ନିଦ ହଜାଇଲା ଅଦିନିଆ ବର୍ଷା: କ୍ଷେତରେ ପଚି ଗଜା ହେଲାଣି ପାଚିଲା ଧାନ

ଛେନାପଦି, ୨୬ା୧୨(ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ଅଦିନିଆ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ୪ ଦିନ ପୂର୍ବେ ହୋଇଥିବା ବର୍ଷାରେ ଧାନ ବିଲରେ ପାଣି ପଶିଯାଇଥିଲା। ପୁଣି ବୁଧବାରଠାରୁ ବର୍ଷା ଲାଗି ରହିଥିବାରୁ ପରିସ୍ଥିତି ଆହୁରି ସଙ୍ଗୀନ ହୋଇଛି। କ୍ଷେତରେ ପାଚିଲା ଧାନ ଲୋଟୁଥିବା ବେଳେ ଅନେକ ହେକ୍ଟର ଜମିରେ ରବି ଫସଲ ନଷ୍ଟ ହୋଇଯାଇଛି। ବର୍ଷକର ଫସଲ ପାଣିରେ ପଡ଼ିଥିବା ଦେଖି ଚାଷୀ ଚିନ୍ତାରେ ପଡ଼ିଛନ୍ତି।

ପ୍ରକାଶ ଯେ, ହାଟଡ଼ିହୀ ବ୍ଲକ୍‌ର ଅକାରୁଆ, ବଞ୍ଚୋ, ଶାସଙ୍ଗ, ପଞ୍ଚୁଗୋଛିଆ, ସୁଲଣ, ବଡ଼ ରମ୍ପାସ, ଇଞ୍ଚୋଳ, ଓରାଳୀ, ପଢ଼ିଆରିପାଲ୍ଲି, ବାଙ୍ଗୋର, ସୋ ସୋ, ଶାଳନିଆ, ଗେଡ଼ମା, ବାଲିବରେଇ, ସଢ଼ା, ମରେଇଗାଁ ଆଦି ଅଞ୍ଚଳରେ ଏବେ ଧାନ ଅମଳ ଚାଲିଛି। ଚଳିତ ବର୍ଷ ବିଳମ୍ବରେ ଚାଷ ହୋଇଥିବାରୁ ଏସବୁ ଅଞ୍ଚଳରେ ବିଳମ୍ବରେ ଅମଳ ହେଉଛି। ଧାନ କଟା ହୋଇ ବିଲରେ ପଡ଼ିଥିବା ବେଳେ ଲଘୁଚାପ ବର୍ଷାରେ ବିଲରେ ପାଣି ହୋଇଯାଇଛି।

ଚାଷୀମାନେ ବାନ୍ଧିକି ଉଠାଇବାକୁ ବେଳ ପାଇଲେ ନାହିଁ। ବର୍ଷା ପାଣି ପଶି ଧାନ ସବୁ ଭିଜିଯାଇଛି। ଚାଷୀମାନେ ବିଲରେ ପଶି ଧାନକୁସବୁ ଏକାଠି କରି ହିଡ଼କୁ ଛାଣୁଛନ୍ତି। ହାଟଡ଼ିହୀ ଅଞ୍ଚଳରେ ଚଳିତ ବର୍ଷ ୧୭ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା। ହେଲେ ଏପରି ବର୍ଷା ପରେ ପ୍ରାୟ ୩୦ ପ୍ରତିଶତ ଧାନ କ୍ଷତିଗ୍ରସ୍ତ ହୋଇଛି। ଖଳା ବାଡ଼ିରେ ଆଣି ରଖିଥିବା ଅଧିକାଂଶ ଧାନ ଗଜା ହୋଇଗଲାଣି। ବର୍ଷା ଯୋଗୁ ଧାନର ରଙ୍ଗ ପରିବର୍ତ୍ତନ ହୋଇଯାଉଛି। ଚାଷୀ ଋଣ କରିବା ସହ ବିଭିନ୍ନ ସୂତ୍ରରୁ ଟଙ୍କା ଆଣି ଚାଷ କରିଥିବା ବେଳେ ଅଦିନିଆ ବର୍ଷାରେ ଫସଲ ନଷ୍ଟ ହୋଇଯାଇଥିବାରୁ ଚିନ୍ତାରେ ପଡ଼ିଛନ୍ତି।

ସରକାର ଏଫ୍‌କ୍ୟୁ ମାନର ଧାନ କିଣିବା ଉପରେ ଗୁରୁତ୍ୱ ଦେଉଥିବା ବେଳେ ବର୍ଷା ଯୋଗୁ କିପରି ଉନ୍ନତ ମାନର ଧାନ ଅମଳ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ଆକଳନ କରି ସହାୟତା ପ୍ରଦାନ କରିବାକୁ ବଦରମ୍ପାସ ଗ୍ରାମର ଚାଷୀ ରବିନ୍ଦ୍ର ଜେନା, କୃଷ୍ଣଚନ୍ଦ୍ର ଦାସ, ହେମନ୍ତ ସାମଲ, ସଞ୍ଜୟ ସାହୁ, ଗୋପବନ୍ଧୁ ପେରେଇ, ନାରାୟଣ ବେହେରା, ସୁଶାନ୍ତ ଜେନା, ହାଡ଼ିବନ୍ଧୁ ସାମଲ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ୍‌ କୃଷି ଅଧିକାରୀ ଡ. ଦେବୀ ପ୍ରସନ୍ନ ଖୁଣ୍ଟିଆ କହିଛନ୍ତି, କ୍ଷୟକ୍ଷତି ରିପୋର୍ଟ ଆସିନାହିଁ। ରିପୋର୍ଟ ଆସିଲେ ସରକାରଙ୍କ ନିୟମାନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri