ଖରା, ପବନରେ ମିଳାଇଯିବ ପ୍ଲାଷ୍ଟିକ୍‌

ବେଜିଂ, ୧୮ା୭: ପରିବେଶ ପ୍ରଦୂଷଣର ପ୍ରମୁଖ କାରଣ ପାଲଟିଛି ପ୍ଲାଷ୍ଟିକ୍‌ ସାମଗ୍ରୀର ବହୁଳ ବ୍ୟବହାର। ନଷ୍ଟ ହେବା ପାଇଁ ଶହ ଶହ ବର୍ଷ ଲାଗିଯାଉଥିବାରୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ସମଗ୍ର ଜୀବଜଗତକୁ ବିପଦମୁହଁକୁ ଠେଲି ଦେଇଛି। ଏହା ଭିତରେ ପ୍ଲାଷ୍ଟିକ୍‌ ଓ୍ବେଷ୍ଟେଜ୍‌ ବିରୋଧୀ ଲଢ଼େଇକୁ ଦମ୍ଭ ଦେଇଛି ବୈଜ୍ଞାନିକଙ୍କ ନୂଆ ଉଦ୍ଭାବନ। ଚାଇନା ଗବେଷକମାନେ ପରିବେଶ ଅନୁକୂଳ ପ୍ଲାଷ୍ଟିକ୍‌ ମ୍ୟାଟେରିଆଲ ବିକାଶ କରିଛନ୍ତି, ଯାହା କି ସୂର୍ଯ୍ୟାଲୋକ ଏପରି କି ପବନରେ ମଧ୍ୟ ନଷ୍ଟ ହୋଇପାରିବ। ଭୂପୃଷ୍ଠରେ ପ୍ଲାଷ୍ଟିକ୍‌ ଆବର୍ଜନା କମାଇବାରେ ବୈଜ୍ଞାନିକଙ୍କ ଏହି ନୂଆ ଉଦ୍ଭାବନ ପରିବେଶ ସୁରକ୍ଷା ଦିଗରେ ବଡ଼ ଭୂମିକା ନିଭାଇବ ବୋଲି ଆଶା ଉଜ୍ଜ୍ୱଳ ହୋଇଛି।
ପ୍ଲାଷ୍ଟିକ ବିପଦରୁ ମୁକୁଳିବାକୁ ଦିଗ ମିଳିଛି। ପୃଥିବୀ ଉପରେ ପ୍ଲାଷ୍ଟିକ୍‌ ବର୍ଜ୍ୟର ପ୍ରଭାବ କମ୍‌ କରିବାକୁ ଚାଇନାର ହୁଆଜୋଙ୍ଗ୍‌ ୟୁନିଭର୍ସିଟି ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ବୈଜ୍ଞାନିକମାନେ ରାସ୍ତା ଖୋଜି ପାଇଛନ୍ତି। ଏଭଳି ଏକ ମ୍ୟାଟେରିଆଲ ବିକଶିତ ହୋଇଛି, ଯେଉଁଥିରୁ ତିଆରି ହେଉଥିବା ପ୍ଲାଷ୍ଟିକ୍‌ ସାମଗ୍ରୀ ବ୍ୟବହାର ପରେ ଫିଙ୍ଗିବା ଫଳରେ ତାହା ସପ୍ତାହେ ମଧ୍ୟରେ ସୂର୍ଯ୍ୟାଲୋକ ଓ ଅମ୍ଳଜାନ ସଂସ୍ପର୍ଶରେ ଆସି ବାଷ୍ପୀଭୂତ ବା ମିଳେଇ ଯାଇପାରିବ। ଉନ୍ନତ କେମିକାଲ ସେନ୍‌ସର ଉପରେ ଗବେଷଣାବେଳେ ଗବେଷକମାନେ ଏକ ପଲିମର(ଏକାଧିକ ମନୋମରରୁ ଗଠିତ) ଫିଲ୍କ ପ୍ରସ୍ତୁତ କରିଛନ୍ତି, ଯାହାକି ପିଏଚ୍‌ ସ୍ତର ଅନୁସାରେ ନିଜର ରଙ୍ଗ ପରିବର୍ତ୍ତନ କରିପାରିବ। ଏହି ପଦାର୍ଥର ସ୍ବତନ୍ତ୍ର ଆଣବିକ ଗଠନ ତଥା ମନୋମର (ଏକ ପ୍ରକାର କ୍ଷୁଦ୍ର ଅଣୁ) ମଧ୍ୟରେ ଥିବା ରସାୟନିକ ଶୃଙ୍ଖଳ ଯୋଗୁ ଲାଲ୍‌ ରଙ୍ଗର ପଲିମର ଫିଲ୍ମ ଖରା ସଂସ୍ପର୍ଶରେ ଆସିବା ପରେ ଏହା ମଧ୍ୟରେ ଥିବା ମଲିକ୍ୟୁଲାର ବଣ୍ଡ୍‌ ଭାଙ୍ଗିଯିବ ଏବଂ ତାହା ଧୀରେ ଧୀରେ ମିଳେଇବାକୁ ଲାଗିବ। ଖରା ଓ ଅମ୍ଳଜାନ ସଂସ୍ପର୍ଶରେ ରହିବା ପରେ ସପ୍ତାହେ ମଧ୍ୟରେ ତାହା ନଷ୍ଟ ହୋଇଯିବ ଏବଂ ଏହାଦ୍ୱାରା ପରିବେଶ ଉପରେ କୌଣସି କୁପ୍ରଭାବ ପଡ଼ିବ ନାହିଁ ବୋଲି ଏହି ଗବେଷକ ଟିମ୍‌ ଦାବି କରିଛି। ସାଧାରଣତଃ ପ୍ଲାଷ୍ଟିକ୍‌ ମଧ୍ୟରେ ଥିବା ବଣ୍ଡ୍‌କୁ ଭାଙ୍ଗିବା ସହଜ ହୋଇ ନ ଥାଏ। ଏ ସବୁ ପ୍ରକ୍ରିୟାରେ ସକିନିକ୍‌ ଏସିଡ୍‌ ନିର୍ଗତ ହେବ ବୋଲି ଜଣାପଡ଼ିଛି। ଏହି ଉତ୍ପାଦକୁ ଫାର୍ମାସ୍ୟୁଟିକାଲ କିମ୍ବା ଖାଦ୍ୟ ପ୍ରସ୍ତୁତି ବ୍ୟବସାୟରେ ପୁନଃ ବ୍ୟବହାର କରାଯାଇପାରିବ।
ଅନ୍ୟପକ୍ଷରେ ସ୍ବତନ୍ତ୍ର ମଲିକ୍ୟୁଲାର ଷ୍ଟ୍ରକଚର ବା ଆଣବିକ ଗଠନ ଯୋଗୁ ଛାଇ ଜାଗାରେ ରଖାଯିବାକୁ ଥିବାରୁ ଏହା ସୋଡା ବୋତଲ ବା ଶପିଂ ବ୍ୟାଗ୍‌ ନିର୍ମାଣରେ ପ୍ରଯୁଜ୍ୟ ହୋଇ ନ ପାରେ। ତେବେ ବୈଦ୍ୟୁତିକ ଉପକରଣ, ସ୍ମାର୍ଟଫୋନ୍‌ର ବିଭିନ୍ନ ଅଂଶ ନିର୍ମାଣରେ ଏହା ଲାଗିପାରିବ। ବର୍ଷ ବର୍ଷ ଧରି ତାହାକୁ ବ୍ୟବହାର କରିହେବ ବୋଲି ଗବେଷକମାନେ ଦାବି କରିଛନ୍ତି। ଏ ଦିଗରେ ଅଧିକ ଗବେଷଣା ଜାରି ରହିଛି। ଏହି ମ୍ୟାଟେରିଆଲର ବ୍ୟବସାୟୀକରଣ କରି ଦୈନନ୍ଦିନ ଜୀବନରେ ବ୍ୟବହାର କରିବା ପାଇଁ ଆଉ କିଛି ବର୍ଷ ସମୟ ଲାଗିପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ପାଇଁ ମାସେ ଘୁଞ୍ଚତ୍ଲା ଓସ୍କାର

କୋଭିଡ୍‌ ମହାମାରୀ କାରଣରୁ ଓସ୍କାର ଫିଲ୍ମୋତ୍ସବ-୨୦୨୨କୁ ଗୋଟିଏ ମାସ ଘୁଞ୍ଚାଇ ଦିଆଯାଇଛି। ଏକାଡେମୀ ଅଫ୍‌ ମୋଶନ ପ୍ରିକ୍‌ଚର ଆଟର୍‌ସ ଆଣ୍ଡ୍‌ ସାଇନ୍ସ (ଏଏମ୍‌ପିଏଏସ୍‌) ଏହି ନିଷ୍ପତ୍ତି...

ଜଣାପଡ଼ିବ ମହାଭାରତ ଯୁଦ୍ଧର ସତ୍ୟାସତ୍ୟ: ମିଳିଲା ୩୮୦୦ ବର୍ଷ ତଳର ଅନ୍ତିମ ସଂସ୍କାର ଗୁପ୍ତ ଗୃହ

ନୂଆଦିଲ୍ଲୀ, ୨୮।୧: ଏବେ ମହାଭାରତ ଯୁଦ୍ଧର ସତ୍ୟାସତ୍ୟ ଏବେ ଜଣାପଡ଼ିବ ବୋଲି କୁହାଯାଉଛି। ଉତ୍ତରପ୍ରଦେଶ ବାଗପତ୍‌ ଅଞ୍ଚଳରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କରାଯାଉଥିବା ଖନନ ସମୟରେ...

୧୧୯ ବର୍ଷରେ ପ୍ରାଣ ହରାଇଲେ ବିଶ୍ୱର ସବୁଠାରୁ ବୟସ୍କା

ଟୋକିଓ,୨୫।୪: ବିଶ୍ୱର ସବୁଠାରୁ ବୟସ୍କା ମହିଳା କାନେ ତାନାକା ୧୧୯ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। ୧୯୦୩ ଜାନୁୟାରୀ ୨ରେ ଜାପାନର ଦକ୍ଷିଣ-ପଶ୍ଚିମ ଫୁକୁଓକା ଅଞ୍ଚଳରେ...

ଫେସ୍‌ବୁକ୍‌, ଟୁଇଟର ପରେ ଇନ୍‌ଷ୍ଟାଗ୍ରାମରେ ପ୍ରତିବନ୍ଧକ ଲଗାଇଲା ରୁଷିଆ

ମସ୍କୋ,୧୨।୩: ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଲଗାତର ଭାବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ କଡ଼ା ପ୍ରତିବନ୍ଧକ ଲଗାଉଛି। ଇତିମଧ୍ୟରେ ଫେସ୍‌ବୁକ୍‌...

ଭିଡିଓ ସେଲ୍‌ଫି ମାପିବ ରକ୍ତଚାପ

ଟରଣ୍ଟୋ: ରକ୍ତଚାପ ସମସ୍ୟା ରହିଥିଲେ ଆଉ ଚିନ୍ତା କରନ୍ତୁନାହିଁ। ଗବେଷକମାନେ ଏବେ ଟ୍ରାନ୍ସଡର୍ମାଲ ଅପ୍ଟିକାଲ ଇମେଜିଂ ଟେକ୍‌ନୋଲୋଜି ଉପରେ ପରୀକ୍ଷା କରି ସଫଳତା ପାଇଛନ୍ତି। ଏଥିରେ...

ଚନ୍ଦ୍ରକୁ ଶୁଷ୍କ ଭାବିବା ଭୁଲ୍‌

ଟୋକିଓ, ୧୩ା୬: ଚନ୍ଦ୍ର ଶୁଷ୍କ ବୋଲି ଆମେ ଭାବିଥାଉ। ବହୁ ଜ୍ୟୋତିର୍ବିଦ ଭାବନ୍ତି, ଆମର ଏକମାତ୍ର ଉପଗ୍ରହ ଅଙ୍ଗାରକ ଭଳି ଅସ୍ଥିର ତତ୍ତ୍ୱ ରହିତ, ଯାହା...

ପକ୍ଷୀଙ୍କ ପାଇଁ ଫ୍ଲାଟ୍‌

ଗାଜିଆବାଦରେ ପ୍ରଥମଥର ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଫ୍ଲାଟ୍‌ ନିର୍ମାଣ କରାଯାଇଛି। ଗାଜିଆବାଦ ବିକାଶ ପ୍ରାଧିକରଣ ଲୁପ୍ତ ହୋଇଯାଉଥିବା ପକ୍ଷୀଙ୍କ ପ୍ରଜାତି ବଞ୍ଚାଇ ରଖିବା ପାଇଁ ଏପରି...

ସେଣ୍ଟ୍ରାଲ୍‌ ଏକ୍ସାଇଜ ଡେ’

୧୯୪୪ ଫେବୃୟାରୀ ୨୪ରେ ଲାଗୁ ହୋଇଥିବା ସେଣ୍ଟ୍ରାଲ ଏକ୍ସାଇଜ୍‌ ବା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ଲୁଣ ଆଇନକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଫେବୃୟାରୀ ୨୪କୁ...

Advertisement
Archives

Model This Week