ଯାଜପୁର, ନୂଆ ଜଗନ୍ନାଥ ରାସ୍ତା ପାଲଟିଛି ଡମ୍ପିଂୟାର୍ଡ଼, ଦୃଷ୍ଟି ଦେବାକୁ ପ୍ରଶାସନ ନିକଟରେ ଦାବି

ନିରାକାରପୁର, ୨୬।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ନିରାକାରପୁର ବଜାରରୁ ଲେଣ୍ଡୋ ପଞ୍ଚାୟତର ଯାଜପୁର ଗାଁକୁ ଯିବା ମୁଖ୍ୟ ରାସ୍ତାଟି ଏବେ ଡମ୍ପିଂୟାର୍ଡ଼ ପାଲଟିଛି। ଖାଲି ଯାଜପୁର ନୁହେଁ ଏହି ରାସ୍ତା ଉପରେ ଲେଣ୍ଡୋ ପଞ୍ଚାୟତର ରେଙ୍ଗଟା, ମାଳିସାହି, କୁନିଆଁ ସାମନ୍ତରାପୁର, ଭଗବତୀପଡ଼ା, କଣାସ ବ୍ଲକର ତଇଲା, ବରାଗଡ଼, ଅଭୟପୁର ସମେତ ପଡୋଶୀ ୫ରୁ ଉର୍ଦ୍ଧ ପଞ୍ଚାୟତବାସୀ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ମାତ୍ର ରାସ୍ତାସାରା ଡମ୍ପିଂୟାର୍ଡ଼ କାରଣରୁ ଲୋକେ ଏହି ରାସ୍ତା ନାଁ ଶୁଣିଲେ ଏବେ ନାକ ଟେକୁଛନ୍ତି । ଦୈନିକ ନିରାକାରପୁର ହାଟ ବଜାରରୁ ବାହାରୁଥିବା ଆବର୍ଜନା ଏହି ରାସ୍ତାରେ ଗଦା ହେଉଛ। ହାତ ଗଣତି କିଛି ଦୋକାନୀଙ୍କୁ ଛାଡିଦେଲେ ଦୈନିକ ଏଠାରେ ଆବର୍ଜନା ଗଦା ହେବାରେ ଲାଗିଛି । ଦୀର୍ଘଦିନ ଧରି ଆବର୍ଜନା ଜମା ହେବା କାରଣରୁ ଗତ ଲଘୁଚାପ ଜନିତ ଅଦିନିଆ ବର୍ଷା ପରେ ଏହା ପଚି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଫଳରେ ଏହି ରାସ୍ତାରେ ଯାଉଥିବା ଯାତ୍ରୀମାନେ ସମସ୍ୟାରେ ପଡୁଛନ୍ତି। ସେହିପରି ନିକଟରେ ବାସ କରୁଥିବା ଲୋକମାନେ ଏହି ଉତ୍କଟ ଗନ୍ଧଯୋଗୁ ଚଳି ପାରୁନଥିବା ଅଭିଯୋଗ କରିଛନ୍ତି। ରାସ୍ତାର ଏଭଳି ଅବ୍ୟବସ୍ଥା ପାଇଁ ବିଗତ ଦିନରେ ଲେଣ୍ଡୋ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପକ୍ଷରୁ ନିରାକାରପୁର ଥାନାରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ମିଳୁନାହିଁ। ସବୁଠାରୁ ବଡ଼ କଥା ହେଉଛି ଏହି ରାସ୍ତାଦେଇ ବିଭିନ୍ନ ସମୟରେ ବିଭିନ୍ନ ବିଭାଗର ପଦାଧିକାରୀମାନଙ୍କ ସମେତ ସ୍ବାସ୍ଥ୍ୟକର୍ମୀ, ସ୍ଥାନୀୟ ପୋଲିସ ପ୍ରଶାସନ ଏ ଅଞ୍ଚଳର ଇଷ୍ଟଦେବୀ ମା”ତୋଟାଭଗବତୀଙ୍କ ଦର୍ଶନ ସହ ଜରୁରୀ କାଳୀନ କାର୍ଯ୍ୟ ନିମନ୍ତେ ଯାଉଥିଲେ ସୁଦ୍ଧା ସେମାନଙ୍କର ଏଥିପ୍ରତି ଦୃଷ୍ଟି ନ ପଡିବା ବିଡ଼ମ୍ବନାର ବିଷୟ ବୋଲି ସାଧାରଣରେ ଅଭିଯୋଗ ହେଉଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ପରିତ୍ୟକ୍ତ ଖାଦାନରେ ବୁଡ଼ି ଯୁବକ ନିଖୋଜ

ରାଉରକେଲା, ୧୫/୮ (ସଙ୍ଗୀତା ଜେନା): ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଖାଦାନରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri