ପାଠ ଛାଡ଼ି ଦାଦନ ଯାଉଛନ୍ତି ଛାତ୍ରୀଛାତ୍ର

ବାରିପଦା ଅଫିସ, ୯ା୧୧-ବାରିପଦା ମ୍ୟୁନସିପାଲିଟି ଅଧୀନ ୯ନଂ. ୱାର୍ଡରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ଛାତ୍ରୀଛାତ୍ରମାନେ ସରକାରୀ ସୁବିଧାରୁ ବଞ୍ଚିିତ ହେଉଛନ୍ତି। ବାସସ୍ଥାନ ପ୍ରମାଣପତ୍ର ନ ଥିବାରୁ ଆଶ୍ରମ ବିଦ୍ୟାଳୟରେ ନାମ ଲେଖାଇ ନ ପାରି ସରକାରୀ ସ୍କୁଲରେ ପାଠପଢୁଛନ୍ତିା ଫଳରେ ଅଧାରୁ ପାଠପଢ଼ା ଛାଡ଼ି ପରିବାର ସହ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଏନେଇ ୱାର୍ଡବାସୀ ସୋମବାର ଏକ ବୈଠକରେ ଏକାଠି ହୋଇ ଆସନ୍ତା ପଞ୍ଚାୟତ ନିର୍ବାଚନରେ ୱାର୍ଡ ମଧ୍ୟକୁ କୌଣସି ନେତାଙ୍କୁ ପୁରାଇ ଦିଆଯିବ ନାହିଁ ବୋଲି କଡ଼ା ଚେତାବନୀ ଦେଇଛନ୍ତି ା
ବୁଢ଼ାବଳଙ୍ଗ ନଦୀ ତଟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଉକ୍ତ ୱାର୍ଡରେ ୫୫ଟି ପରିବାରର ୩ଶହରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ସେଠାରେ ସେମାନେ ୪୫ବର୍ଷ ଧରି ରହିବା ପରେ ମଧ୍ୟ ବାସସ୍ଥାନ ପ୍ରମାଣପତ୍ର ମିଳିପାରୁ ନ ଥିବା ୱାର୍ଡବାସୀ ମାଳତୀ ସିଂ, ମୀନତୀ ସିଂ, ସଞ୍ଜୁଲତା ନାଏକ ପ୍ରମୁଖ ପ୍ରକାଶ କରିଛନ୍ତି। ଏ ସଂକ୍ର୍ରାନ୍ତରେ ବାରମ୍ବାର ପ୍ରଶାସନକୁ ଅବଗତ କରିବା ପରେ ମଧ୍ୟ ଦୀର୍ଘ ବର୍ଷ ଧରି କେବଳ ପ୍ରତିଶ୍ରୁତି ମିଳିଛି। ମାଟ୍ରିକ ପାସ୍‌ ପରେ ଆବଶ୍ୟକ ପ୍ରମାଣପତ୍ର ଅଭାବରୁ ଛାତ୍ରୀଛାତ୍ରମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଥିବା ଅଭିଭାବକ ଲକ୍ଷ୍ମଣ ମୁଣ୍ଡା, ରାଜୁ ସିଂ, ମଙ୍ଗଲ ସିଂ ପ୍ରମୁଖ କହିଛନ୍ତି। ସେହିପରି ପ୍ରତିବର୍ଷ ନଦୀର ଜଳସ୍ତର ବୃଦ୍ଧି ପାଇ ଅନେକ ଘର ଭାଙ୍ଗି ଯାଇଥିବା ବେଳେ ପଟ୍ଟା ଅଭାବରୁ କ୍ଷତିଗ୍ରସ୍ତଙ୍କୁ ବିଜୁ ପକ୍କା ଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ମିଳିପାରୁନି। ନିରାପଦ ଛାତ ତଳେ ରହିବା ପାଇଁ ତହସିଲ କାର୍ଯ୍ୟାଳୟ ଓ ମ୍ୟୁନିସିପାଲିଟି ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଭାଗ୍ୟକୁ ଆଦରି ସେମାନେ ପଡ଼ି ରହିଥିବା ମେଘନାଦ ସିଂ, ଦୁର୍ଗାମଣି ସିଂ ଓ ଲକ୍ଷ୍ମୀ ସିଂ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

ଖୁବ୍‌ଶୀଘ୍ର ନୋ ପାର୍କିଂ ଜୋନ୍‌ ଚିହ୍ନଟ କରିବ ବିଏମ୍‌ସି

ଭୁବନେଶ୍ୱର, ୨୭।୪ (ବନ୍ଦନା ସେଠୀ): ସହରସାରା ଏବେ ବେଆଇନ ପାର୍କିଂ। ଗଳିକନ୍ଦିଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଯିଏ ଯେଉଁଠି ପାରୁଛି ଗାଡ଼ି ରଖି ଦେଉଛି।...

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri