୫ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା ବଢ଼ି ପୁଣି ୪୮ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମି ୫ ହଜାର ତଳେ ରହିଛି। ଏହା ୪,୮୫୦ ରହିଛି। ଗୋଟିଏ ଦିନ ତଳେ ଏହା ୫,୬୪୩ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୦ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧୪ ଥିଲା। ଏହି ସମୟରେ ସକ୍ରିୟ ମାମଲା ବଢ଼ି ୪୮ ହଜାର ୨୭ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୪୭ ହଜାର ୯୨୨ ଥିଲା। ସେହିପରି ୨୪ ଘଣ୍ଟାରେ ୪ ହଜାର ୭୩୫ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୪ ହଜାର ୫୫୫ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୩୫୫ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୫ ଲକ୍ଷ ୩୯ ହଜାର ୪୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୯ ଲକ୍ଷ ୬୨ ହଜାର ୬୬୪ ଜଣ ସୁସ୍ଥ ହୋଇ ସାରିଛନ୍ତି। କେରଳରେ ସତର୍କ ସୂଚନା ଜାରି କରାଯାଇଛି। ଏଠାରେ ଦୈନିକ ସଂକ୍ରମଣ ୨ ହଜାର ଉପରେ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ମୃତ ରାମା ରାଓଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୩ା୧୦(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଗୋଖୁରଗୁଦା ଗ୍ରାମର ଡବ୍ଲ୍ୟୁ ରାମା ରାଓଙ୍କର ତିରୁପତିଠାରେ କାର୍ଯ୍ୟରତ ଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଅକାଳ…

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

‘ମାତୃଭୂମି’କୁ ମିଳିଲା ଗ୍ରୀନ ସିଗ୍‌ନାଲ: ଏବେ ସଲମାନ…

ମୁମ୍ବାଇ,୩।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ୱାର୍‌-ଡ୍ରାମା ଫିଲ୍ମ ନେଇ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ରିଲିଜକୁ ନେଇ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଫିଲ୍ମକୁ…

AAP କୁ ଶକ୍ତ ଝଟକା, ଦଳ ଛାଡିବାର ଅସଲ କାରଣ କହି ହାତ ଧରିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୩।୧୦: ଆମ ଆଦମୀ ପାର୍ଟି (AAP)ର ଜାତୀୟ ମୁଖ୍ୟ ମୁଖପାତ୍ର ପ୍ରିୟଙ୍କା କକ୍କର କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। କକ୍କର ଦୀର୍ଘ ଦିନ ଧରି AAP ସହିତ…

ପାକିସ୍ତାନକୁ ଧୂଳି ଚଟାଇ ସ୍ବର୍ଣ୍ଣ ଜିତିଲା ଭାରତ

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୧୯ ରନରେ ପରାସ୍ତ କରି ଭାରତ ଏହି ସ୍ବର୍ଣ୍ଣ…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

ଗୁଡ଼ାରୀରୁ ଭୁବନେଶ୍ୱରକୁ ବସ୍‌ ଚଳାଚଳ ଦାବି: ସାଇକେଲ ଯାତ୍ରାବେଳେ ଅଧାବାଟରେ ଅସୁସ୍ଥ ହେଲେ ପ୍ରମୋଦ

ଗୁଣପୁର,୩ା୧୦(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ୍‌ ଚଳାଚଳ ଦାବିରେ ଗାନ୍ଧୀ ଜୟନ୍ତୀରୁ ସାଇକେଲ ଯାତ୍ରା ଆରମ୍ଭ କରିଥିବା ଆନ୍ଦୋଳନକାରୀ ପ୍ରମୋଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?