ପାର୍ବଣ ଆରମ୍ଭରୁ ଭିଡ଼ ବଢ଼ିଲାଣି

ଭୁବନେଶ୍ୱର, ୧୧।୯ (ବ୍ୟୁରୋ): ଆରମ୍ଭ ହେଲାଣି ପାର୍ବଣ ଋତୁ। ଗଣେଶ ପୂଜା ପରେ ପରେ ନୂଆଖାଇ, ବିଶ୍ୱକର୍ମା ପୂଜା, ଦଶହରା ଆଦି ପୂଜା ପାର୍ବଣ ଆସୁଥିବାରୁ ଚଳଚଞ୍ଚଳ ହୋଇ ଉଠିଲାଣି ରାଜଧାନୀ। ସହରର ପ୍ରମୁଖ ଛକ ସ୍ଥାନଗୁଡ଼ିକରେ ଥିବା ଶପିଂମଲ୍‌, କମ୍ପ୍ଲେକ୍ସ ବଜାରଗୁଡ଼ିକରେ ଦିନକୁ ଦିନ ଅସମ୍ଭାଳ ଭିଡ଼ ହେଉଥିବାର ଦେଖିବାକୁ ମିଳୁଛି। ପାର୍ବଣ ଆସିବା ଫଳରେ ଲୋକଙ୍କୁ ଏକପ୍ରକାର ସତର୍କ କରାଇଦେଇଛି। ବିଶେଷକରି କଟକ ରୋଡ ଅଞ୍ଚଳରେ ହୋଟେଲଠାରୁ ଆରମ୍ଭ କରି ବିଭିନ୍ନ ଦୋକାନ ରହୁଥିବାରୁ ରବିବାର ବ୍ୟତୀତ ଦେଇ ଅନ୍ୟ ସମସ୍ତ ଦିନରେ ଏଠାରେ ସକାଳଠାରୁ ରାତି ପର୍ଯ୍ୟନ୍ତ ପ୍ରବଳ ଭିଡ଼ ରହୁଛି। ଏବେଠାରୁ ସ୍ଥିତି ଏପରି ଥିବାବେଳେ ଦଶହରା ସମୟରେ ଭିଡ଼ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇ ପଡ଼ିବ। କାରଣ କଟକ ରୋଡ୍‌ ଅଞ୍ଚଳରେ ସହରର ସବୁଠାରୁ ଅଧିକ ମା’ ଦୁର୍ଗାଙ୍କର ମୂର୍ତ୍ତି ପୂଜା କରାଯାଇଥାଏ। ପୁରୁଣା ଷ୍ଟେଶନ ବଜାରଠାରୁ ଆରମ୍ଭ କରି ଲକ୍ଷ୍ମୀସାଗର ଛକ, କଟକରୋଡ୍‌, ଝାରପଡ଼ା, ବମିଖାଲ, ରସୁଲଗଡ଼, ପଳାଶୁଣି ଏହି ଅଞ୍ଚଳଗୁଡିକରେ ପୂଜା କମିଟିଗୁଡ଼ିକ ପକ୍ଷରୁ ମଣ୍ଡପରେ ପୂଜା ହୋଇ ଆସୁଛି। ଏ ସମସ୍ତ ଅଞ୍ଚଳକୁ ଯିବା ପାଇଁ କଟକରୋଡ୍‌ ଏକ ମୁଖ୍ୟ ସଂଯୋଗ ପଥ। ତେଣୁ ପୂଜା ସମୟରେ ଏହି ଅଞ୍ଚଳରେ ଭିଡ଼ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇ ପଡ଼ିବ ବୋଲି ଆଶଙ୍କା କରାଯାଉଛି।
ଅପରପକ୍ଷେ କରୋନା ପାଇଁ ଗତ କିଛି ମାସ ହେବ ରାଜଧାନୀବାସୀ କଟକଣାରେ ରହିଥିଲେ। ମାର୍କେଟଠାରୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ସବୁକିଛି ବନ୍ଦ ରହିଥିଲା। ମାତ୍ର ସଂକ୍ରମଣ କିଛି ମାତ୍ରାରେ ହ୍ରାସ ପାଇବା ପରେ ସରକାର ସହରରୁ କଟକଣା ହଟାଇବା ସହ ସାପ୍ତାହିକ ଶଟ୍‌ଡାଉନ୍‌କୁ ସମ୍ପୂର୍ଣ୍ଣରୂପେ ହଟାଇ ଦେଇଛନ୍ତି। ସେହିପରି ଦୋକାନ ବଜାର ମଧ୍ୟ ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ମିଳିଛି। ଏହାର ସୁଯୋଗ ନେଇ ଲୋକମାନେ ବେପରୁଆ ହୋଇ ଗଲେଣି। ଆଗକୁ ପର୍ବ ଆସୁଥିବାରୁ ବିଭିନ୍ନ ମାର୍କେଟ, ଶପିଂ ମଲ୍‌ ସବୁଆଡ଼େ ଭିଡ ଦେଖା ଦେଉଛି। ସାମାଜିକ ଦୂରତା ତ ଦୂର କଥା ଲୋକମାନେ ମାସ୍କ ପିନ୍ଧିବାକୁ ମଧ୍ୟ ଭୁଲି ଗଲେଣି। ଫଳରେ ଗତ କିଛିଦିନ ହେବ ୧୫୦ରୁ ୨ଶହ ମଧ୍ୟରେ ରହୁଥିବା କରୋନା ସଂକ୍ରମଣ ଏବେ ପୁଣି ଉପରମୁହଁା ହେବାକୁ ଲାଗିଛି। ଗତ ୨୪ଘଣ୍ଟାରେ ସହରରୁ ୨୮୮ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସହରବାସୀଙ୍କ ଏପରି ବେପରୁଆ ମନୋଭାବ ପାଇଁ ଆଗକୁ ସ୍ଥିତି ବିଗିଡିବାର ଆଶଙ୍କା ରହିଛି। ପାର୍ବଣ ପାଇଁ ବିଏମ୍‌ସି ପକ୍ଷରୁ କଟକଣା ଜାରି କରାଯାଇଥିଲେ ମଧ୍ୟ ସହରରେ ଗହଳି କମାଇବା ପାଇଁ ବିଏମ୍‌ସି ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ହ୍ବାଟ୍ସଆପ୍ ହ୍ୟାକ୍

ଭୁବନେଶ୍ବର,୪।୯: ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଫୋନ୍ / ହ୍ୱାଟ୍ସଆପ୍ ହ୍ୟାକ୍ ହୋଇଯାଇଛି। ସୋସିଆଲ ମିଡିଆରେ ଆଚାର୍ଯ୍ୟ ଏ ନେଇ ଜଣାଇଛନ୍ତି।…

ଦୂରଶିକ୍ଷା ପାଇଁ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟକୁ ଅନୁମତି

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷାରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ…

ଗଛରେ ପିଟହେଲା ଯାତ୍ରୀବାହୀ ବସ୍‌, ଚାଳକ ମୃତ, ୩୦ ଯାତ୍ରୀ ଆହତ, ୧୦ ଗୁରୁତର

ନୟାଗଡ଼,୪।୯(ଲୋକନାଥ ମିଶ୍ର): ନୟାଗଡ଼ ବ୍ଲକ ଇଟାମାଟି ଥାନା ବାଉଁଶିଆପଡ଼ା ଜହ୍ନିପଦା ଛକ ନିକଟ ୫୭ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ…

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ୧୦୦ ଫୁଟ ଲମ୍ବର ଘେରିବନ୍ଧ, ଗାଁ ପ୍ରତି ଘନେଇଲା ବିପଦ

ମହାକାଳପଡ଼ା,୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ସାମୁଦ୍ରିକ ଝଡ଼ ଜୁଆର ମାଡ଼ିବା ଅଞ୍ଚଳକୁ ସୁରକ୍ଷା ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ…

ଖୁଆଡ଼ରୁ ଖସି ବାହାରକୁ ଆସିଲା ହୁଲକ୍ ଗିବନ୍

ଭୁବନେଶ୍ୱର, ୪।୯ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁଆଡ଼ରୁ ଖସି ଏକ ହୁଲକ୍ ଗିବନ୍ ବାହାରକୁ ଆସିଯିବା ଘଟଣାକୁ ନେଇ କିଛି ସମୟ ପାଇଁ ଚର୍ଚ୍ଚା ସୃଷ୍ଟି…

ଭଡ଼ା ଘରେ ଚାଲିଥିଲା ଗଞ୍ଜେଇ କାରବାର, ମାଡ଼ି ବସିଲା ପୁରୀ ପୋଲିସ

ପୁରୀ,୪।୯(ଅଜିତ୍‌ କୁମାର ମହାନ୍ତି ): ପୁରୀ ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି । ପୋଲିସ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା…

ରାତିଅଧରେ ଫାର୍ମ ହାଉସକୁ ଡାକିନେଇ ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ: ମରିଗଲା ଭାବି…

ଦିଗପହଣ୍ଡି,୪|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟିର ପ୍ରମୁଖ ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri