ମାଛ କିଣିବା ପାଇଁ ଜମୁଛି ଭିଡ

ବଲାଙ୍ଗୀର ଅଫିସ, ୨୨ା୫: ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲେ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ଉପରେ ସାମାନ୍ୟ କୋହଳ କରାଯାଇଛି। ମାତ୍ର ଏହାର ଫାଇଦା ନେଇ କେତେକ କୋଭିଡ ଗାଇଡ୍‌ଲାଇନର ଉଲ୍ଲଂଘନ କରୁଛନ୍ତି। ପ୍ରତିଦିନ ବଲାଙ୍ଗୀର ସହରରେ ସକାଳ ୭ଟାରୁ ୧୧ଟା ମଧ୍ୟରେ ବିଶେଷ କରି ମାଛବଜାର ଓ ପନିପରିବା କିଣାବିକା ବେଳେ ନାହିଁ ନ ଥିବା ଭିଡ ପରିଲକ୍ଷିତ ହେଉଛି। ବଲାଙ୍ଗୀର ରୁଗୁଡିପଡା ମାଛବଜାରରେ ଉଭୟ କେତ୍ରା ଓ ବିକ୍ରେତା କୋଭିଡ ନିୟମ ପାଳନ କରୁ ନ ଥିବା ଦେଖାଯାଉଛି। ସହର ମଧ୍ୟସ୍ଥଳ ଏବଂ ଭିଆଇପି ରାସ୍ତାରେ ଥିବାରୁ ଏଠାକୁ ପ୍ରାୟ ସହରର ସବୁ ଅଞ୍ଚଳରୁ ଲୋକେ ମାଛ କିଣିବା ପାଇଁ ଆସି ଭିଡ କରୁଛନ୍ତି । ଏଥିଯୋଗୁଁ ଏଠାରେ ସଂକ୍ରମଣ ବଢ଼ିବା ଆଶଙ୍କା ପ୍ରକାଶ ପାଉଛି ା ମ୍ୟୁନିସିପାଲିଟି, ପ୍ରଶାସନିକ ଅଧିକାରୀ ଓ ପୋଲିସ ଟିମ୍‌ ଏଠାକୁ ଆସି ଉଭୟ କେତ୍ର ଓ ବିକ୍ରେତାଙ୍କୁ ତାଗିଦ୍‌ କରିଛନ୍ତି। ମାତ୍ର କିଛିଦିନ ପରେ ପୁଣି ସାମାନ ସ୍ଥିତି ଦେଖିବାକୁ ମିଳୁଛି। ଗତବର୍ଷ କରୋନା ମହାମାରୀ ଲକ୍‌ଡାଉନ୍‌ ସମୟରେ ଏହି ମାଛ ମାର୍କେଟକୁ କୋଶଳ କଳାମଣ୍ଡଳ ପଡିଆ ଭିତରକୁ ସ୍ଥାନାନ୍ତର କରାଯାଇଥିଲା। ଚଳିତବର୍ଷ ଲକ୍‌ଡାଉନ୍‌ ଘୋଷଣା ପରେ ଡେଲିମାର୍କେଟରେ ଅସମ୍ଭାଳ ଭିଡ ହେବା ଓ ବାରମ୍ବାର ତାଗିଦ୍‌ ପରେ ମଧ୍ୟ ପନିପରିବା ବ୍ୟବସାୟୀ ଏହାକୁ ଖାତିର ନ କରିବାରୁ ଜିଲା ପ୍ରଶାସନ କଡାକଡି ଆଭିମୁଖ୍ୟ କରିବା ପରେ ଡେଲିମାର୍କେଟ ପରିବା ବ୍ୟବସାୟୀ ଶେଷରେ କୋଶଳ କଳାମଣ୍ଡଳକୁ ଆସିଥିଲେ। ବଲାଙ୍ଗୀର ଜିଲା କରୋନା ସଂକ୍ରମଣରେ ରେଡ୍‌ ଜୋନ୍‌ରେ ରହିଛି। ଏଭଳି ସମୟରେ ଜିଲା ସଦର ମହକୁମାରେ ଭିଡ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ମ୍ୟୁନିସିପାଲିଟି ଅଧିକାରୀ ବିପିନ ବିହାରୀ ଦୀପଙ୍କୁ ଘଟଣା ସମ୍ପର୍କରେ ପଚରାଯିବାରୁ ବାରମ୍ବାର ତାଗିଦ୍‌ ସତ୍ତ୍ୱେ କେତେକ କୋଭିଡ ଗାଇଡଲାଇନ୍‌ ଉଲଂଘନ କରୁଛନ୍ତିି। ଦୁଇଦିନିଆ ସପ୍ତାହାନ୍ତ ଶଟ୍‌ଡାଉନ୍‌ ପରେ ଆସନ୍ତା ସୋମବାରଠାରୁ ମାଛ ମାର୍କେଟ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri