ପଲ୍ଲିଶ୍ରୀ ମେଳାରେ ଭିଡ଼, ନାହିଁ କରୋନା ଭୟ

ପାରାଦୀପ,୬ା୧(ସ୍ବ.ପ୍ର.): ପାରାଦୀପ ସମୁଦ୍ର ବେଳାଭୂମି କଳିଙ୍ଗ ବାଲିଯାତ୍ରା ପଡିଆରେ ଗତ ୩ ତାରିଖରୁ ଚାଲିଛି ପଲ୍ଲିଶ୍ରୀ ମେଳା। ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ମେଳାରେ ମଙ୍ଗଳବାର ଓ ବୁଧବାର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଦୀର୍ଘ ଦୁଇବର୍ଷ ପରେ ବେଳାଭୂମିରେ ମେଳା ଦେଖିବା ଏବଂ ଘରକରଣା ସାମଗ୍ରୀ କିଣିବାକୁ ଲୋକଙ୍କ ସମାଗମ ଅଧିକ ରହୁଛି। ଯେଉଁ କରୋନା ଓ ଓମିକ୍ରନ୍‌ ଭାଇରସ୍‌ ପାଇଁ ସରକାର ନବବର୍ଷ ପାଳନ ଉପରେ କଟକଣା ଜାରି କରିଥିଲେ ତା’ର ଓଲଟା ଚିତ୍ର ପଲ୍ଲିଶ୍ରୀ ମେଳାରେ ଦେଖିବାକୁ ମିଳୁଛି। ଏହି ମେଳାରେ ୬୨ଟି ଷ୍ଟଲ୍‌ ହୋଇଛି ଏବଂ ଷ୍ଟଲ୍‌ ବାହାରେ ତାହାଠାରୁ ଅଧିକ ଉଠା ବ୍ୟବସାୟୀ ବସିଛନ୍ତି। ମେଳା ଭିତରକୁ ପ୍ରବେଶ ବେଳେ ଘରୋଇ ସିକ୍ୟୁରିଟି ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଉଛନ୍ତି। ଡାକବାଜି ଯନ୍ତ୍ର ଯୋଗେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଉପରେ କୁହାଯାଉଛି। କିନ୍ତୁ ମେଳା ଭିତରେ ଥିବା ଖାଇବା ଷ୍ଟଲ୍‌ଗୁଡିକରେ ଲୋକେ ରାଜସ୍ଥାନୀ ଖାଦ୍ୟ, ନୟାଗଡ଼ ଛେନାପୋଡ ଆଦି ଖାଉଛନ୍ତି। ଏଭଳି ନିୟମକୁ ନେଇ କେତେଜଣ ସାଧାରଣ ଲୋକ ପ୍ରଶ୍ନ ଉଠାଇଛନ୍ତି। ଆଇନଜୀବୀ ଗତିକୃଷ୍ଣ ଶତପଥୀ କୁହନ୍ତି, ସରକାର ନୂଆବର୍ଷ ବେଳେ ପର୍ଯ୍ୟଟନ ସ୍ଥାନ, ମନ୍ଦିର ଦର୍ଶନ ଆଦି ଉପରେ କଟକଣା ଜାରି କରି ଲୋକଙ୍କୁ ଅଟକାଉଛନ୍ତି। କିନ୍ତୁ ନିଜେ ମେଳା କରିବେ, ରାଜନୈତିକ ସଭା କରିବେ। ଏ ସମ୍ପର୍କରେ ଓରମାସ୍‌ର ସିଇଓ ସତ୍ୟସୁନ୍ଦର ଶିବରାମ ପାଇଟାଳଙ୍କୁ ପଚାରିବାରେ ଅପରାହ୍ନ ୪ଟାରୁ ୮ଟା ଯାଏ ଗହଳି ହେଉଥିଲା। ରାଜ୍ୟ ସରକାର ବୁଧବାର ନୂଆ ଗାଇଡ୍‌ଲାଇନରେ ନାଇଟ୍‌ କଫ୍ୟୁ ଜାରି କରିଛନ୍ତି। ଜିଲା ପ୍ରଶାସନ ସହ ଆଲୋଚନା କରି ଯାହା କିଛି ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ରୂପରେ ନୂଆଁଖାଇ

ପଶ୍ଚିମ ଓଡିଶାର ଭିନ୍ନ ଏକ ପରମ୍ପରା ହେଉଛି କୃଷିଭିତ୍ତିକ ଗଣପର୍ବ ନବାନ୍ନ (ନୂଆଁଖାଇ)। ଏହି ପର୍ବକୁ ପଶ୍ଚିମ ଓଡିଶାବାସୀ ମୁଖ୍ୟପର୍ବ ଭାବେ ପାଳନ କରିଥାନ୍ତି। ଅନ୍ୟ...

ବିଦେଶୀ ମଦ ବୋଝେଇ ବୋଲେରୋ ଜବତ: ୬ ଗିରଫ

ଶେରଗଡ,୯ା୫(ଡି.ଏନ୍‌.ଏ.)- ଶେରଗଡ ଚାରିଛକରେ ଶନିବାର ଭୋରରେ ବିଦେଶୀ ମଦ ବୋଝେଇ ବୋଲେରୋ (ନଂ.ଓଡି୦୭ଆର୍‌-୬୯୭୨)କୁ ଶେରଗଡ ପୋଲିସ ଏସଡିପିଓ ସୂର୍ଯ୍ୟମଣୀ ପ୍ରଧାନଙ୍କ ନେତୃତ୍ୱରେ ଜବତ କରାଯାଇଛି। ଏଥିରେ...

ସ୍ବାଧୀନତାର ୭ ଦଶନ୍ଧି ପରେ ବି ପରାଧୀନ

ଭବାନୀପାଟଣା,୨୦।୨(ସ୍ବ.ପ୍ର.): ଦେଶ ସ୍ବାଧୀନତା ପୂର୍ବରୁ ଛୁଆଁଅଛୁଆଁ ଭେଦଭାବ ରହିଥିଲା। ସେହି ସମୟରେ ଆଦିବାସୀଙ୍କୁ ଏକ ଭିନ୍ନ ଚକ୍ଷୁରେ ଦେଖାଯାଉଥିଲା। ଆଦିବାସୀଙ୍କୁ ଘୃଣା କରିବା ସହ ନିର୍ଯାତନା...

ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ଦେଲେ ୧୫ ଏସ୍‌ଏଚ୍‌ଜି

ବୌଦ୍ଧ, ୨୩ା୪(ସ୍ବ.ପ୍ର)-ବୌଦ୍ଧ ଜିଲା ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ମଶିଣାଗୋରା ଗ୍ରାମର ୧୫ଟି ଏସଏଚଜିର ମହିଳାମାନେ ମିଳିତ ଭାବରେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ୬୦୦୦ ଟଙ୍କାର ସହାୟତା...

ବଡ଼ ମେଡିକାଲର ଗୁମର କଥା: ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ପ୍ରହସନ

ବ୍ରହ୍ମପୁର ଅଫିସ,୧୬ା୧୨-ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଦକ୍ଷିଣ ଓଡ଼ିଶାର ଏକ ମାତ୍ର ଭରସାଯୋଗ୍ୟ ହସ୍ପିଟାଲ। ଏହି ହସ୍ପିଟାଲ ଉପରେ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ପୁରୀ,...

ଏଟିଏମ୍‌ରେ ନାହିଁ ସାନିଟାଇଜର ବ୍ୟବସ୍ଥା

ନିଶ୍ଚିନ୍ତକୋଇଲି,୨୪।୩(ସ୍ବ.ପ୍ର)- ଭାରତରେ କରୋନା ଭୂତାଣୁ ସଂକ୍ରମଣ ବଢିବାରେ ଲାଗିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ସାରା ରାଜ୍ୟକୁ ଲକ୍‌ଡାଉନ୍‌ କରିଦିଆଯାଇଛି। ଏହି ସମୟରେ ଜରୁରିକାଳୀନ ସେବା...

ଚାମ୍ପିୟନ ପ୍ରମୋଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧୦।୯: ଟୋକିଓ ପାରାଲିମ୍ପିକ୍ସରେ ଦେଶ ପାଇଁ ଗୌିରବ ଆଣିଥିବା ସୁନା ପୁଅ ପ୍ରମୋଦ ଭଗତ ଶୁକ୍ରବାର ଓଡ଼ିଶା ଫେରିଛନ୍ତି। ପ୍ରମୋଦ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚବାପରେ ତାଙ୍କୁ...

ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୧୬।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବି.ତୁରୁବୁଡ଼ି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଜି.ସୂର୍ଯ୍ୟ ରେଡ୍ଡୀଙ୍କ ଧାନଗଦାରେ କେହି ଦୁର୍ବୃତ୍ତ ନିଆଁ...

Advertisement
Archives

Model This Week