ସମ୍ପ୍ରତି ଯୁବସମାଜର ଦାୟିତ୍ୱ

ଇଂ. ବିଦ୍ୟାଧର ପଣ୍ଡା

କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ବିଶ୍ୱରୁ ଲକ୍ଷ ଲକ୍ଷ ଲୋକ ଆରପାରିକୁ ଚାଲିଗଲେଣି। ଆମଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ଟପିଗଲାଣି। ମୃତ୍ୟୁ ସଂଖ୍ୟା ୨୪ ହଜାର ଛୁଇଁଲାଣି।
ସେମାନଙ୍କ ଭିତରୁ ଅନେକେ ତାଙ୍କ ପରିବାର ପାଇଁ ହୁଏତ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥାଇ ପାରନ୍ତି। ଟିକେ ଚିନ୍ତା କରି ଦେଖନ୍ତୁ ତ! ଅତିକମ୍‌ରେ ବିଶ୍ୱର ୫ ଲକ୍ଷ ୭୮ ହଜାରରୁ ଊର୍ଦ୍ଧ୍ୱ ମୃତ ଲୋକଙ୍କ ଉପରେ ତା’ର ତିନି କି ଚାରି ଗୁଣ ଲୋକ ନିଶ୍ଚିତ ଭାବରେ ନିର୍ଭର କରୁଥିବେ। ସେମାନେ ସମସ୍ତେ ଏବେ ନିରାଶ୍ରୟ। ଏ ସବୁ ଆଲୋଚନା କରି ଆପଣଙ୍କୁ ଭୟଭୀତ କରେଇବା ଲକ୍ଷ୍ୟ ନୁହେଁ ବରଂ ସରକାରଙ୍କ ପ୍ରତିଟି ଜନହିତକାରୀ ପଦକ୍ଷେପ ପଛରେ ଦୃଢଭାବରେ ଛିଡାହୋଇ ସହଯୋଗ କରିବାକୁ ଅନୁରୋଧ। ଏ ସମୟରେ କରୋନା ସମ୍ପର୍କିତ ଆଇନ ଅମାନ୍ୟ ସମାଜ ପ୍ରତି ଘୋର ବିପଦ। ଏଥିରେ ବିଶେଷକରି ଛାତ୍ର ଓ ଯୁବସମାଜର ସମ୍ପୃକ୍ତି ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି।
ଏବେ ଇଟାଲୀ, ସ୍ପେନ୍‌, ଆମେରିକା ଓ ଜର୍ମାନ ପରି ଉନ୍ନତ ଦେଶ କରୋନା ଆଗରେ ହାର୍‌ ମାନି ସାରିଛନ୍ତି। ଆମେ ଯଦିଓ ତାଙ୍କ ପରି ଶୋଚନୀୟ ଅବସ୍ଥାରେ ପହଞ୍ଚତ୍ ନାହେଁ, ତଥାପି ବିଶ୍ୱ ବାହାରେ କେମିତି ରହିବା! ସରକାରଙ୍କର ଦୂରଦୃଷ୍ଟି ଯୋଗୁ ଏପର୍ଯ୍ୟନ୍ତ କରୋନା ଭୂତାଣୁ ନିୟନ୍ତ୍ରଣରେ ଥାଇ ମଧ୍ୟ ୨୪ ହଜାରୁ ଅଧିକ ଲୋକଙ୍କ ମୁଣ୍ଡ ନେଇସାରିଲାଣି। ଆଗକୁ ସଚେତନ ନ ହେଲେ ପରିସ୍ଥିତି ଅଣାୟତ୍ତ ହେବାର ଆଶଙ୍କାକୁ ଏଡାଇ ଦେଇହେବ ନାହିଁ। ଏପରି ଭୟଙ୍କର ସଙ୍କଟପୂର୍ଣ୍ଣ ସମୟରେ ଦେଶ ପାଇଁ ପ୍ରତ୍ୟେକ ଛାତ୍ର ଓ ଯୁବସମାଜର ନିଶ୍ଚିତ ଭାବରେ କିଛି ନା କିଛି ଦାୟିତ୍ୱ ଓ କର୍ତ୍ତବ୍ୟ ଅଛି, ଯାହା କି ସମ୍ପୂର୍ଣ୍ଣ ନିଷ୍ଠାର ସହ ସମସ୍ତେ ପାଳନ କରିବା ଅନିବାର୍ଯ୍ୟ।
କରୋନା ଭୂତାଣୁ ପ୍ରଭାବରେ ଦେଶର ସମସ୍ତ ନାଗରିକ ଏବେ ଆତଙ୍କିତ। ତେଣୁ ଆଜିଦିନରେ ଛାତ୍ର ଓ ଯୁବସମାଜ ପାଇଁ ଏହା ଏକ ଜରୁରୀ ସମାଜସେବାର ସୁଯୋଗ ସୃଷ୍ଟି କରିଛି। ମୟୂରଭଞ୍ଜର ଏକ ବସ୍ତିରେ କିଛି ଲୋକଙ୍କୁ ଅଯଥା ବୁଲୁଥିବାର ଦେଖି ପଚାରିଲେ ସେମାନେ କୁହନ୍ତି, ”ଆମକୁ କରୋନା ହେବନି। କରୋନା ପରିକା କେତେ ଦେଖିଛୁ।“ ଆଉ କିଛି ଲୋକ ନିଜକୁ ଭଗବତ୍‌ପ୍ରେମୀ ବୋଲି କହି କୁହନ୍ତି, ”ଯାହା ଈଶ୍ୱରଙ୍କ ବରାଦ ସେଇଆ ହେବ। ମୁହଁ ଘୋଡେଇ ଚାଲିଲେ କ’ଣ ତୁମେ ବଞ୍ଚତ୍ୟିବ। ଯାହାର ଆୟୁଷ ଯେତିକି, ସିଏ ସେତିକି ଦିନ ବଞ୍ଚିବ। ଦଣ୍ଡେ ନିମିଷେ ଥିଲେ ପ୍ରାଣ, ନେଇ ନ ପାରେ ଜନ୍ତୁରାଣ।“ ଏମାନେ ହେଲେ ପାଠୁଆ ଧର୍ମାନ୍ଧ ଅଜ୍ଞାନ ବ୍ୟକ୍ତି। ସମାଜ ପାଇଁ ବେଶି ମାରାମତ୍କ। ଏମାନଙ୍କୁ ସଚେତନ କରାଇବା ଦାୟିତ୍ୱ ହେଲା ଆଜିର ଛାତ୍ର ଏବଂ ଯୁବସମାଜର। ସରକାରଙ୍କ ହାତରେ କେଇଟା ପୋଲିସ୍‌ ଅଛନ୍ତି ଯେ ସେମାନେ ସମସ୍ତଙ୍କ ମୁହଁ ଉପରେ କନା ବନ୍ଧା ଅଛି କି ନାହିଁ ଦେଖି ଦଣ୍ଡିତ କରିବେ! ଆମର ଲୋକସଂଖ୍ୟା କ’ଣ କମ୍‌ କି! ଏ ସବୁ ସରକାର ଉପରେ ଛାଡିଲେ କିଛି ହେବନି। ଛାତ୍ର ଓ ଯୁବସମାଜ ଆଗକୁ ଆସି ନିଜ ମହଲା, ନିଜ ଗଳି ଓ ନିଜସାହିର ଦାୟିତ୍ୱ ନିଅନ୍ତୁ। ଏହି ସମସ୍ୟାକୁ ହେୟଜ୍ଞାନ କରୁଥିବା ତଥା ନିୟମ ନ ମାନି ଲୁଚି ରହୁଥିତ୍ବା ଲୋକମାନଙ୍କ ସଂସ୍ପର୍ଶରେ ଆସୁଥିବା ପ୍ରତ୍ୟେକ ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି। ଯେତେ ବୁଝେଇଲେ ତାଙ୍କ ମଗଜରେ ଏ କଥା ଢୁକୁନି। ସେମାନଙ୍କ ଆଖପାଖରେ ଯେମିତି ହେଲେ କିଏ ନା କିଏ ଛାତ୍ର କି ଯୁବକ ନିଶ୍ଚିତ ଥିବେ! ସେମାନେ ଯଦି ରାଷ୍ଟ୍ର ପ୍ରତି ତାଙ୍କର କର୍ତ୍ତବ୍ୟବୋଧ ଦେଖାଇ ସେମାନଙ୍କୁ ସଚେତନ କରିପାରନ୍ତେ ଦେଶର ମଙ୍ଗଳ ହୁଅନ୍ତା। ସେମାନଙ୍କ ବିଷୟରେ ପ୍ରଶାସନକୁ ଖବର ଦେଲେ ବି ସମାଜ ପ୍ରତି ନିଜ ଦାୟିତ୍ୱ ନିର୍ବାହ ହୋଇପାରିବ।
କିଛିଲୋକ ଅଛନ୍ତି ଜ୍ଞାନବିଜ୍ଞାନଠାରୁ କୋଶେ ଦୂରରେ। ଆଉ କିଛି ସବୁ ଜାଣିଶୁଣି ବି କିଛି ମାନୁନାହାନ୍ତି। ପରିବା ହାଟ, ଗ୍ରୋସରି ଆଦି ଦୋକାନରେ ଲୋକଙ୍କ ସାଙ୍ଗରେ ଲଗାଲଗି ହୋଇ ଛିଡା ହେଉଛନ୍ତି। ଏମିତିରେ ପୋଲିସ୍‌ ଆସି ଦୋକାନୀକୁ ଗାଡିରେ ଉଠେଇ, ଦୋକାନ ସିଲ୍‌କରି ଚାଲିଯାଉଛି। ଏତେ ଭିଡ ଭିତରେ ଦୋକାନୀ ସଉଦା ବିକିବ ନା ଗରାଖମାନେ ଛାଡି ଛାଡି ଛିଡା ହୋଇଛନ୍ତି କି ନା ଚେକ୍‌ କରିବ? ଏଥିପାଇଁ ତା’ପାଖରେ ଲୋକ କାହିଁ? ତେଣୁ ପୋଲିସ୍‌ଗାଡିରେ ଯାଇ ଭାଗ୍ୟକୁ ଆଦରି ଥାନାରେ ବସୁଛି। ଆଉ କିଛିଲୋକ ପୋଲିସ ସାଇରନ୍‌ ଶୁଣିଲେ ସାମାଜିକ ଦୂରତା ରକ୍ଷାକରି ନିର୍ଦ୍ଧାରିତ ଗୋଲେଇ ଜାଗାରେ ଫଟାଫଟ୍‌ ଛିଡା ହୋଇ ଯାଉଛନ୍ତି। ବେକରେ ଝୁଲୁଥିବା ମାସ୍କକୁ ଉପରକୁ ଉଠାଇ ଦେଉଛନ୍ତି। ପୋଲିସ୍‌ ଦଳ ଚାଲିଗଲେ ପୁଣି ଯାହାକୁ ସେଇଆ, ପାଖାପାଖି ଲାଗି ଯାଉଛନ୍ତି ଓ ମୁହଁରୁ ମାସ୍କ ବି ଖସିଯାଉଛି। ଏତଦ୍‌ବ୍ୟତୀତ ଗାଁଗହଳି ମଫସଲ ଅଞ୍ଚଳରେ ଗୁଣିଆ ଡାକ୍ତର ବହୁତ ଅଛନ୍ତି। ଜଣ୍ଡିସ୍‌, ହଇଜା, କଲେରା ଆଦି ରୋଗରେ ପଣାଦେଇ ଦେବଦେବୀ ପୂଜା କରନ୍ତି, ଝଡାଫୁଙ୍କାରେ ରୋଗ ଭଲ କରିଦିଅନ୍ତି ବୋଲି ବିଶ୍ୱାସ। ସେମାନଙ୍କ ଭିତରୁ ଏବେ ବି କିଛି ବାହାସ୍ଫୋଟ ମାରି କହୁଛନ୍ତି, ”ଆସୁ କରୋନା। ମନ୍ଦାରଫୁଲ ହାରଗୁନ୍ଥି ପଣା ମାଠିଆଏ କରି ବନଦୁର୍ଗାଙ୍କୁ ଡାକି ପୂଜା କଲେ କୁଆଡେ ଯିବ ବାଟ ପାଇବନି। ଏଠି ଆସି ମୁଣ୍ଡ ନେବ? ଏତେ ସାହସ!“ ଏମାନଙ୍କୁ କରୋନାର ପ୍ରକୃତ ଜ୍ଞାନ ତାଙ୍କରି ଭାଷାରେ ବୁଝାଇ ସଚେତନ କରିବା ଦାୟିତ୍ୱ ସେହି ଜାଗାର ଛାତ୍ର ଓ ଯୁବସମାଜର। କୁସଂସ୍କାର ମୁଣ୍ଡରେ ପ୍ରଚଣ୍ଡ ପଦାଘାତ କରି ସମାଜରୁ ସମ୍ପୂର୍ଣ୍ଣରୂପେ ଧ୍ୱଂସ କରିବା ହେଲା ଛାତ୍ର ଓ ଯୁବସମାଜର କର୍ତ୍ତବ୍ୟ।
ଏ ସମୟରେ ଛାତ୍ର ଓ ଯୁବସମାଜ ଦେଶ ଏବଂ ସମାଜକୁ ସାହାଯ୍ୟ କରିବା ପାଇଁ ସ୍ବତଃପ୍ରବୃତ୍ତ ଭାବରେ ଅଣ୍ଟା ଭିଡିବା ଆବଶ୍ୟକ। ଅପେକ୍ଷା କାହାକୁ! କିଏ ତୁମକୁ ଡାକିବ? ବଜାରରେ, ପଞ୍ଚାୟତରେ ବଡଲୋକଟିଏ ଏହି ସମୟରେ ତା’ର ପୁଅ ବାହାଘର କରିବାକୁ ଯାଉଛି। ଥାନାଠାରୁ ଦୂର। ଛକରେ ତମ୍ବୁତଳ ପୋଲିସଦଳକୁ ହାତ କରି ସାରିଲାଣି। କିନ୍ତୁ ଆପଣ କ’ଣ ତାକୁ ସାମାଜିକ ଦୂରତା ପରି ବିଷୟକୁ ଭ୍ରୂକ୍ଷେପ କରି ସେ ଆୟୋଜନ କରିବାକୁ ଦେବେ? ଆପଣଙ୍କ ପାଖ ଦୋକାନରେ ସରଳ ଗରିବଲୋକଗୁଡାକୁ ଦୋକାନୀ ଠକି ବହୁତ ଅଧିକ ଦାମ୍‌ ନେଇ ବିକ୍ରୟ କରୁଛି। ଆପଣ ଏସବୁ ଦେଖି କ’ଣ ଚୁପ୍‌ ରହିବେ? ଏହାଛଡା ବିଶ୍ୱରେ କରୋନା ମାତିଥିବା ବେଳେ ଆମ ଭାରତରେ ତାଣ୍ଡବ ରଚିବା ଆରମ୍ଭ କଲାଣି। ରୋଗୀ ସଂଖ୍ୟା ବଢିବା ସମୟରେ ଆମଦେଶର ରକ୍ତ ଭଣ୍ଡାର ପୂରାଥିବା ଦରକାର। ରେଡ୍‌କ୍ରସ୍‌ ସାଙ୍ଗରେ ମିଶି ରକ୍ତଦାନ ଶିବିର ଆଦିର ଆୟୋଜନ କରିବା ମଧ୍ୟ ଆଜିଦିନରେ ଛାତ୍ର ଓ ଯୁବସମାଜର ନୈତିକ ଦାୟିତ୍ୱ। ପରିଶେଷରେ ଆଜିଦିନରେ ଛାତ୍ର ଓ ଯୁବସମାଜ ମନେରଖିବା ଉଚିତ ଯେ, ମାନବ ସେବା ହିଁ ମାଧବ ସେବା। ସମାଜସେବା ପାଇଁ ଏପରି ସୁବର୍ଣ୍ଣ ସୁଯୋଗ ବାରମ୍ବାର ଜୀବନରେ ଆସି ନ ପାରେ, ତେଣୁ ଏହାର ଯଥାଯଥ ସଦୁପଯୋଗ କରିବାକୁ ଆଦୌ ଭୁଲନ୍ତୁ ନାହିଁ।
ଡ଼ୁମୁଡ଼ୁମା, ଭୁବନେଶ୍ୱର, ମୋ-୯୪୩୯୧୨୮୦୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?