Posted inRasifala

ରାଶିଫଳ: ସୋମବାର, ସେପ୍ଟେମ୍ବର ୭ ତାରିଖ – Daily Horoscope

ମେଷ
ବିଭିନ୍ନ ପ୍ରକାରର ଦ୍ୱନ୍ଦ୍ୱ ଓ ଆଶା, ଆଶଙ୍କା ମଧ୍ୟରେ ମନ ହଲଚଲ ହୋଇପାରେ । ଘର କଥା ହେଉ କିମ୍ବା କର୍ମକ୍ଷେତ୍ର କଥା ହେଉ ସବୁ କାମ ଗୋଳିଆ । କିଛି ସହାନୁଭୂତିମୂଳକ ଆଲୋଚନା ଓ ସମାଲୋଚନା ଭିତରେ ପରିବାରରେ ଶାନ୍ତି ଫେରି ଆସିବ । ନିଜ ଲୋକମାନେ ଅସୁବିଧାରେ ପକାଇ ପାରନ୍ତି,ଏଣୁ ସତର୍କ ରହିବା ଭଲ ।
ବୃଷ
ବୃଷ

କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଆଜି ଆପଣ ସାଙ୍ଗସାଥୀ କିମ୍ବା ବନ୍ଧୁ ହୁଅନ୍ତୁ, ସେମାନଙ୍କୁ ମନେଇ ନିଜ କାମରେ ଲଗାଇ ପାରନ୍ତି । ସଭାସମିତି ଏପରି କି କହିବା ଲେଖିବାର ସମ୍ପର୍କ ଯେଉଁଠାରେ ରହିଛି ସେହି ସବୁ ପ୍ରତ୍ୟେକ ଦିଗ ଅନୁକୂଳ ରହିବ । ସ୍ତ୍ରୀଙ୍କ ସମ୍ପର୍କ ଦିଗରୁ କିଛିଟା ସମସ୍ୟାର ସମ୍ମୁଖୀନ ହେବେ ।

ମିଥୁନ
ମିଥୁନ
ଟଙ୍କା ପଇସାର ଭୁଲ୍‌ ହିସାବରୁ, ଅଲଗା ସ୍ଥାନରେ ରଖିଦେଇଥିବା କାରଣରୁ, ଦେବା ନେବା କ୍ଷେତ୍ରରେ ଝମେଲାର ଆଶଙ୍କା ରହିଛି । ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ । ପରିବହନ, ବ୍ୟବସାୟ, ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ଉନ୍ନତ ମାନର ଫଳ ପାଇବେ ।
କର୍କଟ
କର୍କଟ
ପରିବାର ଲୋକମାନଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ସାମାଜିକ ସ୍ତରରେ ବହୁଦିଗରୁ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ । ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ସକାଶେ ଆହୁରି ବହୁତ ସମୟ ଲାଗିପାରେ । ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେବ ।
ସି˚ହ
ସି˚ହ
ଆଜିର ପରିସ୍ଥିତି ଓ ରହୁଥିବା ପରିବେଶ ଆପଣଙ୍କ କାମକୁ ସହଜରେ କରାଇ ଦେବନାହିଁ । ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇଯିବେ । ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧିଯୋଗୁ ମନରେ ସରସତା ରହିବ ନ ପାରେ । ଗଠନମୂଳକ କାଯର୍‌ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ ।  ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ ।
କନ୍ୟା
ଆଜି ଆପଣ ଯାହାକୁ ଯାହା କହିବେ କିମ୍ବା କରିବେ ସବୁ ଭାବିଚିନ୍ତି କରନ୍ତୁ, ନତୁବା ପରିସ୍ଥିତି ଭିନ୍ନ ରୂପ ପରିଗ୍ରହ କରିବ । ବନ୍ଧୁଙ୍କ ସହାୟତାରେ ବହୁ ଚେଷ୍ଟା ପରେ ଋଣ ସୂତ୍ରରେ ଅର୍ଥଲାଭ କରିବେ । ହସ୍ତା ନକ୍ଷତ୍ର ଉନ୍ନତ ଚିନ୍ତା ଓ ପରୋପକାର ମନୋଭାବରୁ ପ୍ରଶଂସିତ ହେବେ । ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି ।
ତୁଳା
ତୁଳା
ପ୍ରତ୍ୟେକ କ୍ଷେତ୍ରରେ ଆଳସ୍ୟ ଓ ଅବହେଳା ସଙ୍ଗକୁ କାଳ କ୍ଷେପଣ ନୀତି ହେତୁ ମନରେ ସରସତା ରହିବ ନାହିଁ । ନିଜର ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି । ହାତ କିମ୍ବା ଗୋଡରେ ଆଘାତ ଲାଗିପାରେ ।
ବିଛା
ବିଛା
କର୍ମ କ୍ଷେତ୍ରରେ ଅଥବା ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରି ଆପଣ ବିଜୟୀ ହେବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । କଳା ସାହିତ୍ୟ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମସ୍ୟା ସମାଧାନ ହୋଇଯିବ । ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ସରଳତାକୁ ପ୍ରାଧାନ୍ୟ ଦେଇ ଠକାମିର ଶିକାର ହୋଇପାରନ୍ତି । ପିଲା ମାନଙ୍କ ବିବାହ ସମ୍ପର୍କୀୟ ନୂତନ ବନ୍ଧୁ ପ୍ରସ୍ତାବ ପାଇଁ ଯୋଗାଯୋଗ କରି କୃତକାର୍ଯ୍ୟ ହେବେ । ପ୍ରତିବନ୍ଧକ କାରଣରୁ ହାତକୁ ନେଇଥିବା କେତେକ ଉନ୍ନୟନ ମୂଳକ କାମ ବାଧାପ୍ରାପ୍ତ ହୋଇପାରେ ।
ମକର
ମକର

କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ନେଇ ବନ୍ଧୁ କିମ୍ବା ସହକର୍ମୀଙ୍କ ସହ ତିକ୍ତତା ଦେଖାଦେଇପାରେ । ବାଣିଜ୍ୟ, ବ୍ୟବସାୟରେ ପ୍ରତିବନ୍ଧକ ସୃୃଷ୍ଟି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ଘର ପାଇଁ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ । ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ ।

କୁମ୍ଭ
କୁମ୍ଭ
ନିଜର ଲୋକମାନଙ୍କ କାର୍ଯ୍ୟ କଳାପ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ଆଗାମୀ ନୂତନ ଭାବେ ଆରମ୍ଭ କରିବାକୁ ଥିବା କାର୍ଯ୍ୟ ସକାଶେ ତପତ୍ରତା ବଢିପାରେ । ବିଶେଷ ଶ୍ରମ ଓ ଭ୍ରମଣ କାରଣରୁ ମୁଣ୍ଡ ବୁଲାଇହେବା ଲକ୍ଷଣ ଦେଖାଦେଇପାରେ ।
ମୀନମୀନ

କର୍ମକ୍ଷେତ୍ରରେ ଚେଷ୍ଟା କରୁଥିବା କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବାରୁ ମନ ଖୁସୀ ହୋଇଯିବ । ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଆର୍ଥିକ ସ୍ବଚ୍ଛଳତା ଆସିବା ସଙ୍ଗକୁ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୨୨ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ପ୍ରଭାବରେ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରିବେ। କଳ କାରଖାନା, ଜଳଜାତ ଦ୍ରବ୍ୟ ତୈଳ କିମ୍ବା ବିଦ୍ୟୁତ୍‌...

ରାଶିଫଳ: ରବିବାର, ଜୁଲାଇ ୨୬ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ରାଶ୍ୟାଧିପଙ୍କ ଦୃଷ୍ଟିରେ ରହିଥିବାରୁ ମନସ୍ଥ କାର୍ଯ୍ୟଟି ହାସଲ ପାଇଁ ଚେଷ୍ଟିତ ହେବେ। ଆଲୋଚନା କ୍ଷେତ୍ରରେ ଛୋଟ ଛୋଟ କଥାରେ ଚିହ୍ନା ପଡ଼ିଲେ...

ରାଶିଫଳ: ବୁଧବାର, ଜୁଲାଇ ୬ ତାରିଖ – Daily Horoscope

ମେଷ ଶୁଭଭାବରେ ଚନ୍ଦ୍ରଥିବାରୁ ବନ୍ଧୁଙ୍କ ପରାମର୍ଶ କ୍ରମେ ମନୋରଞ୍ଜନ ଉପକରଣ ପ୍ରତି ଆଗ୍ରହୀ ହେବେ। ଗୃହ ମରାମତି, ଭୂମି, ଗାଡ଼ିମୋଟର କିଣାବିକାରେ ସମସ୍ୟା ଉପୁଜିପାରେ। ପିଲାମାନଙ୍କ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଚତୁଃଗ୍ରହଜନିତ ରାଜଯୋଗ ପ୍ରଭାବରୁ ଧୈର୍ଯ୍ୟ ଓ ସାହସିକତା ପ୍ରଦର୍ଶନ କରି ପ୍ରତ୍ୟେକ କାର୍ଯ୍ୟକୁ ସୁଚାରୁ ରୂପେ କରିପାରିବେ । ରବି ଓ ଶୁକ୍ରଙ୍କ...

ରାଶିଫଳ: ରବିବାର, ଅକ୍ଟୋବର ୨୩ ତାରିଖ – Daily Horoscope

ମେଷ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇ ଅନୁତାପ କରିବେ। ପରିବାରର ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ ସକାଶେ ବିଭିନ୍ନ ଚିନ୍ତା ମନକୁ ଆନ୍ଦୋଳିତ...

ରାଶିଫଳ: ବୁଧବାର, ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମାଗମ ଅବସ୍ଥାରେ ଥିବାରୁ ମାନସିକ ସ୍ଥିତିକୁ ଦୁର୍ବଳ କରାଇଲେ ମଧ୍ୟ ଆପଣଙ୍କ ଧୈର୍ଯ୍ୟଚ୍ୟୁତି ଘଟିବ ନାହିଁ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ...

ରାଶିଫଳ: ସୋମବାର, ଜୁନ୍‌ ୨୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତିଙ୍କ ନକ୍ଷତ୍ରସ୍ଥ ଲାଭଭାବସ୍ଥ ଚନ୍ଦ୍ର ଆପଣଙ୍କ ଜୀବନଯାତ୍ରାକୁ ପ୍ରୀତିପ୍ରଦ କରାଇବ। ପାରିବାରିକ ସମ୍ପର୍କ ଭଲ ରହିବା ସହ ଆଶା କରୁଥିବା ଜିନିଷ ପାଇବାରେ...

ରାଶିଫଳ: ସୋମବାର , ନଭେମ୍ବର ୧୪ ତାରିଖ – Daily Horoscope

ମେଷ ପ୍ରିୟଜନମାନଙ୍କ ସହିତ ଆଜିର ଯାତ୍ରା ଓ ସାନ୍ଧ୍ୟ ଭ୍ରମଣରେ ଅଭିଳଷିତ ଫଳ ପାଇବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା...

Advertisement
Archives

Model This Week