ମେଷ

ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ ସ୍ବାସ୍ଥ୍ୟ ଓ ପିଲାଙ୍କ ବିବାହ ସମ୍ପର୍କୀୟ ଆଲୋଚନା କରିପାରନ୍ତି। ହିତୈଷୀଙ୍କ ଚେଷ୍ଟାରୁ ପାରିବାରିିକ ସମସ୍ୟା ସମାଧାନ ଘଟିବାର ଆଶା କରାଯାଇପାରେ।
ବୃଷ

ଗ୍ରହ ପ୍ରାଧାନ୍ୟତାରୁ ବନ୍ଧୁଙ୍କ ସାହାଯ୍ୟରେ ଅସ୍ବସ୍ତିକର ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିବେ। ଘରେ କୌଣସି ମୂଲ୍ୟବାନ୍ ଦ୍ରବ୍ୟ ନଷ୍ଟ ହୋଇପାରେ। ଅଫିସ୍କୁ ହଠାତ୍ ଯିବା ସମୟକୁ କୌଣସି ଦରକାରୀ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ।
ମିଥୁନ

ପାପଗ୍ରହଯୁକ୍ତ ତୃତୀୟଚନ୍ଦ୍ର ପ୍ରଭାବରୁ ବିଭିନ୍ନ ପ୍ରକାରର ପ୍ରତିବନ୍ଧକକୁ ସାମ୍ନା କରିବାକୁ ପଡ଼ିପାରେ। ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ ା
କର୍କଟ

କର୍ମାଧିପତି ସ୍ବଗୃହରେ ଅବସ୍ଥାନ କରିଥିବାରୁ ଆଜିର ପ୍ରତ୍ୟେକ କାମ ସୁବିଧାରେ ସମ୍ପନ୍ନ ହେବ। ଅର୍ଥଲାଭ ସାଙ୍ଗକୁ ସାମାଜିକ ସ୍ତରରେ ସମ୍ମାନିତ ହେବେ। ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ କିଛି ଖବର ଆପଣଙ୍କୁ ସାହାଯ୍ୟ କରିପାରେ। ବାଣିଜ୍ୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ।
ସି˚ହ

ଆଜି କର୍ମ ସ୍ଥାନରେ ବୁଧାଦିତ୍ୟ ଯୋଗଜନିତ ଯେଉଁ କାମରେ ହାତ ଦେବେ ସଫଳତା ନିଶ୍ଚିତ। ସକାଳୁ ସକାଳୁ କିଛି ଶୁଭ ଖବର ସାଙ୍ଗକୁ ଅର୍ଥଲାଭରୁ ମନଟା ଖୁସି ହୋଇ ଯାଇପାରେ। ନିକଟସ୍ଥ ଈର୍ଷାପରାୟଣ ବ୍ୟକ୍ତି ବିଶେଷମାନେ ପରୋକ୍ଷ ସମାଲୋଚନା କରିପାରନ୍ତି। ପରିବହନ, ନିର୍ମାଣ, ବାଣିଜ୍ୟ ସକାଶେ ଦିନଟି ବହୁତ ଭଲ।
କନ୍ୟା

ଭାଗ୍ୟାଧିପ ଶୁକ୍ର କର୍ମସ୍ଥାନରେ ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅବଶ୍ୟମ୍ଭାବୀ। ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି, ତାହା ନିଶ୍ଚୟ ପାଇବେ; କିନ୍ତୁ ବହୁତ ଝଗଡ଼ା ପରେ। ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିବା କାମଗୁଡ଼ିକର ସମୀକ୍ଷା କରିପାରନ୍ତି। ପିଲାମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ
ତୁଳା

କିଛି ଅସୁବିଧା ନ ଥାଇ ଆଜିର ଜୀବନଯାତ୍ରା ସ୍ବାଭାବିକ ରହିବ। ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। କିନ୍ତୁ ଷଷ୍ଠାଧିପ ବୃହସ୍ପତିଙ୍କ ସଂଯୋଗରୁ ସ୍ବାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ। ବାଣିଜ୍ୟ, ବ୍ୟବସାୟରେ ମନର ବଳ ଖୁବ୍ ଟାଣ ରହିବ ଏବଂ ଜିଦ୍ରେ ଅଟଳ ରହିପାରନ୍ତି।
ବିଛା

ଆଜିର ଯାତ୍ରା ଫଳପ୍ରଦ ହେବା ସହ ଶ୍ରଦ୍ଧା ଓ ସମ୍ମାନ ହାସଲ କରିବେ। ବ୍ୟବସାୟ, ରାଜନୈତିକ ଓ ସାମାଜିକ ସ୍ଥିତି ପ୍ରାୟତଃ ନିରୁପଦ୍ରବ ରହିବ। ଅଷ୍ଟମାଧିପତି ବୁଧଜନିତ କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସହାୟତା ପାଇବେ ନାହିଁ। ବନ୍ଧୁ ସମ୍ପର୍କ, ଦୂରଯାତ୍ରା, ସ୍ଥଗିତ କାର୍ଯ୍ୟ ଏବଂ ଅର୍ଥନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳପ୍ରାପ୍ତି।
ଧନୁ

ଶୁକ୍ର ସହ ବୃହସ୍ପତିଙ୍କ ସଂଯୋଗରୁ ପାରିବାରିକ ମତାନ୍ତର ଘଟିପାରେ। ବନ୍ଧୁଙ୍କ ସଦ୍ଭାବ ଓ ସହକର୍ମୀଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ନିଜ ସହ ତୁଳନା କରି ମନକୁ ଭାରାକ୍ରାନ୍ତ କରିପାରନ୍ତି। କୁଟୀର ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ର ଭଲ ରହିବ।
ମକର

ମନକଥା ମନରେ ରଖି ଅସଜଡ଼ା ପରିସ୍ଥିତିକୁ ସହକର୍ମୀଙ୍କ ଜରିଆରେ ସଜାଡ଼ିନେବେ। ପ୍ରକଳ୍ପ କାର୍ଯ୍ୟ, ପରିବହନ, ଶିଳ୍ପ, ବ୍ୟବସାୟରେ ଉନ୍ନତି ଘଟିବ। ସପ୍ତମାଧିପତି ଅଷ୍ଟମାଧିପତି ସଂସ୍ପର୍ଶରେ ରହିଥିବାରୁ ପରିବାରରେ ଝଗଡ଼ା ଲାଗିପାରେ। ବନ୍ଧୁଙ୍କଠାରୁ କିଛି ଗୁଜବ ଶୁଣି ମନରେ ଦୁର୍ଭାବନା ସୃଷ୍ଟି ହୋଇପାରେ।
କୁମ୍ଭ

ଭାବପ୍ରବଣତାରେ ହଜି ନଯାଇ ନିଜକୁ ନିୟନ୍ତ୍ରଣରେ ରଖତ୍ବାକୁ ଚେଷ୍ଟା କଲେ ଉପକାର ମିଳିବ। ରବିଙ୍କ ସୁପ୍ରଭାବରୁ ଆଜିର ଯାତ୍ରା, ବାଣିଜ୍ୟ ତଥା ପରିବହନ ଅନୁକୂଳ ରହିବ। ଜମିଜମା, ଯାନ୍ତ୍ରିକ ଶିଳ୍ପ, ନିର୍ମାଣ କ୍ଷେତ୍ର, ସମସ୍ୟାମୁକ୍ତ ରହିବାର ସମ୍ଭାବନା ରହିଛି। ଅର୍ଥନୈତିକ, ସାମାଜିକ, ପାରିବାରିକ, କଳାମତ୍କ ଦିଗଟି ବହୁତ ଭଲ।
ମୀନ
କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଲଦି ପାରନ୍ତି। ଚନ୍ଦ୍ର ସହ କେତୁଙ୍କ ସଂଯୋଗଜନିତ ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଉଦ୍ବେଗର କାରଣ ହେବ। ପାରିବାରିକ କ୍ଷେତ୍ରରେ କୌଣସି ଘଟଣା ମନକୁ ବିବ୍ରତ କରିବ। ସଭାସମିତି, ସାହିତ୍ୟ, ସାମ୍ବାଦିକତା, ବନ୍ଧୁ ସମ୍ପର୍କରେ ବିଶେଷ ଉନ୍ନତି କରିପାରନ୍ତି।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.