ପାର୍ବଣ ଆରମ୍ଭରୁ ଭିଡ଼ ବଢ଼ିଲାଣି

ଭୁବନେଶ୍ୱର, ୧୧।୯ (ବ୍ୟୁରୋ): ଆରମ୍ଭ ହେଲାଣି ପାର୍ବଣ ଋତୁ। ଗଣେଶ ପୂଜା ପରେ ପରେ ନୂଆଖାଇ, ବିଶ୍ୱକର୍ମା ପୂଜା, ଦଶହରା ଆଦି ପୂଜା ପାର୍ବଣ ଆସୁଥିବାରୁ ଚଳଚଞ୍ଚଳ ହୋଇ ଉଠିଲାଣି ରାଜଧାନୀ। ସହରର ପ୍ରମୁଖ ଛକ ସ୍ଥାନଗୁଡ଼ିକରେ ଥିବା ଶପିଂମଲ୍‌, କମ୍ପ୍ଲେକ୍ସ ବଜାରଗୁଡ଼ିକରେ ଦିନକୁ ଦିନ ଅସମ୍ଭାଳ ଭିଡ଼ ହେଉଥିବାର ଦେଖିବାକୁ ମିଳୁଛି। ପାର୍ବଣ ଆସିବା ଫଳରେ ଲୋକଙ୍କୁ ଏକପ୍ରକାର ସତର୍କ କରାଇଦେଇଛି। ବିଶେଷକରି କଟକ ରୋଡ ଅଞ୍ଚଳରେ ହୋଟେଲଠାରୁ ଆରମ୍ଭ କରି ବିଭିନ୍ନ ଦୋକାନ ରହୁଥିବାରୁ ରବିବାର ବ୍ୟତୀତ ଦେଇ ଅନ୍ୟ ସମସ୍ତ ଦିନରେ ଏଠାରେ ସକାଳଠାରୁ ରାତି ପର୍ଯ୍ୟନ୍ତ ପ୍ରବଳ ଭିଡ଼ ରହୁଛି। ଏବେଠାରୁ ସ୍ଥିତି ଏପରି ଥିବାବେଳେ ଦଶହରା ସମୟରେ ଭିଡ଼ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇ ପଡ଼ିବ। କାରଣ କଟକ ରୋଡ୍‌ ଅଞ୍ଚଳରେ ସହରର ସବୁଠାରୁ ଅଧିକ ମା’ ଦୁର୍ଗାଙ୍କର ମୂର୍ତ୍ତି ପୂଜା କରାଯାଇଥାଏ। ପୁରୁଣା ଷ୍ଟେଶନ ବଜାରଠାରୁ ଆରମ୍ଭ କରି ଲକ୍ଷ୍ମୀସାଗର ଛକ, କଟକରୋଡ୍‌, ଝାରପଡ଼ା, ବମିଖାଲ, ରସୁଲଗଡ଼, ପଳାଶୁଣି ଏହି ଅଞ୍ଚଳଗୁଡିକରେ ପୂଜା କମିଟିଗୁଡ଼ିକ ପକ୍ଷରୁ ମଣ୍ଡପରେ ପୂଜା ହୋଇ ଆସୁଛି। ଏ ସମସ୍ତ ଅଞ୍ଚଳକୁ ଯିବା ପାଇଁ କଟକରୋଡ୍‌ ଏକ ମୁଖ୍ୟ ସଂଯୋଗ ପଥ। ତେଣୁ ପୂଜା ସମୟରେ ଏହି ଅଞ୍ଚଳରେ ଭିଡ଼ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇ ପଡ଼ିବ ବୋଲି ଆଶଙ୍କା କରାଯାଉଛି।
ଅପରପକ୍ଷେ କରୋନା ପାଇଁ ଗତ କିଛି ମାସ ହେବ ରାଜଧାନୀବାସୀ କଟକଣାରେ ରହିଥିଲେ। ମାର୍କେଟଠାରୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ସବୁକିଛି ବନ୍ଦ ରହିଥିଲା। ମାତ୍ର ସଂକ୍ରମଣ କିଛି ମାତ୍ରାରେ ହ୍ରାସ ପାଇବା ପରେ ସରକାର ସହରରୁ କଟକଣା ହଟାଇବା ସହ ସାପ୍ତାହିକ ଶଟ୍‌ଡାଉନ୍‌କୁ ସମ୍ପୂର୍ଣ୍ଣରୂପେ ହଟାଇ ଦେଇଛନ୍ତି। ସେହିପରି ଦୋକାନ ବଜାର ମଧ୍ୟ ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ମିଳିଛି। ଏହାର ସୁଯୋଗ ନେଇ ଲୋକମାନେ ବେପରୁଆ ହୋଇ ଗଲେଣି। ଆଗକୁ ପର୍ବ ଆସୁଥିବାରୁ ବିଭିନ୍ନ ମାର୍କେଟ, ଶପିଂ ମଲ୍‌ ସବୁଆଡ଼େ ଭିଡ ଦେଖା ଦେଉଛି। ସାମାଜିକ ଦୂରତା ତ ଦୂର କଥା ଲୋକମାନେ ମାସ୍କ ପିନ୍ଧିବାକୁ ମଧ୍ୟ ଭୁଲି ଗଲେଣି। ଫଳରେ ଗତ କିଛିଦିନ ହେବ ୧୫୦ରୁ ୨ଶହ ମଧ୍ୟରେ ରହୁଥିବା କରୋନା ସଂକ୍ରମଣ ଏବେ ପୁଣି ଉପରମୁହଁା ହେବାକୁ ଲାଗିଛି। ଗତ ୨୪ଘଣ୍ଟାରେ ସହରରୁ ୨୮୮ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସହରବାସୀଙ୍କ ଏପରି ବେପରୁଆ ମନୋଭାବ ପାଇଁ ଆଗକୁ ସ୍ଥିତି ବିଗିଡିବାର ଆଶଙ୍କା ରହିଛି। ପାର୍ବଣ ପାଇଁ ବିଏମ୍‌ସି ପକ୍ଷରୁ କଟକଣା ଜାରି କରାଯାଇଥିଲେ ମଧ୍ୟ ସହରରେ ଗହଳି କମାଇବା ପାଇଁ ବିଏମ୍‌ସି ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri