ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କାଉକୁ ଦେଖିବାକୁ ମିଳୁଛି। ପରେ କାଉଟି ଲୋକେ ତଳେ ପକାଇଥିବା ଆବର୍ଜନାକୁ ନେଇ ଡଷ୍ଟବିନ୍ରେ ପକାଉଛି। ଯେଉଁ କାର୍ଯ୍ୟ ଲୋକ କରୁନାହାନ୍ତି। ପକ୍ଷୀଟିଏ ହେଲେ ମଧ୍ୟ ସେ ସେହି କାର୍ଯ୍ୟ କରୁଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍ରେ ଲେଖିଛନ୍ତି, ‘ଏହି କାଉକୁ ଜଣା ଯେ, ମଣିଷ ହିତାହିତଜ୍ଞାନ ଓ ଲଜ୍ଜା ହରାଇ ବସିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।
This crow knows that humans have lost the sense of shame pic.twitter.com/9ULY7qH4T2
— Susanta Nanda IFS (@susantananda3) April 1, 2021