ଦୁଇ ଦୁଇ ଥର ଭାଙ୍ଗିଲାଣି ‘ଅନୁପମା’ଙ୍କ ସାନପୁଅଙ୍କ ହୃଦୟ; ବ୍ରେକ୍‌ଅପ୍‌ ପରେ କାରଣ କହି ନ ଥିଲେ ଉର୍ଫି

ବମ୍ବେ: ଟେଲିପରଦାର ଲୋକପ୍ରିୟ ଧାରାବାହିକ ମଧ୍ୟରୁ ‘ଅନୁପମା’ ଅନ୍ୟତମ। ଶୋ’ର ଷ୍ଟାରକାଷ୍ଟର ପ୍ରତିଟି ଚରିତ୍ର ଏବେ ଘରେ ଘରେ ପରିଚିତ। ଅନୁପମାଙ୍କ ପୁଅ ସମର ଭୂମିକାରେ ନଜର ଆସୁଛନ୍ତି ପାରସ କଲନାଓ୍ବତ। ତାଙ୍କୁ ଜଣେ ଆଇଡଲ୍‌ ପୁଅ ଭାବେ ଦେଖାଯାଏ। ଦିନକୁ ଦିନ ତାଙ୍କର ଲୋକପ୍ରିୟତା ବଢ଼ୁଥିବା ବେଳେ ମହିଳା ପ୍ରଶଂସକଙ୍କ ସଂଖ୍ୟା ବଢ଼ୁଛି। ହେଲେ ଲକ୍ଷ ଲକ୍ଷ ହୃଦୟ ଜିତିଥିବା ପାରସଙ୍କ ହୃଦୟ ଏକାଧିକ ଥର ଭାଙ୍ଗିଛି।

୨୪ ବର୍ଷର ପାରସ ବିଗ୍‌ ବସ୍‌ ଓଟିଟିର ପ୍ରତିଯୋଗୀ ଉର୍ଫି ଜାଭେଦଙ୍କ ପ୍ରେମରେ ପଡ଼ିଥିଲେ। ସେତେବେଳେ ଅଭିନେତା ଧାରାବାହିକ ‘ମେରି ଦୁର୍ଗା’ରେ କାମ କରୁଥିଲେ। ଶୁଟିଂସେଟ୍‌ରୁ ସେ ଉର୍ଫିଙ୍କୁ ଡେଟ୍‌ କରିବା ଆରମ୍ଭ କରିଥିଲେ। ହେଲେ ସମ୍ପର୍କ ମାତ୍ର ୯ ମାସ ଚାଲିଥିଲା। ଉର୍ଫି ବ୍ରେକ୍‌ଅପ୍‌ କରିଦେବା ପରେ ପାରସ ଭାଙ୍ଗି ପଡ଼ିଥିଲେ। ଏଥିରୁ ମୁକୁଳିବା ପାଇଁ ତାଙ୍କୁ ସମୟ ଲାଗିଥିଲା। ପୂର୍ବରୁ ଜଣଙ୍କ ସହ ସମ୍ପର୍କ ତୁଟିବା ପରେ ସେ ଉର୍ଫିଙ୍କ ପ୍ରେମରେ ଥିଲେ। ଏଣୁ ସେ ସବୁକୁ ଗ୍ରହଣ କରିପାରି ନ ଥିଲେ ପାରସ।

କ’ଣ ପାଇଁ ବ୍ରେକ୍‌ଅପ୍‌ କରୁଛନ୍ତି ତାହା କହି ନ ଥିଲେ ଉର୍ଫି। ତାହା ପାରସଙ୍କୁ ଧକ୍କା ଦେଇଥିଲା। ତଥାପି ସେ ନିଜ ହାତରେ ତାଙ୍କ ନାମର ଟାଟୁ କରିଥିଲେ। ନିଜ ପାଖରେ ପ୍ରେମିକାଙ୍କ ସ୍ମୃତି ରଖିବାକୁ ସେ ଏପରି କରିଥିଲେ।

ଉର୍ଫି ‘ବଡେ ଭୟା କି ଦୁଲ୍‌ହନିଆ’ରୁ ଆରମ୍ଭ କରିଥିବା ବେଳେ ‘ଚନ୍ଦ୍ର ନନ୍ଦିନୀ’, ‘ମେରି ଦୁର୍ଗା’, ‘ୟେ ରିସ୍ତା କ୍ୟା କେହଲାତା ହୈ’, ‘କସୌଟି ଜିନ୍ଦେଗୀ କି’,‘ ଏ ମେରେ ହମସଫର’ ଭଳି ଧାରାବାହିକରେ କାମ କରିଛନ୍ତି। ଅଭିନେତ୍ରୀ ହେବା ପୂର୍ବରୁ ଦିଲ୍ଲୀରେ ସେ ଜଣେ ସହାୟକ ଫ୍ୟାଶନ ଡିଜାଇନର ଭାବେ କାମ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri