ହାତୀ ପାଇଁ ବିପଦ ହାତୀ ଚଲାପଥ

ସମ୍ବଲପୁର, ୭।୧୧(ବ୍ୟୁରୋ): ହାତୀ ପାଇଁ ବିପଦ ହାତୀ ଚଲାପଥ। ଅଣ୍ଡରପାସ୍‌ ନିର୍ମାଣ ନ କରି ରାସ୍ତା ଉପରେ ହାତୀ ଚଲାପଥ ନିର୍ମାଣ କରିବାରୁ ହାତୀ ସହିତ ଅନ୍ୟ ବନ୍ୟପ୍ରାଣୀ, ସରୀସୃପଙ୍କ ଜୀବନ ପ୍ରତି ବିପଦ ରହିଛି। ଜିଲାରେ ନିର୍ମାଣାଧୀନ ସମ୍ବଲପୁର-ତିଲେଇବଣି ୫୫ନଂ. ଜାତୀୟ ରାଜପଥର ତିନୋଟି ସ୍ଥାନରେ ଏଭଳି କରାଯାଇଥିବାର ଦେଖିବାକୁ ମିଳିଛି। ଏପରି ହେବା ପଛରେ ଜାତୀୟ ରାଜପଥ ବିଭାଗ ଓ ବନ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି ଜିଲାବାସୀ। ଅନ୍ୟପଟେ ଠିକାସଂସ୍ଥାକୁ ଅନୁକମ୍ପା ଦେଖାଇ ସର୍ଭେ ହୋଇଥିବା ବେଳେ ଅଭିଯୋଗ କଲା ପରେ ମଧ୍ୟ ରାସ୍ତା ନିର୍ମାଣ ଡିଜାଇନ (ଡ୍ରଇଂ)ରେ ପରିବର୍ତ୍ତନ କରାଗଲା ନାହିଁ। ହେଲେ ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ସମ୍ବଲପୁର- ଅନୁଗୋଳ ୫୫ନଂ. ଜାତୀୟ ରାଜପଥରେ ଜନସାଧାରଣଙ୍କ ଅଭିଯୋଗ ପରେ ଡ୍ରଇଂ ପରିବର୍ତ୍ତନ କରାଯାଇଥିଲା। ଏପରି କି ସମ୍ବଲପୁର-ଅନୁଗୋଳ ଜାତୀୟ ରାଜପଥର ୧୦ରୁ ଅଧିକ ସ୍ଥାନରେ ଅଣ୍ଡରପାସ୍‌ ନିର୍ମାଣ କରିବାକୁ ଯୋଜନା କରାଯାଇ କାମ ବନ୍ଦ କରି ଦିଆଯାଇଥିଲା। ମାତ୍ର ୭୦କି.ମି. ବ୍ୟାପୀ ସମ୍ବଲପୁର-ତିଲେଇବଣି ରାସ୍ତା କାମ ହାତକୁ ନେଇଥିବା ନିର୍ମାଣ ସଂସ୍ଥାକୁ ଅନୁକମ୍ପା ଦେଖାଇବାକୁ ଯାଇ ଏଠାରେ ନିୟମ ପାଳନ କରାଗଲା ନାହିଁ। ଉଭୟ ରାସ୍ତା ସମ୍ବଲପୁର ଏନ୍‌ଏଚ୍‌ଏଆଇ ଡିଭିଜନ ଅଧୀନରେ ଥିବାବେଳେ ନିୟମ ଭିନ୍ନ କରାଯାଇଛି। ଅନ୍ୟପଟେ କାମ ଶୀଘ୍ର କରିବା ନିଶାରେ ଏନ୍‌ଏଚ୍‌ଏଆଇ ସରକାରଙ୍କ ବନ୍ୟପ୍ରାଣୀ ସୁରକ୍ଷା ନିୟମକୁ ଭୁଲିଗଲା ବୋଲି ଅଭିଯୋଗ ହେଉଛି। ସରକାରଙ୍କ ନିୟମ ଅନୁସାରେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହାତୀ ଚଲାପଥ ନିର୍ମାଣ କରାଯାଉ ବୋଲି ଦାବି ହେଉଛି।

ଅଞ୍ଚଳବାସୀଙ୍କ ଅଭିଯୋଗ କ୍ରମେ ସମ୍ବଲପୁର ଜିଲାରେ ସମ୍ବଲପୁର ବନଖଣ୍ଡ ଓ ବାମରା ବନଖଣ୍ଡ ଦେଇ ଏହି ଜାତୀୟ ରାଜପଥ ନିର୍ମାଣ କରାଯାଉଛି। ପୂର୍ବରୁ ନିମ୍ନମାନର ରାସ୍ତା କାମ, ଫ୍ଲାଇ ଆଶ୍‌ ବ୍ୟବହାରରେ ଅନିୟମିୟତା ଭଳି ଅଭିଯୋଗକୁ ନେଇ ଉକ୍ତ ଠିକା ସଂସ୍ଥା ଚର୍ଚ୍ଚାରେ ରହିଥିଲା। ଏହାକୁ ନେଇ ମାନ ଯାଞ୍ଚ କରୁଥିବା ଏଜେନ୍ସି ଓ ଜାତୀୟ ରାଜପଥ ବିଭାଗକୁ ଦାୟୀ କରାଯାଇଥିଲା। ତଦନ୍ତକାରୀ ଟିମ୍‌ ଆସି ଅଭିଯୋଗକୁ ପ୍ରମାଣିତ କରି ତାଗିଦା ମଧ୍ୟ କରିଥିଲେ। ରାସ୍ତା କାମ ବିଳମ୍ବ ହେବାରୁ ଅନେକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ଏବେ ବନ୍ୟପ୍ରାଣୀଙ୍କ ପ୍ରତି ବିପଦ ହୋଇଛି ଏହି ରାସ୍ତା। ସେମାନେ ଆହୁରି ଅଭିଯୋଗ କରିଛନ୍ତି ଯେ, ଜୟନ୍ତପୁର, ନୀଳଡୁଙ୍ଗୁରି, ଗୌଡ଼ପାଲି ବ୍ରିଜ ପୂର୍ବରୁ ହାତୀ ଚଲାପଥ ରହିଥିଲା। ସେ ସମୟରେ ଜାତୀୟ ରାଜପଥ ଅଣଓସାରିଆ ଥିଲା। ହାତୀପଲ ସହଜରେ ରାସ୍ତାପାର ହୋଇ ଯାଉଥିଲେ। ଏବେ ନୂତନ ରାସ୍ତା ଓସାରିଆ ହେବା ସହ ମଝିରେ ଡିଭାଇଡର ମଧ୍ୟ ରହିଛି। ତେଣୁ ବନ୍ୟପ୍ରାଣୀ ଯିବାଆସିବାରେ ଅସୁବିଧା ହେବ। ରାସ୍ତା ନିର୍ମାଣ ପୂର୍ବରୁ ସର୍ଭେ ସମୟରେ ବନ ବିଭାଗ ପକ୍ଷରୁ ରାସ୍ତାରେ କେତେଗୋଟି ହାତୀ ଚଲାପଥ ରହିଛି ସେ ନେଇ ଏନ୍‌ଏଚ୍‌ଏଆଇକୁ ସୂଚନା ଦିଆଯାଇଥାଏ। କିନ୍ତୁ ସମ୍ବଲପୁର-ତିଲେଇବଣି ରାସ୍ତା କାମରେ ସେଭଳି କରାଯିବା ଭଳି ମନେ ହେଉନାହିଁ। ନୀଳଡୁଙ୍ଗୁରିଠାରେ ରାସ୍ତାନିର୍ମାଣ ପରେ ହାତୀ ଚଲାପଥ ଥିବା ନେଇ ଏକ ବୋର୍ଡରେ ସୂଚନା ଦିଆଯାଉଛି। ରାସ୍ତା ଉପର ଦେଇ ପାର ହେବା ହାତୀମାନଙ୍କ ପାଇଁ ବିପଦ। ସମ୍ବଲପୁର ବନଖଣ୍ଡର ସଦର, ଧମା, ପଡିଆବାହାଲ, ରେଙ୍ଗାଲି ରେଞ୍ଜରେ ହାତୀପଲ ରହୁଛନ୍ତି। ସେମାନେ ଏହି କରିଡର ଦେଇ ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ଯିବାଆସିବା କରନ୍ତି। ଏପରି ରାସ୍ତା ଦେଇ ଗଲେ ଜୀବନ ହାନିର ଆଶଙ୍କା ରହିଛି ବୋଲି ଆଲୋଚନା ହେଉଛି। ଏ ସମ୍ପର୍କରେ ଜାତୀୟ ରାଜପଥ ପିଡି ନାଗେଶ୍ୱର ରାଓ କହିଛନ୍ତି ଯେ, ସମ୍ବଲପୁର-ତିଲେଇବଣି ରାସ୍ତାରେ ମୋଟ ୨ ଗୋଟି ଅଣ୍ଡରପାସ୍‌ ହେବାର ଯୋଜନା ରହିଛି। ଗୋଟିଏ କାମ ବାକି ରହିଛି। ପଡିଆବାହାଲ ନିକଟରେ ହାତୀ ଚଲାପଥ ପାଇଁ ଅଣ୍ଡରପାସ୍‌ କରାଯାଉ ନାହିଁ ବୋଲି କହିଥିଲେ। ଏସିଏଫ ତେଜରାଜ ନାଏକ କହିଛନ୍ତି ଯେ, ସମ୍ବଲପୁର ବନଖଣ୍ଡ ଅଧୀନରେ ଗୌଡପାଲି ବ୍ରିଜ ପୂର୍ବରୁ ଗୋଟିଏ ଅଣ୍ଡରପାସ୍‌ ନିର୍ମାଣ ହେବାକୁ ଯୋଜନା ରହିଛି। ଅନ୍ୟ ସ୍ଥାନରେ ଘରୋଇ ଜମି ଥିବାରୁ ଅଣ୍ଡରପାସ୍‌ ହୋଇପାରିଲା ନାହିଁ। ହେଲେ ରାସ୍ତା ଉପରେ ବନ ବିଭାଗ ହାତୀ ଚଲାପଥ ନେଇ ସୂଚନା ବୋର୍ଡ ଲଗାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା-ପଲ୍ଲିଶ୍ରୀ ମେଳା ସଂଯୋଗ ପ୍ରଶଂସନୀୟ

ଢେଙ୍କାନାଳ ଅଫିସ, ୧୫।୧୦: ଢେଙ୍କାନାଳ ମହିଷାପାଟ ପଡ଼ିଆରେ ଚାଲିଥିବା ପଲ୍ଲିଶ୍ରୀ ମେଳାର ଶୁକ୍ରବାର ଥିଲା ୫ମ ସନ୍ଧ୍ୟା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ତରାଞ୍ଚଳ ରାଜସ୍ବ...

ଅପରାଧ ସମ୍ପର୍କରେ ସୂଚନା ଦେଲେ ମିଳିବ ପୁରସ୍କାର

ଭୁବନେଶ୍ୱର,୧୪।୩(ବ୍ୟୁରୋ): ରାଜ୍ୟରେ ଥିବା ହାର୍ଡକୋର ଅପରାଧୀ ମାନଙ୍କୁ ସାବାଡ କରିବାକୁ ଏସ୍‌ଟିଏଫ୍‌ ଆରମ୍ଭ କରିଛି ଭିନ୍ନ ପ୍ରୟାସ। ଏଥର ଏସ୍‌ଟିଏଫ୍‌କୁ ଅପରାଧୀ ଏବଂ ଅପରାଧ ସମ୍ପର୍କରେ...

ବେପରୁଆ ଚାଳନା: କାର ଧକ୍କାରେ ୪ଗୁରୁତର

ପୁରୁଣାକଟକ, ୧୫।୫(ଡି.ଏନ.ଏ.)- ବୌଦ୍ଧ ଜିଲା ୫୭ନଂ. ଜାତୀୟ ରାଜପଥର ପୁରୁଣାକଟକ ହାଇସ୍କୁଲ ନିକଟରେ ମଙ୍ଗଳବାର ରାତିରେ  ଏକ କାର ଧକ୍କାରେ ୪ଜଣ ଗୁରୁତର ଆହତ ହୋଇଛନ୍ତି।...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ଶୁକ୍ରବାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଅନେକ ପ୍ରଶଂସକ ତାଙ୍କୁ ଶୁଭେଚ୍ଛୀ ଜଣାଇଛନ୍ତି।...

ଚାକିରି: ନାହିଁ କିନ୍ତୁ ଅଛି

ଭୁବନେଶ୍ୱର,୧।୮(ବ୍ୟୁରୋ): କରୋନା ମୁକାବିଲା ପାଇଁ ସରକାର ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ଯେଉଁସବୁ ପଦକ୍ଷେପ ନେଇଛନ୍ତି ତା’ର ପ୍ରଭାବ ରାଜ୍ୟ ଅର୍ଥ ବ୍ୟବସ୍ଥା ଉପରେ ପଡ଼ିଛି। ଚଳିତ...

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ : ରେଜଲ୍ଟ ଖରାପ ହୋଇଥିବା ସ୍କୁଲ ଶିକ୍ଷକଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ : ପ୍ରଦୀପ ମହାପାତ୍ର

କଟକ ଅଫିସ,୨୧।୫: ଚଳିତବର୍ଷର ମାଟ୍ରିକ ରେଜଲ୍ଟ କଟକ ବୋର୍ଡ କାର୍ଯ୍ୟାଳୟରେ ମଙ୍ଗଳବାର ସକାଳ ୯ଟାରେ ପ୍ରକାଶ ପାଇଛି। ରେଜଲ୍ଟ ପ୍ରକାଶ ପାଇବା ପରେ ଗଣଶିକ୍ଷା ବିଭାଗ...

ଅସୁରକ୍ଷିତ ବୌଦ୍ଧ ହୀରକ ତ୍ରିଭୁଜ

ଚଣ୍ଡିଖୋଲ,୧ା୧୦(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ବୌଦ୍ଧ ପୀଠ ହୀରକ ତ୍ରିଭୁଜ ନାମରେ ଖ୍ୟାତ ଉଦୟଗିରି, ଲଳିତଗିରି ଓ ରତ୍ନଗିରି ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛି। ଏହି ବୌଦ୍ଧ...

ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ପରଲୋକ

ରାୟଗଡ଼ା ଅଫିସ,୧୭ା୧: ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ପରଲୋକ ଘଟିଛି। ରବିବାର ବିଳମ୍ବିତ ରାତିରେ ରାୟଗଡ଼ା ଜିଲା ଗୁଣୁପୁର ସେବାସମାଜ ପରିସରରେ ୮୮ ବର୍ଷ ବୟସରେ ସେ...

Advertisement
Archives

Model This Week