ଦାଦନ ଶ୍ରମିକଙ୍କ କାଟିଥିଲେ ହାତ: ଏବେ ୧୦ ବର୍ଷ କାରାଦଣ୍ଡ

ଭବାନୀପାଟଣା,୧୯।୭(ସ୍ବ.ପ୍ର.): ୨୦୧୩ରେ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକର ୨ ଦାଦନ ଶ୍ରମିକଙ୍କୁ ନିର୍ଯାତନା ଦିଆଯିବା ସହିତ ହାତ କଟାଯାଇଥିଲା। ଏହି ଘଟଣାର ଶେଷ ଅଭିଯୁକ୍ତ ପରଶୁରାମ ନାଏକଙ୍କୁ ସୋମବାର ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି ଧର୍ମଗଡ଼ ଅତିରିକ୍ତ ଜିଲା ଦୌରାଜଜ୍‌ ବନ୍ଦନା କର।

ସୂଚନାଯୋଗ୍ୟ, ୨୦୧୩ରେ କଳାହାଣ୍ଡି ଜିଲାର ୧୨ଜଣ ଦାଦନ ଶ୍ରମିକଙ୍କୁ ହାଇଦ୍ରାବାଦ ଚାଲାଣ କରାଯାଉଥିଲା। ଏଥିରେ ଜୟପାଟଣା ବ୍ଲକ ନୂଆଗୁଡା ଗ୍ରାମର ନିଳାମ୍ବର ଧଙ୍ଗଡାମାଝି ଓ ପିପଲଗୁଡା ଗ୍ରାମର ଦିଆଲୁ ନିଆଲ କୌଣସି କାରଣରୁ ବିରୋଧ କରିଥିଲେ। ଫଳରେ କେତେଜଣ ଦାଦନ ସେଠାରୁ ଚାଲି ଆସିବାରେ ସକ୍ଷମ ହୋଇଥିଲେ। ଏହାର ଆକ୍ରଶ ରଖି ଦାଦନ ସର୍ଦ୍ଦାର ଓ ତାଙ୍କର କେତେକ ସହଯୋଗୀ ନିଳାମ୍ବର ଓ ଦିଆଲୁଙ୍କୁ ଗୋଟିଏ ଘରେ ବନ୍ଦ ରଖି ନିର୍ଯାତନା ଦେଇଥିଲେ। ପରେ ଡିସେମ୍ବର ୧୩ରେ କଳାହାଣ୍ଡି-ବଲାଙ୍ଗୀର ଜିଲା ସୀମାନ୍ତ ଏକ ଶାଗୁଆନ ଜଙ୍ଗଲରେ ୨ ଶ୍ରମିକଙ୍କ ହାତକାଟି ଫେରାର ହୋଇଥିଲେ। ସେତେବେଳେ ଏହି ଘଟଣା ସମଗ୍ର ରାଜ୍ୟରେ ଚହଳ ପକାଇଥିଲା। ଏ ନେଇ ପୋଲିସରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ୨୦୧୬ରେ ଏଡିଜେ ୮ ଅଭିଯୁକ୍ତ ବିମଳ ରାଉତ, ମଣ୍ଟୁ ନିଆଲ, ଜୟସେନ ଠେଲା, ଅର୍ଜୁନ ଭୋଇ, ବନ ମାଝି, ବୈକୁଣ୍ଠ ରାଉତ, ଗଙ୍ଗାଧର ଦାସ, ପରମେ ଦୁଣ୍ଡିଙ୍କୁ ଆଜୀବନ କାରାଦଣ୍ଡଦେଶ ଶୁଣାଇଥିଲେ। ଅନ୍ୟ ଅଭିଯୁକ୍ତ ପରଶୁରାମ ନାଏକ ଫେରାର ଥିଲେ। ଶେଷରେ ପରଶୁରାମଙ୍କୁ ଗିରଫ କରି ଜେଲ ପଠାଇଥିଲା ପୋଲିସ। ସୋମବାର ସମସ୍ତ ସାକ୍ଷୀ ଓ ପ୍ରମାଣଙ୍କୁ ଭିତ୍ତିକରି ପରଶୁରାମଙ୍କୁ ଧର୍ମଗଡ ଏଡିଜେ ୩୭୦ ଦଫାରେ ୧୦ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଜରିମାନା ଓ ୪୨୦/୩୪ରେ ଦଫାରେ ୩ ବର୍ଷ ଓ ୫ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri