Posted inଜାତୀୟ

ମୋଦି ୩.୦: ଟିଡିପିକୁ ମିଳିବ ୪, ଜେଡିୟୁକୁ ୨ ମନ୍ତ୍ରୀପଦ

ନୂଆଦିଲ୍ଲୀ,୯ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ କ୍ୟାବିନେଟରେ ଚନ୍ଦ୍ରାବାବୁ ନାଇଡୁଙ୍କ ଟିଡିପିକୁ ୪ ଏବଂ ନୀତୀଶ କୁମାରଙ୍କ ଜେଡିୟୁକୁ ୨ ମନ୍ତ୍ରୀପଦ ମିଳିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଥିବା ଟିଡିପିର ୪ ଏମ୍‌ପିଙ୍କ ମଧ୍ୟରୁ ୩ ଜଣ ହେଲେ ରାମମୋହନ ନାଇଡୁ, ହରୀଶ ବାଲଯୋଗୀ ଏବଂ ଡଗୁମାଲ୍ଲା ପ୍ରସାଦ। ସେହିପରି ଜେଡିୟୁ ଏହାର ୨ ବରିଷ୍ଠ ନେତା ଲଲନ ସିଂ ଏବଂ ରାମନାଥ ଠାକୁରଙ୍କ ନାଁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ରାମନାଥ ହେଉଛନ୍ତି ଭାରତରତ୍ନ ପାଇଥିବା କର୍ପୂରୀ ଠାକୁରଙ୍କ ପୁଅ। ସେ ରାଜ୍ୟ ସଭା ସଦସ୍ୟ ରହିଛନ୍ତି। ସରକାର ଶପଥ ନେବା ପୂର୍ବରୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ଏକ ବୈଠକ ବସି କ୍ୟାବିନେଟ ବର୍ଥ ସମ୍ପର୍କରେ ନିଷ୍ପତ୍ତି ହୋଇଛି।

ଟିଡିପିରୁ ୧୬ ଜଣ ଏମ୍‌ପି ନିର୍ବାଚିତ ହୋଇଥିବାବେଳେ ଏହା ୪ ମନ୍ତ୍ରୀପଦ ଏବଂ ଲୋକ ସଭାର ବାଚସ୍ପତି ପଦ ମାଗିଥିଲା। ସେହିପରି ୧୨ ଆସନ ଜିତିଥିବା ଜେଡିୟୁ ୨ଟି ମନ୍ତ୍ରୀପଦ ମାଗିଥିବା ସୂତ୍ରରୁ ଜଣାପଡ଼ିଛି। ଭାଜପା ନିର୍ବାଚନରେ ୨୪୦ ଆସନ ଜିତିଥିବାବେଳେ ଆବଶ୍ୟକ ମ୍ୟାଜିକ୍‌ ନମ୍ବର ୨୭୨ରୁ ୩୨ କମ୍‌ ରହିଛି। ତେଣୁ ସରକାର ଗଠନରେ ଚନ୍ଦ୍ରାବାବୁ ଏବଂ ନୀତୀଶ କିଙ୍ଗ୍‌ମେକର ଭାବେ ଅବତୀର୍ଣ୍ଣ ହୋଇଛନ୍ତି। ସରକାରରେ ସହଯୋଗୀ ଦଳଗୁଡ଼ିକର ପ୍ରତିନିଧିତ୍ୱ ରହିବ। କେଉଁ ଦଳରୁ କେତେଜଣ ମନ୍ତ୍ରୀ ହେବେ ତାହା ଚୂଡ଼ାନ୍ତ କରିବା ନେଇ ଶନିବାର ବରିଷ୍ଠ ଭାଜପା ନେତା ଅମିତ୍‌ ଶାହା, ରାଜନାଥ ସିଂ, ଦଳ ଅଧ୍ୟକ୍ଷ ଜେ.ପି. ନଡ୍ଡା ସହଯୋଗୀ ଦଳର ନେତାମାନଙ୍କ ସହ ଆଲୋଚନା କରିଥିଲେ। ସ୍ବରାଷ୍ଟ୍ର, ଅର୍ଥ, ପ୍ରତିରକ୍ଷା, ବହିର୍ବ୍ୟାପାର, ଶିକ୍ଷା, ସଂସ୍କୃତି ଭଳି ଓଜନଦାର ପୋର୍ଟଫୋଲିଓ ଭାଜପା ନିଜ ପାଖରେ ରଖିବାକୁ ଥିବାବେଳେ ୫ରୁ ୮ଟି କ୍ୟାବିନେଟ ପାହ୍ୟା ସହଯୋଗୀ ଦଳଙ୍କୁ ମିଳିବ ବୋଲି ଜଣାପଡ଼ିଛି। ଭାଜପାରୁ ଶାହା ଏବଂ ରାଜନାଥ ନୂଆ କ୍ୟାବିନେଟରେ ସ୍ଥାନ ପାଇବା ନିଶ୍ଚିତ କୁହାଯାଉଥିବାବେଳେ ଲୋକ ସଭାକୁ ନିର୍ବାଚିତ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ବାସବରାଜ ବୋମାଇ, ମନୋହରଲାଲ୍‌ ଖଟ୍ଟାର ଏବଂ ସର୍ବାନନ୍ଦ ସୋନୋଓ୍ବାଲଙ୍କୁ ଦୃଢ଼ ଦାବିଦାର ବିବେଚନା କରାଯାଉଛି। ସେହିପରି ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ନେତା ଚିରାଗ ପାଶ୍ୱାନଙ୍କୁ ନୂଆ ସରକାରରେ ସ୍ଥାନ ମିଳିପାରେ। ସେହିପରି ମହାରାଷ୍ଟ୍ରରେ ଭାଜପାର ସହଯୋଗୀ ଥିବା ଏକନାଥ ଶିନ୍ଦେଙ୍କ ଶିବସେନା ଏବଂ ଅଜିତ ପାଓ୍ବାରଙ୍କ ଏନ୍‌ସିପିକୁ ମଧ୍ୟ ନୂଆ ସରକାରରେ ପ୍ରତିନିଧିତ୍ୱ ମିଳିପାରେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?