ଖରା, ପବନରେ ମିଳାଇଯିବ ପ୍ଲାଷ୍ଟିକ୍‌

ବେଜିଂ, ୧୮ା୭: ପରିବେଶ ପ୍ରଦୂଷଣର ପ୍ରମୁଖ କାରଣ ପାଲଟିଛି ପ୍ଲାଷ୍ଟିକ୍‌ ସାମଗ୍ରୀର ବହୁଳ ବ୍ୟବହାର। ନଷ୍ଟ ହେବା ପାଇଁ ଶହ ଶହ ବର୍ଷ ଲାଗିଯାଉଥିବାରୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ସମଗ୍ର ଜୀବଜଗତକୁ ବିପଦମୁହଁକୁ ଠେଲି ଦେଇଛି। ଏହା ଭିତରେ ପ୍ଲାଷ୍ଟିକ୍‌ ଓ୍ବେଷ୍ଟେଜ୍‌ ବିରୋଧୀ ଲଢ଼େଇକୁ ଦମ୍ଭ ଦେଇଛି ବୈଜ୍ଞାନିକଙ୍କ ନୂଆ ଉଦ୍ଭାବନ। ଚାଇନା ଗବେଷକମାନେ ପରିବେଶ ଅନୁକୂଳ ପ୍ଲାଷ୍ଟିକ୍‌ ମ୍ୟାଟେରିଆଲ ବିକାଶ କରିଛନ୍ତି, ଯାହା କି ସୂର୍ଯ୍ୟାଲୋକ ଏପରି କି ପବନରେ ମଧ୍ୟ ନଷ୍ଟ ହୋଇପାରିବ। ଭୂପୃଷ୍ଠରେ ପ୍ଲାଷ୍ଟିକ୍‌ ଆବର୍ଜନା କମାଇବାରେ ବୈଜ୍ଞାନିକଙ୍କ ଏହି ନୂଆ ଉଦ୍ଭାବନ ପରିବେଶ ସୁରକ୍ଷା ଦିଗରେ ବଡ଼ ଭୂମିକା ନିଭାଇବ ବୋଲି ଆଶା ଉଜ୍ଜ୍ୱଳ ହୋଇଛି।
ପ୍ଲାଷ୍ଟିକ ବିପଦରୁ ମୁକୁଳିବାକୁ ଦିଗ ମିଳିଛି। ପୃଥିବୀ ଉପରେ ପ୍ଲାଷ୍ଟିକ୍‌ ବର୍ଜ୍ୟର ପ୍ରଭାବ କମ୍‌ କରିବାକୁ ଚାଇନାର ହୁଆଜୋଙ୍ଗ୍‌ ୟୁନିଭର୍ସିଟି ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ବୈଜ୍ଞାନିକମାନେ ରାସ୍ତା ଖୋଜି ପାଇଛନ୍ତି। ଏଭଳି ଏକ ମ୍ୟାଟେରିଆଲ ବିକଶିତ ହୋଇଛି, ଯେଉଁଥିରୁ ତିଆରି ହେଉଥିବା ପ୍ଲାଷ୍ଟିକ୍‌ ସାମଗ୍ରୀ ବ୍ୟବହାର ପରେ ଫିଙ୍ଗିବା ଫଳରେ ତାହା ସପ୍ତାହେ ମଧ୍ୟରେ ସୂର୍ଯ୍ୟାଲୋକ ଓ ଅମ୍ଳଜାନ ସଂସ୍ପର୍ଶରେ ଆସି ବାଷ୍ପୀଭୂତ ବା ମିଳେଇ ଯାଇପାରିବ। ଉନ୍ନତ କେମିକାଲ ସେନ୍‌ସର ଉପରେ ଗବେଷଣାବେଳେ ଗବେଷକମାନେ ଏକ ପଲିମର(ଏକାଧିକ ମନୋମରରୁ ଗଠିତ) ଫିଲ୍କ ପ୍ରସ୍ତୁତ କରିଛନ୍ତି, ଯାହାକି ପିଏଚ୍‌ ସ୍ତର ଅନୁସାରେ ନିଜର ରଙ୍ଗ ପରିବର୍ତ୍ତନ କରିପାରିବ। ଏହି ପଦାର୍ଥର ସ୍ବତନ୍ତ୍ର ଆଣବିକ ଗଠନ ତଥା ମନୋମର (ଏକ ପ୍ରକାର କ୍ଷୁଦ୍ର ଅଣୁ) ମଧ୍ୟରେ ଥିବା ରସାୟନିକ ଶୃଙ୍ଖଳ ଯୋଗୁ ଲାଲ୍‌ ରଙ୍ଗର ପଲିମର ଫିଲ୍ମ ଖରା ସଂସ୍ପର୍ଶରେ ଆସିବା ପରେ ଏହା ମଧ୍ୟରେ ଥିବା ମଲିକ୍ୟୁଲାର ବଣ୍ଡ୍‌ ଭାଙ୍ଗିଯିବ ଏବଂ ତାହା ଧୀରେ ଧୀରେ ମିଳେଇବାକୁ ଲାଗିବ। ଖରା ଓ ଅମ୍ଳଜାନ ସଂସ୍ପର୍ଶରେ ରହିବା ପରେ ସପ୍ତାହେ ମଧ୍ୟରେ ତାହା ନଷ୍ଟ ହୋଇଯିବ ଏବଂ ଏହାଦ୍ୱାରା ପରିବେଶ ଉପରେ କୌଣସି କୁପ୍ରଭାବ ପଡ଼ିବ ନାହିଁ ବୋଲି ଏହି ଗବେଷକ ଟିମ୍‌ ଦାବି କରିଛି। ସାଧାରଣତଃ ପ୍ଲାଷ୍ଟିକ୍‌ ମଧ୍ୟରେ ଥିବା ବଣ୍ଡ୍‌କୁ ଭାଙ୍ଗିବା ସହଜ ହୋଇ ନ ଥାଏ। ଏ ସବୁ ପ୍ରକ୍ରିୟାରେ ସକିନିକ୍‌ ଏସିଡ୍‌ ନିର୍ଗତ ହେବ ବୋଲି ଜଣାପଡ଼ିଛି। ଏହି ଉତ୍ପାଦକୁ ଫାର୍ମାସ୍ୟୁଟିକାଲ କିମ୍ବା ଖାଦ୍ୟ ପ୍ରସ୍ତୁତି ବ୍ୟବସାୟରେ ପୁନଃ ବ୍ୟବହାର କରାଯାଇପାରିବ।
ଅନ୍ୟପକ୍ଷରେ ସ୍ବତନ୍ତ୍ର ମଲିକ୍ୟୁଲାର ଷ୍ଟ୍ରକଚର ବା ଆଣବିକ ଗଠନ ଯୋଗୁ ଛାଇ ଜାଗାରେ ରଖାଯିବାକୁ ଥିବାରୁ ଏହା ସୋଡା ବୋତଲ ବା ଶପିଂ ବ୍ୟାଗ୍‌ ନିର୍ମାଣରେ ପ୍ରଯୁଜ୍ୟ ହୋଇ ନ ପାରେ। ତେବେ ବୈଦ୍ୟୁତିକ ଉପକରଣ, ସ୍ମାର୍ଟଫୋନ୍‌ର ବିଭିନ୍ନ ଅଂଶ ନିର୍ମାଣରେ ଏହା ଲାଗିପାରିବ। ବର୍ଷ ବର୍ଷ ଧରି ତାହାକୁ ବ୍ୟବହାର କରିହେବ ବୋଲି ଗବେଷକମାନେ ଦାବି କରିଛନ୍ତି। ଏ ଦିଗରେ ଅଧିକ ଗବେଷଣା ଜାରି ରହିଛି। ଏହି ମ୍ୟାଟେରିଆଲର ବ୍ୟବସାୟୀକରଣ କରି ଦୈନନ୍ଦିନ ଜୀବନରେ ବ୍ୟବହାର କରିବା ପାଇଁ ଆଉ କିଛି ବର୍ଷ ସମୟ ଲାଗିପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?