ଦୈନିକ ସଂକ୍ରମଣ ଲକ୍ଷେ ଛୁଇଁବ

ନୂଆଦିଲ୍ଲୀ, ୧୮।୭: ଭାରତରେ ଅଗଷ୍ଟ ଶେଷ ବେଳକୁ କୋଭିଡ୍‌ ସଂକ୍ରମଣର ତୃତୀୟ ଲହର ଦେଖାଦେବ। ସେହି ସମୟରେ ଦୈନିକ ସଂକ୍ରମଣ ୧ ଲକ୍ଷ ଛୁଇଁବା ସମ୍ଭାବନା ରହିଛି ବୋଲି ଇଣ୍ଡିଆନ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ବରିଷ୍ଠ ବୈଜ୍ଞାନିକ ସୂଚନା ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଯଦି ଭୂତାଣୁର ଅଧିକ ସଂକ୍ରାମକ ନୂଆ ରୂପ ସୃଷ୍ଟି ନ ହୁଏ ତେବେ ପ୍ରଥମ ଲହର ଭଳି ସ୍ଥିତି ରହିବ ବୋଲି ଆଇସିଏମ୍‌ଆର୍‌ରେ ମହାମାରୀ ଓ ସଂକ୍ରାମକ ରୋଗ ବିଭାଗ ମୁଖ୍ୟ ଥିବା ପ୍ରଫେସର ସମିରନ୍‌ ପଣ୍ଡା କହିଛନ୍ତି। ଯଦି ଭୂତାଣୁ ନୂଆ ରୂପ ନିଏ, ତେବେ ସ୍ଥିତି ଖରାପ ହୋଇପାରେ ବୋଲି ସେ ସତର୍କ କରାଇଛନ୍ତି। ଟିକାକରଣ ହାର କମ୍‌ ରହିବା ସହ କଟକଣା କୋହଳ କରାଗଲେ ସଂକ୍ରମଣ ବଢ଼ିବା ନେଇ ଆଇସିଏମ୍‌ଆର୍‌ ଏବଂ ଇମ୍ପେରିଆଲ କଲେଜ ଲଣ୍ଡନର ଗାଣିତିକ ମଡେଲ୍‌ରୁ ସୂଚନା ମିଳୁଛି। ତେବେ ଏହା ଦ୍ୱିତୀୟ ଲହର ଭଳି ଗୁରୁତର ହେବନାହିଁ ବୋଲି ଡ. ପଣ୍ଡା କହିଛନ୍ତି।
ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଶନିବାର ୩୮,୦୭୯କୁ ହ୍ରାସ ପାଇଛି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୧୦,୬୪,୯୦୮ରେ ପହଞ୍ଚତ୍ଛି। ସେହିପରି ଗତ ୨୪ ଘଣ୍ଟାରେ ୫୬୦ ଜଣଙ୍କ ମୃତ୍ୟୁ ଘଟିଛି।

 

ବିଶ୍ୱରେ ୧୮୮.୯ ନିୟୁତ ମାମଲା

 

ସାରା ବିଶ୍ୱରେ କୋଭିଡ୍‌-୧୯ ମାମଲା ସଂଖ୍ୟା ୧୮୮.୯ ନିୟୁତ ଅତିକ୍ରମ କରିଛି। ମୃତ୍ୟୁସଂଖ୍ୟା ୪୦.୭ ଲକ୍ଷ ଟପିଥିବାବେଳେ ବର୍ତ୍ତମାନ ସୁଦ୍ଧା ୩୫୬ କୋଟିରୁ ଊର୍ଦ୍ଧ୍ୱ ଟିକା ଦିଆଗଲାଣି। ଆମେରିକାରେ ସଂକ୍ରମଣ ସର୍ବାଧିକ ରହିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୩୩,୪୦,୫୧,୦୨୩ ହୋଇଥିବାବେଳେ ୬,୦୮,୮୦୯ ଜଣଙ୍କ ମୃତ୍ୟୁ ଘଟିଛି। ସେଠାରେ ଟିକା ନେଇ ନ ଥିବା ଲୋକଙ୍କ ମଧ୍ୟରେ ସଂକ୍ରମଣ ପୁଣିଥରେ ବଢ଼ିବାରେ ଲାଗିଛି। ସେହିପରି ବ୍ରିଟେନରେ ମଧ୍ୟ ଦୈନିକ ସଂକ୍ରମଣ ୫୦ ହଜାର ଅତିକ୍ରମ କରିଛି। ୩,୧୦,୨୬,୮୨୯ ସଂକ୍ରମଣ ସହ ଭାରତ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଏହା ପଛକୁ ବ୍ରାଜିଲ, ଫ୍ରାନ୍ସ, ରୁଷିଆ, ତୁର୍କୀ ଓ ବ୍ରିଟେନ ରହିଛି। ଅନ୍ୟପକ୍ଷରେ ମୃତ୍ୟୁସଂଖ୍ୟାରେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ଅଛି। ସେଠାରେ ୫,୪୦,୩୯୮ ଜଣଙ୍କର କୋଭିଡ୍‌ରେ ମୃତ୍ୟୁ ହେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଇସାରାରେ ଜମ୍ମୁ-କଶ୍ମୀରରେ ଚାଲିଛି ଆତଙ୍କବାଦୀ କାର୍ଯ୍ୟ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୮।୮: ପାକିସ୍ତାନ ଇସାରାରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟ ବୃଦ୍ଧି ହେଉଛି ବୋଲି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଟୁଇଟ୍‌ କରି ଜଣାଇଛନ୍ତି। ପୂର୍ବରୁ ରାହୁଲ ଅଭିଯୋଗ...

ବଢିବ ଚିନି ଦର

ନୂଆଦିଲ୍ଲୀ,୨୪।୮: ସାତ ବର୍ଷରେ ପ୍ରଥମ ଥର ପାଇଁ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ଭାରତ ସରକାର। ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ଚିନି ଋତୁରେ...

ଚଳନ୍ତା ଟ୍ରେନ୍‌ର ଟଏଲେଟ୍‌ ସାମ୍ନାରେ ବିବାହିତା ମହିଳାଙ୍କ ମୁଣ୍ଡରେ ସିନ୍ଦୁର ଦେଲେ ଯୁବକ, କାରଣ ଜାଣିଲେ…

ପାଟଣା,୧୧ା୬: ବିହାରର ସୁଲତାନଗଞ୍ଜରୁ ଏମିତି ଏକ ବିବାହ ଖବର ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ସତ ଘଟଣା। ଜଣେ ବିବାହିତା ମହିଳା...

ନିଜର ଶ୍ରାଦ୍ଧକର୍ମ ସମୟରେ ଘରକୁ ଫେରିଲେ ବ୍ୟକ୍ତି: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ପାଟନା,୧୨।୯: ବିହାର ମୁଜାଫରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିବା ମନେକରି ପରିବାର ସଦସ୍ୟ ଶ୍ରାଦ୍ଧକର୍ମ କରୁଥିଲେ। ତେବେ...

ଗୋଟିଏ ଦିନ ପାଇଁ ସିବିଆଇ-ଇଡିକୁ ମୋତେ ଦିଅ, ଅଧା ଭାଜପା ନେତା ଜେଲ୍‌କୁ ଯିବେ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୫।୧୧: ଦିଲ୍ଲୀ ଏମସିଡି ନିର୍ବାଚନକୁ ନେଇ ଭାଜପା ଏବଂ ଆମ୍‌ ଆଦମୀ ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଛି। ଏହି କ୍ରମରେ ଶୁକ୍ରବାର ଆମ ଆଦ୍‌ମୀ ପାର୍ଟି ସୁପ୍ରିମୋ...

କମୁନି ମୃତ୍ୟୁସଂଖ୍ୟା: ରାଜ୍ୟରେ ପୁଣି କରୋନା ନେଲା ୩୪ ଜୀବନ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାଜନିତ ୩୪ଜଣଙ୍କ...

ରାଜ୍ୟରେ ୬ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର,୮।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଥିବା ବେଳେ ମଙ୍ଗଳବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୫,୮୯୬ ଜଣ କରୋନା...

ହୋମ ଗାର୍ଡଙ୍କ ଭତ୍ତା ବୃଦ୍ଧି କଲେ ଉତ୍ତରାଖଣ୍ଡ ସରକାର

ଡେରାଡୁନ,୬।୧୨: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ ରାଜ୍ୟରେ କାର୍ଯ୍ୟରତ ହୋମ ଗାର୍ଡଙ୍କ ଭତ୍ତା ବୃଦ୍ଧି କରିବାକୁ ଶୁକ୍ରବାର ଘୋଷଣା କରିଛନ୍ତି। ୟୁନିଫର୍ମ ସଫା କରିବାକୁ...

Advertisement
Archives

Model This Week