Posted inRasifala

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୭ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଘରୋଇ କ୍ଷେତ୍ରରେ ପଛକଥା ନ ଭାବି ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ। ସଙ୍ଗୀତ ସାଧନା, ପ୍ରଶାସନିକ ଆଲୋଚନା ଓ କଳା ସାହିତ୍ୟକ୍ଷେତ୍ରରୁ ସୁଫଳ ମିଳିବ। କିଣାବିକା କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି।
ବୃଷ
ବୃଷ

ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ କିଛିନା କିଛି ଦୋଷଖୋଜି ସମାଲୋଚନା କରିବେ। କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ଜମିଜମା କିମ୍ବା ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇପାରେ। ବନ୍ଧୁଙ୍କ ମିଠା କଥାରେ ମନ ବଳାଇବେ।

ମିଥୁନ
ମିଥୁନ
ଯେକୌଣସି କାମରେ ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ। ଈର୍ଷାପରାୟଣ ମନୋବୃତ୍ତି ନେଇ ଖଳପ୍ରକୃତି ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି। ଆଲୋଚନା ପରିସରରେ ଅନାବଶ୍ୟକ ପ୍ରସଙ୍ଗକୁ ଉଠାଇଲେ ସମାଲୋଚିତ ହେବେ।
କର୍କଟ
କର୍କଟ
ସାମାଜିକସ୍ତରରେ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ପାରିବାରିକସ୍ଥିତି ପୂର୍ବାପେକ୍ଷା ବହୁତ ଭଲ ରହିବ।
ସି˚ହ
ସି˚ହ
ଅସ୍ଥିରତା ଲାଗିରହିଥିବାରୁ କେତେକ ସାମାନ୍ୟ ଭୁଲ୍‌ଜନିତ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। କର୍ମକ୍ଷେତ୍ରରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହି କାର୍ଯ୍ୟ ହାସଲ କରିବେ। କୌଣସି ବିଜାତୀୟ ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ।
କନ୍ୟା
ପ୍ରତିବନ୍ଧକଜନିତ ବାରମ୍ବାର କାର୍ଯ୍ୟରେ ଅସଫଳତା କାରଣରୁ ଦୁର୍ଭାବନା ବଢ଼ିଚାଲିବ। କୌଣସି ବିଶେଷ କାମ ସକାଶେ ଘରେ ବନ୍ଧୁ ମିଳନର ଆୟୋଜନ କରିପାରନ୍ତି। ନୂଆକରି ଆରମ୍ଭ କରିବାକୁ ଯାଉଥିବା କାମରେ ପରିବାରରୁ ପ୍ରତିରୋଧର ଆଶଙ୍କା ରହିଛି। ବନ୍ଧୁଙ୍କ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ସାମୟିକ ଭାବରେ ଚିନ୍ତିତ ରହିବେ।
ତୁଳା
ତୁଳା
ପାରିବାରିକ ଜୀବନରେ ଭୁଲ୍‌ ବୁଝାମଣା କାରଣରୁ ମତାନ୍ତର ସୃଷ୍ଟିହେବ। ବନ୍ଧୁଙ୍କ ସହ ଆଲୋଚନା ସମୟରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତିି। ବନ୍ଧୁଙ୍କ ପରାମର୍ଶରେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ।
ବିଛା
ବିଛା
ଦେହ ଭଲ ରହିଲେ ମଧ୍ୟ ସାମୟିକ ଭାବରେ ମାନସିକ ଅଶାନ୍ତି ଲାଗିରହିବ। ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ। ବନ୍ଧୁଙ୍କ ପରାମର୍ଶରେ ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ପିଲାମାନଙ୍କ କୃତୀ ଓ କୃତିତ୍ୱ ପାଇଁ ଗର୍ବ ଅନୁଭବ କରିପାରନ୍ତି।
ଧନୁ
ଧନୁ
ଅନୁକୂଳ ବାତାବରଣ ମଧ୍ୟରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ପ୍ରଶାସନିକ ସ୍ତରରେ ଯୋଜନାଗୁଡିକୁ ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ। ପାରିବାରିକ କ୍ଷେତ୍ରରେ ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଅଳ୍ପସମୟରେ ସୁଧୁରିଯିବ। ଅଜୀର୍ଣ୍ଣଜନିତ ଆମାଶୟ ଦେଖାଦେଇପାରେ।
ମକର
ମକର

ଦୈହିକ ଦୁର୍ବଳତା ଯୋଗୁଁ ମନୋବଳ କମି ଯାଇପାରେ। ପରିବାରର ସହମତିରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ସ୍ଥଳବିଶେଷରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତିି। ମୂଲ୍ୟହୀନ କଥାକୁ ଗୁରୁତ୍ୱଦେଇ କର୍ମ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ସମ୍ଭାବନା ରହିଛି।

କୁମ୍ଭ
କୁମ୍ଭ
ଆଜି ଆନୁଷ୍ଠାନିକ କ୍ଷେତ୍ରରେ ଧର୍ମକାର୍ଯ୍ୟ ପାଇଁ ପ୍ରେରଣା ମିଳିପାରେ। ଘରୋଇକ୍ଷେତ୍ରରେ ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ। ଯାତ୍ରା, ବାଣିଜ୍ୟ, ଯୋଗଯୋଗ, ସ୍ଥଗିତ କାର୍ଯ୍ୟାରମ୍ଭ ପ୍ରଭୃତିରେ ସଫଳତା ମିଳିବ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।
ମୀନମୀନ

ପ୍ରତିରୋଧର ସାମ୍‌ନା କରି ଧ୍ୟୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିବେ। ସରକାରୀ କାମରେ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବେ। ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ବିନୟପୂର୍ଣ୍ଣ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ହାଲ୍‌କା କରିବାରେ ସମର୍ଥ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ ଆପଣଙ୍କ କଠୋରକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିବେ। ଅଶ୍ୱିନୀ…

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?