲେ ମା’ ଆଉ ଭୟଭୀତ ହେଉନି କି ଶାଶୁ ଝିଅ ଜନ୍ମ କରିଥିବା ଅପରାଧରେ ତାକୁ ବାପଘରକୁ ପଠାଇ ଦେଉନି ା ସ୍ବାମୀ ମଧ୍ୟ ଗାଳି ଦେଉନି ା ବୋଧହୁଏ ଆଜିର ସୀମିତ ପରିବାରରେ ଝିଅଟିଏ ଦରକାର ବୋଲି ସମସ୍ତେ ଚିନ୍ତା କଲେଣି କିଛି ବିକୃତ ମାନସିକ ରୋଗଗ୍ରସ୍ତ ମନୁଷ୍ୟଙ୍କ ଛଡ଼ା ା
କନ୍ୟାଟିଏ ବାପଘରେ ଲାଳିତପାଳିତ ହୋଇ, ଶିକ୍ଷା ସଂସ୍କାର ନେଇ ଶ୍ୱଶୁର ଘରକୁ ସଂସ୍କାରିତ, ସମୃଦ୍ଧ କରେ ା ନିଜ ପରିବାରକୁ ଛାଡ଼ି ଅନ୍ୟ ଏକ ପରିବାରକୁ ଆପଣେଇ ନିଏ ା ନିଜର ପରିଚିତି ହରାଇ ଏକ ନୂଆ ପରିଚୟରେ ବଞ୍ଚେ ା ବାପଘରର ହସଖୁସିରେ ସମୟ କାଟୁଥିବା କନ୍ୟାଟି ଶ୍ୱଶୁର ଘରେ ଗୃହିଣୀ ପାଲଟି ଯାଏ ା ପୁରୁଷ ବାହାରର ସମସ୍ତ ଦାୟିତ୍ୱ ନେଲାବେଳେ ସେ ଘରର ଯାବତୀୟ କାମର ଦାୟିତ୍ୱ ନିଏ ା ପରିବାରର ବୃଦ୍ଧି ଏବଂ ଭାବୀ ବଂଶଧରକୁ ଉନ୍ନତମାନର ମଣିଷ କରି ଗଢି ତୋଳିବା କାର୍ଯ୍ୟ ତା’ ମଧ୍ୟରୁ ଅନ୍ୟତମ ା
ସେ କାହା ପ୍ରତି ଅବହେଳା ପ୍ରଦର୍ଶନ କରି ନ ଥାଏ ା ଯେତେ ଦୁଃଖ ଆସିଲେ ମଧ୍ୟ ତାକୁ ପଛରେ ପକାଇ ନିଜର କର୍ମରେ ସଦା ନିୟୋଜିତ ଥାଏ ା ସୁଦୀର୍ଘ ଦଶମାସ ଗର୍ଭଧାରଣଠାରୁ ବକ୍ଷନିଗାଡ଼ି ଶିଶୁ ମୁଖରେ ଅମୃତ ଢାଳିଦେବା ଯାଏ ଥାଏ ମାତୃତ୍ୱର ପରାକାଷ୍ଠା ା ସେଥିରେ ତା’ର ଦୁଃଖ ନାହିଁ କି ଅନୁଶୋଚନା ନାହିଁ; ଅଛି କେବଳ ଆମତ୍ତୃପ୍ତି, ମାତୃତ୍ୱର ସ୍ବାଭିମାନ ା କିନ୍ତୁ ଏବେ ବି ଏହି ତ୍ୟାଗର ମୂର୍ତ୍ତିକୁ ବୁଝିବାକୁ କିଛି ଅହଂକାରୀ ପୁରୁଷ ଅସମର୍ଥ ା ନିଜ ଘରର ଭାବୀ ନିର୍ମାତ୍ରୀକୁ ଅପମାନିତ, ଲାଞ୍ଛିତ କରିବାକୁ କୁଣ୍ଠା କରନ୍ତି ନାହିଁ ା ତାଙ୍କ ଦୃଷ୍ଟିରେ ନାରୀ ଏକ ଚାବିଦିଆ କଣ୍ଢେଇ। ଯେତେ ମୋଡିଲେ ସେତେ ଚାଲିବ। ସେ ଯେ ରକ୍ତ,ମାଂସର ମଣିଷଟିଏ। ତା’ର ବି ସାନ୍ତ୍ୱନା ଦରକାର, ଆଶ୍ୱାସନାର ହାତଟିଏ ଦରକାର। ସେମାନେ ଏହାକୁ ଭୁଲିଯାଇ କଥାକଥାକେ ଅତ୍ୟାଚାର କରିବାକୁ ପଶ୍ଚାଦପଦ ନୁହନ୍ତି। ସେଇଥିପାଇଁ ଏବେ ବହୁ ବାହାଘର ଅଳ୍ପ କେଇଟା ଦିନ ପରେ ଭାଙ୍ଗି ଯାଉଥିବା ଦେଖାଯାଉଛି ା ଝିଅ ଶ୍ୱଶୁରଘର ଛାଡି ବାପଘରେ ରହୁଛି ା ଏଥିରେ ଝିଅର ଭୁଲ୍‌ ଅପେକ୍ଷା ପୁରୁଷଙ୍କର ଅହଂକାର ଯଥେଷ୍ଟ ପରିମାଣରେ ଦାୟୀ ା ପରଘରୁ ଆସିଥିବା କନ୍ୟାଟିକୁ ନିଜଘର ସ୍ନେହ, ଆଦରରେ ନ ବାନ୍ଧି ଯେଉଁ ଘର ଘୃଣା ଓ ତିରଷ୍କାରରେ ବାନ୍ଧିବାର ଚେଷ୍ଟା କରୁଛି ସେହି ଘରର ଏ ଅବସ୍ଥା ା ଯେତେଦିନ ଯାଏ ଏ ମାନସିକତାର ପରିବର୍ତ୍ତନ ନ ହୋଇଛି ପରଝିଅ ନିଜଘରର ସମ୍ମାନ ବୋଲି ସମାଜ ନ ବୁଝିଛି, ସେତେଦିନ ଯାଏ ଏ ରୋଗ ବଢିବ ପଛେ କମିବାର ନାମ ନେବ ନାହିଁ ା
ନାରୀର ସୁଖରେ ଦେବତାମାନେ ସୁଖୀ ହୋଇଥାନ୍ତି ଏବଂ ସେହି ଘରକୁ ତ୍ୟାଗ କରନ୍ତି ନାହିଁ ବୋଲି ଜନଶ୍ରୁତି ଅଛି ା ସ୍ତ୍ରୀକୁ ସମ୍ମାନ ପ୍ରଦର୍ଶନ କଲେ ଦେବତା ଆପ୍ୟାୟିତ ହୁଅନ୍ତି ା ସେ ହିଁ ହେଉଛି ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧିର ବୀଜମନ୍ତ୍ର ା ପ୍ରକୃତି ବିନା ପୁରୁଷ ଅସମାପ୍ତ, ଶକ୍ତି ବିନା ଶିବ ଅପୂର୍ଣ୍ଣ ା ନାରୀ ବିନା ସମାଜ ଅସଙ୍ଗତ, ଅସୁନ୍ଦର ା ସେଥିପାଇଁ ସମସ୍ତ ଶାସ୍ତ୍ର ପୁରାଣରେ ନାରୀର ଜୟଗାନ ହୋଇଛି ା ଏହାକୁ ବୁଝିବା ଦରକାର, ଚିନ୍ତିବା ଦରକାର ା ସେ ଜାୟା ହେଉ ବା ଭଗ୍ନୀ ହେଉ, ତା’ର ସ୍ବାର୍ଥତ୍ୟାଗ, ବଳିଦାନ ଓ ଜୀବନକୁ ମନୋଜ୍ଞ ସୁନ୍ଦର କରିବାର ପରିକଳ୍ପନା ସର୍ବଦା ସ୍ବୀକାର୍ଯ୍ୟ ା ସେଥିପାଇଁ ତ କୁହାଯାଏ ଯେଉଁ ଘରେ ନାରୀମାନଙ୍କର ପୂଜା ହୁଏ ସେହିଘରେ ଦେବତାମାନେ ବାସ କରନ୍ତି ା ”ଯତ୍ର ନାଯର୍‌ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତା ା“
ଗୌଡ଼ଗାଁ, କପ୍ତିପଦା, ମୟୂରଭଞ୍ଜ
ମୋ-୯୮୫୩୯୪୮୪୫୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିଖିବା ଓ ସଫଳତା ପାଇବାରେ ବୟସର କୌଣସି ସୀମା ନ ଥାଏ। ଏମିତି ଜଣେ ସଫଳ ମହିଳା ହେଉଛନ୍ତି ମଣିପୁରର ଶୁଭ ଭଟନାଗର। ୬୩ ବର୍ଷୀୟା...

ପୂଜ୍ୟ ପ୍ରଣାମ

ଯେଉଁ କେତେଜଣ ଯଶସ୍ବୀ, ପୁଣ୍ୟାତ୍ମା, ସଂଗ୍ରାମୀ, କବି, ସାହିତ୍ୟିକ ଏ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ...

ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ...

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri