ଦୈନିକ ସଂକ୍ରମଣ ୧୯ ହଜାର ତଳେ…

ନୂଆଦିଲ୍ଲୀ,୧୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ପାର୍ବଣ ଯୋଗୁ ଭିଡ଼କୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦୈନିକ ସଂକ୍ରମଣ ୧୯ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୮ ହଜାର ୧୬୬ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୨୧୪ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ୨୩ ହଜାର ୬୨୪ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୯୮ ପ୍ରତିଶତ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା ୨ ଲକ୍ଷ ୩୦ ହଜାର ୯୧୫ ରହିଛି। ସାପ୍ତାହିକ ପଜିଟିଭ୍‌ ହାର ୨.୫୭ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୯୦ ପ୍ରତିଶତରେ ପହଞ୍ଚିଛି।

ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୫୦ ହଜାର ୫୮୯ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୯୪ କୋଟି ୭୦ ଲକ୍ଷ ୧୦ ହଜାର ୧୭୫ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୭୯ ଲକ୍ଷ ୧୨ ହଜାର ୨୦୨ ଜଣଙ୍କୁ ଟିକା ଦିଆଯାଇଛି। ଅପରପକ୍ଷରେ ଇତିମଧ୍ୟରେ ୫୮ କୋଟି ୨୫ ଲକ୍ଷରୁ ଅଧିକ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୨ ଲକ୍ଷ ୮୩ ହଜାରରୁ ଅଧିକ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି।

ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୨ ଲକ୍ଷ ୭୧ ହଜାର ୯୧୫ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୩୯ ଲକ୍ଷ ୫୩ ହଜାର ୪୭୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେରଳରେ ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୪୭୦ ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୧୦୧ ଛୁଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୃଶ୍ୟମର ନିର୍ଦ୍ଦେଶକଙ୍କ ନିଧନ ମିଥ୍ୟା: ମିଲାପ ଜାଭେରି

ହାଇଦ୍ରାବାଦ,୧୭।୮: ଚଳିତ ବର୍ଷ ବଲିଉଡ୍‌ ପାଇଁ ଏକ କଳା ବର୍ଷ ରୂପେ ପରିଲକ୍ଷିତ ହେବାରେ ଲାଗିଛି। ଗତ କିଛି ମାସ ହେଲା ବଲିଉଡ୍‌ର କେତେକ ଜଣାଶୁଣା...

ମନ୍ଦିରରେ ମୁସଲମାନ ମନ୍ତ୍ରୀଙ୍କ ସହ ନୀତୀଶ

ପାଟନା,୨୪।୮: ଗୟାର ବିଶ୍ୱ ପ୍ରସିଦ୍ଧ ବିଷ୍ଣୁପଦ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ବାରଣ ରହିଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ କ୍ୟାବିନେଟରେ ଜଣେ ମୁସଲମାନ...

୪ ସପ୍ତାହରେ ଅଯୋଧ୍ୟା ରାୟ: ସିଜେଆଇ କହିଲେ,ଚମତ୍କାର ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୨୭।୯(ପି.ଟି.):ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ମାମଲାର ଶୁଣାଣି ଯେକୌଣସି ପ୍ରକାରେ ଅକ୍ଟୋବର ୧୮ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ ଉଭୟ...

ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ମାପିଲା ମାଟିର ତାପମାତ୍ରା: ଗ୍ରାଫ୍‌ ଜାରି କଲା ଇସ୍ରୋ

ନୂଆଦିଲ୍ଲୀ,୨୮୭।୮: ଭାରତର ଚନ୍ଦ୍ରୟାନ-୩ ଚନ୍ଦ୍ର ବିଷୟରେ ସୂଚନା ଦେବା ଆରମ୍ଭ କରିଛି। ବିକ୍ରମ ଲ୍ୟାଣ୍ଡର୍‌ ଏବଂ ରୋଭର ପ୍ରଜ୍ଞାନ ଉପରେ ଥିବା ସମସ୍ତ ଯନ୍ତ୍ରଗୁଡ଼ିକ ସଠିକ...

ଜୟଶଙ୍କର ଭାଜପା ରାଜ୍ୟ ସଭା ପ୍ରାର୍ଥୀ

ନୂଆଦିଲ୍ଲୀ,୨୫।୬ପି.ଟି.): ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସୋମବାର ଭାଜପାରେ ବିଧିବଦ୍ଧ ଭାବେ ସାମିଲ ହେବାର କିଛି ସମୟ ପରେ ତାଙ୍କୁ ଗୁଜରାଟରୁ ରାଜ୍ୟ ସଭା ପ୍ରାର୍ଥୀ...

ମୈନପୁରୀ ଉପନିର୍ବାଚନ ପାଇଁ ଭାଜପା ଟିକେଟ୍‌ ମାଗୁଥିଲେ ଶିବପାଲ: ଭାଜପା ଏମ୍‌ପି

ଲକ୍ଷ୍ନୌ,୯।୧୨:ଉତ୍ତରପ୍ରଦେଶରେ ତିନିଟି ଆସନ ପାଇଁ ଉପ-ନିର୍ବାଚନର ଫଳାଫଳ ପରେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ସମାଜବାଦୀ ପାର୍ଟିର ପ୍ରାର୍ଥୀ ତଥା ଅଖିଳେଶ ଯାଦବଙ୍କ ସ୍ତ୍ରୀ...

କେରଳରୁ ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଲେ ୫୫୨ ପ୍ରବାସୀ: ୩ ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି, ସ୍ବାବ୍‌ ନମୁନା ସଂଗ୍ରହ

ଛତ୍ରପୁର, ୩।୫(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲା ଜଗନ୍ନାଥପୁର ଜଙ୍କଶନ ଷ୍ଟେଶନରେ ଏର୍ଣ୍ଣାକୁଲମ ଜଙ୍କଶନ – ଭୁବନେଶ୍ୱର ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ରବିବାର ସକାଳ ୫ଟା ୧୭ ମିନିଟ...

ଡିଆରଡିଓ-ଭାରତୀୟ ନୌସେନାକୁ ସଫଳତା, ଉଡାଇଲେ ମାନବ ବିହୀନ ବିମାନ…

ବେଙ୍ଗାଲୁରୁ,୧୮।୬ : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନାର ଦଳ ଏକ ମାନବ ବିହୀନ ବିମାନକୁ ସଫଳତାର ସହ ପ୍ରଦର୍ଶନ...

Advertisement
Archives

Model This Week