ଗଞ୍ଜାମ ପାଇଁ ଅଭିଶପ୍ତ ବାଚସ୍ପତି ପଦ

ବ୍ରହ୍ମପୁର,୯ା୬(ନରସିଂହ ସାହୁ)ଗଞ୍ଜାମ ଜିଲାର ରାଜନେତାଙ୍କ ପାଇଁ ବିଧାନସଭା ବାଚସ୍ପତି ଓ ରାଜ୍ୟ ଅର୍ଥମନ୍ତ୍ରୀ ପଦ ଅଭିଶପ୍ତ ହୋଇଥିବା କେତେକ ନଜିର ଅଛି। ଅତୀତରେ ଯେଉଁମାନେ ଉପରୋକ୍ତ ପଦ ପାଇଥିଲେ ସେମାନଙ୍କ ପରବର୍ତ୍ତୀ ରାଜନୀତି ଓଲଟପାଲଟ ହୋଇଯାଇଛି। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ଗଞ୍ଜାମର ନେତା ଲାଲ ମୋହନ ପଟ୍ଟନାୟକ ୧୯୪୬ରୁ ୧୯୫୨ ପର୍ଯ୍ୟନ୍ତ ବିଧାନସଭା ବାଚସ୍ପତି ହୋଇଥିଲେ। ପରେ ସେ ରାଜନୀତିରୁ ଅଦୃଶ୍ୟ ହୋଇଯାଇଥିଲେ। ଓଡ଼ିଶା ହାଇକୋର୍ଟର ପ୍ରାକ୍ତନ ମୁଖ୍ୟ ବିଚାରପତି ଲିଙ୍ଗରାଜ ପାଣିଗ୍ରାହୀ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରି ପ୍ରଥମେ ୧୯୫୭ ନିର୍ବାଚନରେ ବ୍ରହ୍ମପୁର ବିଧାନସଭା ଆସନରୁ କଂଗ୍ରେସକୁ ନିର୍ବାଚିତ ହୋଇ କ୍ୟାବିନେଟ ମନ୍ତ୍ରୀ ପଦ ପାଇଥିଲେ। ୧୯୬୧ ନିର୍ବାଚନରେ ସେ କୋଦଳାରୁ ନିର୍ବାଚିତ ହୋଇ ବାଚସ୍ପତି ପଦ ପାଇଥିଲେ। ପରେ ରାଜନୀତିରୁ ବିଦାୟ ନେଲେ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହୋଇଥିଲେ।
୧୯୮୦ ନିର୍ବାଚନରେ ଭଞ୍ଜନଗରରୁ ନିର୍ବାଚିତ କଂଗ୍ରେସ ବିଧାୟକ ସୋମନାଥ ରଥ ବିଧାନସଭା ବାଚସ୍ପତି ହୋଇଥିଲେ। ମାତ୍ର ଅଢ଼େଇ ବର୍ଷ ପରେ ସେ ପଦ ଛାଡ଼ିଥିଲେ। ୧୯୮୫ ନିର୍ବାଚନରେ ଚିକିଟିରୁ ନିର୍ବାଚିତ ଚିନ୍ତାମଣି ଦ୍ୟାନ ସାମନ୍ତରା ପ୍ରଥମେ ଉପବାଚସ୍ପତି ଓ ପରେ ୧୯୯୫ରେ ସେହି ଆସନରୁ ଜିତି ପ୍ରଥମେ ଉପବାଚସ୍ପତି ଓ ପରେ ବାଚସ୍ପତି ହେଲେ। ଏହା ପରେ ୨୦୦୦, ୨୦୦୪ ଓ ୨୦୦୯ ନିର୍ବାଚନ ଲଢ଼ି ଲଗାତର ପରାସ୍ତ ହୋଇଥିଲେ। ପରିଶେଷରେ ସେ ରାଜନୀତିରୁ ଦୂରେଇଛନ୍ତି। ୨୦୧୯ ନିର୍ବାଚନରେ ଦିଗପହଣ୍ଡିରୁ ବିଜେଡି ବିଧାୟକ ହୋଇ ସୂର୍ଯ୍ୟ ନାରାୟଣ ପାତ୍ର ଗଞ୍ଜାମ ଜିଲାରୁ ୫ମ ନେତା ଭାବେ ବିଧାନସଭାର ବାଚସ୍ପତି ପଦ ପାଇଥିଲେ। ଅସୁସ୍ଥତା ଯୋଗୁ ସେ ପଦରୁ ଇସ୍ତଫା ଦେବାରୁ ଭଞ୍ଜନଗରରୁ ୬ ଥର ବିଧାୟକ ହୋଇଥିବା ବିକ୍ରମ କେଶରୀ ଆରୁଖ ମନ୍ତ୍ରୀ ପଦ ଛାଡ଼ି ଜିଲାରୁ ଷଷ୍ଠ ବାଚସ୍ପତି ହୋଇଥିଲେ। ପରେ ସେ ଇସ୍ତଫା ଦେଇ ପୁଣି ମନ୍ତ୍ରୀ ହୋଇଥିଲେ। ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ ଦିଆଯାଇଥିଲା। ୨୦୨୪ ନିର୍ବାଚନରେ ଆରୁଖ ସପ୍ତମ ଥର ପାଇଁ ତାଙ୍କ ପାରମ୍ପରିକ ଆସନ ଭଞ୍ଜନଗରରୁ ଲଢ଼ିଥିଲେ। ଭାଜପା ହାୱାରେ ସେ ୧୬ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଛନ୍ତି। ତାଙ୍କ ଆଗାମୀ ରାଜନୀତି କ’ଣ ହେବ ସେ ନେଇ ବିଭିନ୍ନ ମହଲ ଚର୍ଚ୍ଚା କରୁଛନ୍ତି।
ସେହିପରି ଗଞ୍ଜାମର ନେତା ବିନାୟକ ଆଚାର୍ଯ୍ୟ ନନ୍ଦିନୀ ଶତପଥୀଙ୍କ ଦ୍ୱିତୀୟ ସରକାରରେ ଅର୍ଥମନ୍ତ୍ରୀ ହୋଇଥିଲେ। ପରେ ସେ ସ୍ପଳ୍ପକାଳ ମୁଖ୍ୟମନ୍ତ୍ରୀ ହେଲେ। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ସେ ମଧ୍ୟ ରାଜନୀତିରୁ ଶେଷ ହୋଇ ଯାଇଥିଲେ। ୧୯୯୦ ନିର୍ବାଚନରେ କୋଦଳାରୁ ନିର୍ବାଚିତ ଜନତା ଦଳ ବିଧାୟକ ରାମକୃଷ୍ଣ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ ସରକାରରେ ଅର୍ଥମନ୍ତ୍ରୀ ହେବା ପରେ ମାତ୍ର ଦୁଇ ବର୍ଷ ପରେ ସେହି ବିଭାଗରୁ ତଡ଼ା ଖାଇଥିଲେ। ୨୦୦୦ ନିର୍ବାଚନରେ କୋଦଳାରୁ ନିର୍ବାଚିତ ବିଜେଡି ବିଧାୟକ ରାମକୃଷ୍ଣ ନବୀନ ପଟ୍ଟନାୟକଙ୍କ ପ୍ରଥମ ପାଳି ସରକାରରେ ପୁଣି ଅର୍ଥମନ୍ତ୍ରୀ ହୋଇଥିଲେ। ଦୁଇ ବର୍ଷରେ ପଦ ବଦଳିଲା ଓ ସେ ଦଳରୁ ବିତାଡ଼ିତ ହୋଇଥିଲେ। ସେବେଠାରୁ ତାଙ୍କ ରାଜନୀତି ମଧ୍ୟ ଓଲଟ ପାଲଟ ହୋଇଯାଇଥିଲା। ତେଣୁ ଗଞ୍ଜାମ ଜିଲା ପାଇଁ ବାଚସ୍ପତି ଓ ଅର୍ଥମନ୍ତ୍ରୀ ପଦ ଅଭିଶପ୍ତ ପାଲଟିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?