Posted inଜାତୀୟ

ନ୍ୟାୟପାଳିକା ଉପରେ ଦେଶବାସୀଙ୍କ ଭରସା

ନୂଆଦିଲ୍ଲୀ, ୧୮।୭: ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ଭାରତର ବିଚାର ବ୍ୟବସ୍ଥା ଉପରେ ଦେଶବାସୀଙ୍କ ଭରସା ରହିଛି। ସେମାନେ କୋର୍ଟରୁ ନ୍ୟାୟ ପାଇବା ନେଇ ଦୃଢ଼ ନିଶ୍ଚିତ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମାନା ଶନିବାର କହିଛନ୍ତି। ଯେତେବେଳେ ଦେଶରେ କିଛି ଭୁଲ୍‌ କାର୍ଯ୍ୟ ହୁଏ, ସେତେବେଳେ ସର୍ବବୃହତ୍‌ ଗଣତନ୍ତ୍ରର ଅଭିଭାବକ ଭାବେ ସୁପ୍ରିମକେର୍ଟ ଜନସାଧାରଣଙ୍କ ପାଖରେ ଛିଡ଼ାହେବ ବୋଲି ସେମାନଙ୍କର ବିଶ୍ୱାସ ରହିଥିବା ଜଷ୍ଟିସ ରମାନା କହିଛନ୍ତି। ଭାରତ-ସିଙ୍ଗାପୁର ମଧ୍ୟସ୍ଥତା ସମିଟ୍‌ରେ ଉଦ୍‌ବୋଧନ ଦେଇ ସିଜେଆଇ କହିଥିଲେ, ଭାରତ ବହୁ ଧର୍ମ, ଭାଷା, ସଂସ୍କୃତିର ଦେଶ ଯେଉଁଠି ବିବିଧତା ମଧ୍ୟରେ ଏକତା ରହିଛି। ଭାରତରେ ଆଇନର ଶାସନ ଚାଲେ ଏବଂ ନ୍ୟାୟପାଳିକା ଉପରେ ସମସ୍ତଙ୍କର ପୂରା ଭରସା ରହିଥିବା ସିଜେଆଇ କହିଥିଲେ।
ଦେଶର ବିଭିନ୍ନ ଅଦାଲତରେ ୪.୫ କୋଟି ମାମଲା ବିଚାର ଅପେକ୍ଷାରେ ରହିଥିବା ଖବର ଅତିରଞ୍ଜିତ। ତେବେ ବିଚାର ପ୍ରକ୍ରିୟାରେ ବିଳମ୍ବର ଅନ୍ୟତମ କାରଣ ବିଳାସପୂର୍ଣ୍ଣ ମାମଲା ବୋଲି ଜଷ୍ଟିସ୍‌ ରମାନା କହିଥିଲେ। ରାଜନୈତିକ, ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ଏବଂ ଧର୍ମୀୟ ଆଦି ବିଭିନ୍ନ କାରଣରୁ ସମାଜରେ ବିବାଦ ଦେଖାଦେଇଥାଏ, ଯାହାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ତେବେ ବିବାଦର ସମାଧାନ ପାଇଁ ଏକ ବ୍ୟବସ୍ଥାର ବିକାଶ କରାଯିବା ଆବଶ୍ୟକ। ସଅଳ ମଧ୍ୟସ୍ଥତା ଉଦ୍ୟମ ବିବାଦ ସମାଧାନର ଏକ ଭଲ ମାଧ୍ୟମ ବୋଲି ମହାଭାରତର ଉଦାହରଣ ଦେଇ ସିଜେଆଇ କହିଥିଲେ। ବ୍ରିଟିଶ ଶାସନ ପୂର୍ବରୁ ଭାରତୀୟ ଲୋକାଚାରରେ ମଧ୍ୟସ୍ଥତା ଗଭୀର ଭାବରେ ଜଡ଼ିତ ତଥା ବହୁ ପ୍ରଚଳିତ ଥିଲା। ବିବାଦ ସମାଧାନ ଦିଗରେ ବିଭିନ୍ନ ପ୍ରକାର ମଧ୍ୟସ୍ଥତା ଚଳି ଆସୁଥିଲା। ଅଧିକାଂଶ ଏସୀୟ ଦେଶରେ ଏଭଳି ଆପୋସ ସମାଧାନ ପରମ୍ପରା ଦୀର୍ଘଦିନ ଧରି ଚାଲିଥିବା ସିଜେଆଇ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର: ପୁଣି ଆସୁଛି ପବ୍‌ଜୀ

ନୂଆଦିଲ୍ଲୀ,୭।୫: ଭାରତରେ ପବ୍‌ଜୀ ଗେମ୍‌ ବହୁ ଲୋକପ୍ରିୟ। ମାତ୍ର ସୁରକ୍ଷା ଦୃଷ୍ଟିରୁ ଏହାକୁ ଗତବର୍ଷ ବ୍ୟାନ୍‌ କରାଯାଇଥିଲା। ଫଳରେ ଏହାର ପ୍ରଶଂସକମାନେ ନିରାଶ ହୋଇଥିଲେ। ବର୍ତ୍ତମାନ...

ଏସ୍‌ସିଓ ବୈଠକରେ ସାମିଲ ହେବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବ ଭାରତ

ନୂଆଦିଲ୍ଲୀ,୨୬।୧: ଚଳିତ ବର୍ଷ ମେ’ରେ ହେବାକୁ ଥିବା ସାଂଘାଇ କୋପରେଶନ ଅର୍ଗାନାଇଜେଶନ(ଏସ୍‌ସିଓ)ରେ ସାମିଲ ହେବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ନିମନ୍ତ୍ରଣ କରିବ ଭାରତ। ଦିନକ...

ଛାତ ଉପରେ ୪୦ ପ୍ରକାର ଆମ୍ବ କିସମ ଚାଷ କରି କୃଷି ବିଭାଗର ଦୃଷ୍ଟି ଆକର୍ଷଣ କଲେ ଜୋସେଫ୍‌

କୋଚି,୧୯।୫: ନିଜ ଛାତ ଉପରେ ୪୦ ପ୍ରକାରର ଆମ୍ବ ଗଛ ଲଗାଇ ଏବେ କୃଷି ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି କୋଚି ବାସିନ୍ଦା ଜୋସେଫ୍‌। ୨ଶହ...

‘ଆମକୁ ପଦ ଓ ଟଙ୍କାର ଲାଳସା ଦିଆଯାଉଛି’ ଟିଆରଏସ୍ ବିଧାୟକଙ୍କ ସୂଚନା ପରେ ତେଲେଙ୍ଗାନା ପୋଲିସର ରେଡ, ଜବତ ହେଲା ୧୫ କୋଟି ଟଙ୍କା

ହାଇଦ୍ରାବାଦ,୨୭ ।୧୦: ତେଲେଙ୍ଗାନାର ସାଇବରାବାଦ ପୋଲିସ ଟିଆରଏସର ୪ ବିଧାୟକଙ୍କୁ କିଣାବିକା କରାଯାଉଥିବା ଦାବି କରିଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ...

ଭାଜପାରେ ମିଶିଲେ ମଣିପୁରର ୫ ଜେଡିୟୁ ବିଧାୟକ

ଗୁଆହାଟୀ,୩ା୯: ବିହାରରେ ଭାଜପା ହାତଛାଡ଼ି ନୀତୀଶ କୁମାର ଆର୍‌ଜେଡି ଓ କଂଗ୍ରେସ ସହ ମିଶି ମହାଗଠବନ୍ଧନ ସରକାର ଗଢ଼ିଥିବାବେଳେ ମଣିପୁରରେ ତାଙ୍କ ଦଳକୁ ଶକ୍ତ ଝଟ୍‌କା...

ହୋଟେଲରେ ଯୋଗ କଲେ କର୍ନାଟକ ଭାଜପା ବିଧାୟକ

ବେଙ୍ଗାଲୁରୁ,୨୧।୭: କର୍ନାଟକର କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାରରେ ସଙ୍କଟ ଦେଖା ଦେଇଥିବା ବେଳେ ସୋମବାର ବିଧାନସଭାରେ ଅସ୍ଥା ଭୋଟର ଯୋଜନା ରହିଛି। ହେଲେ ଇତି...

ସିରମ୍‌ ଇନଷ୍ଟିଚ୍ୟୁଟ୍‌ ସିଇଓଙ୍କୁ ‘ଏସିଆନ୍‌ ଅଫ୍‌ ଦି ଇୟର’ ସମ୍ମାନ

ନୂଆଦିଲ୍ଲୀ,୫।୧୨: ସିରମ୍‌ ଇନଷ୍ଟିଚ୍ୟୁଟ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଆଦର ପୁନାଓ୍ବାଲାଙ୍କୁ ‘ଏସିଆନ୍‌ ଅଫ୍‌ ଦି ଇୟର’ ସମ୍ମାନ ପାଇଁ ମନୋନୀତ କରାଯାଇଛି। ସିଙ୍ଗାପୁରର ଦୈନିକ ଖବର...

ପିପିଇ କିଟ୍‌ ପିନ୍ଧି ଆସିଲେ ଚୋର, ଆଉ ତା’ପରେ

ମୁମ୍ବାଇ,୮।୭: ଦେଶରେ କରୋନା ଲଢେଇ ଜାରି ରହିଛି। କରୋନା ଯୋଦ୍ଧା କୁହାଯାଉଥିବା ଡାକ୍ତରମାନେ କରୋନା ଜୀବାଣୁ ବିରୁଦ୍ଧରେ ଲଢିବା ପାଇଁ ପିପିଇ କିଟ ବ୍ୟବହାର କରୁଛନ୍ତି।...

Advertisement
Archives

Model This Week