ସଙ୍କଟ ମୁକାବିଲାର ପ୍ରସ୍ତୁତି

ମମ୍‌ତା ମୂର୍ତ୍ତି

 

 

ବିଶ୍ୱରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତିରେ ଅଭାବ ଓ ଦୁର୍ବଳତାକୁ କୋଭିଡ୍‌-୧୯ ମହାମାରୀ ପୁଣି ସାମ୍‌ନାକୁ ଆଣିଛି। ଯେତେବେଳେ କୋଭିଡ୍‌ ଭୂତାଣୁ ସଂକ୍ରମଣ ଶୀର୍ଷରେ ପହଞ୍ଚତ୍ଥିଲା ସେତେବେଳେ ନିମ୍ନ ଓ ମଧ୍ୟମ ଆୟ ବର୍ଗର ଦେଶଗୁଡ଼ିକ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଅତ୍ୟାବଶ୍ୟକ ଚିକିତ୍ସା ସେବା ଯୋଗାଇଦେଇଥିଲେ। ଏଥିରେ ସେମାନେ ମାତୃତ୍ୱ ସ୍ବାସ୍ଥ୍ୟସେବା, ନିୟମିତ ଶିଶୁ ଟିକାକରଣ ଏବଂ ଅଣ ସଂକ୍ରାମକ ରୋଗର ଚିକିତ୍ସା ସେବା ଜାରି ରଖିଥିଲେ। ଉକ୍ତ ଦୁଃଖଦାୟକ ସମୟ ଅତିକ୍ରାନ୍ତ ହେବା ପରେ ଏକ ଖରାପ ସ୍ଥିତି ହଟିଯାଉଥିବା ଆଶା କରାଯାଉଥିବାବେଳେ ଭବିଷ୍ୟତରେ ଜଳବାୟୁ ପରିବର୍ତ୍ତନ, ସହରୀକରଣ, ଜଙ୍ଗଲ ଧ୍ୱଂସ, ଜଳାଭାବ, ପ୍ରାଣୀଠାରୁ ମଣିଷକୁ ରୋଗବାହାକ ଭୂତାଣୁ ସଂକ୍ରମଣ ଏବଂ ଯୁଦ୍ଧଜନିତ କ୍ଷତି ଯୋଗୁ ଲଗାତର ସାର୍ବଜନୀନ ସ୍ବାସ୍ଥ୍ୟ ସଙ୍କଟ ଆସିବାର ଆଶଙ୍କା ରହିଛି। ଜୀବନଜୀବିକା ଉପରେ ଥିବା ଏହି ସମ୍ଭାବ୍ୟ ସଙ୍କଟକୁ କମ୍‌ କରିବା ପାଇଁ ବିଶ୍ୱରେ ସରକାରଗୁଡ଼ିକ ସେମାନଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥାର କ୍ଷମତା ବୃଦ୍ଧି କରିବା ଲାଗି ଜରୁରୀ ପଦକ୍ଷେପ ନେବା ଉଚିତ। ନିକଟରେ ବିଶ୍ୱ ବ୍ୟାଙ୍କ୍‌ ରିପୋର୍ଟରୁ ଜଣାପଡ଼ିଛି ଯେ, ରୋଗ ପ୍ରତିହତକାରୀ ଏକ ସକ୍ଷମ ତଥା ଦୃଢ଼ ସମନ୍ବିତ ସ୍ବାସ୍ଥ୍ୟ ବ୍ୟବସ୍ଥା ସର୍ବଦା ବିପଦ ଓ ସଙ୍କଟଜନକ ସମସ୍ୟାଗୁଡ଼ିକୁ ଚିହ୍ନଟ କରିଥାଏ। ଏହା ଆବଶ୍ୟକ ସାଧନ ବିକାଶ କରିବାରେ ତ୍ୱରିତ ପଦକ୍ଷେପ ନେବାରେ ସକ୍ଷମ ହୋଇଥାଏ ଏବଂ ସ୍ବାସ୍ଥ୍ୟସେବାରେ ଥିବା ବାଧାଗୁଡ଼ିକୁ ଦୂର କରିବା ପାଇଁ ତ୍ୱରିତ ପଦକ୍ଷେପ ନେଇଥାଏ। ବିଶ୍ୱ ବ୍ୟାଙ୍କ ଏହି କାର୍ଯ୍ୟସୂଚୀକୁ ନେଇ ନିମ୍ନ ଓ ମଧ୍ୟମ ଆୟ ବର୍ଗର ଦେଶଗୁଡ଼ିକ ସହ କାର୍ଯ୍ୟ କରିଆସୁଛି ଏବଂ ୩୪ ବିଲିୟନ ଡଲାରର ବୈଶ୍ୱିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ୨୪୦ରୁ ଅଧିକ ପ୍ରୋଜେକ୍ଟକୁ ସାମିଲ କରିଛି। ଏହି କାର୍ଯ୍ୟକ୍ରମସବୁ ସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରାଥମିକ ସେବା ଏବଂ ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକୁ ସଶକ୍ତ କରି ଗରିବ ଓ ବିପଦରେ ଥିବା ଲୋକମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ସମ୍ମିଳିତ ପଦକ୍ଷେପ ନେବାକୁ ଦେଶଗୁଡ଼ିକୁ ସାହାଯ୍ୟ କରୁଛି। ଉଦାହରଣ ସ୍ବରୂପ, ଜୁନ୍‌ ୨୦୨୨ରେ ବିଶ୍ୱବ୍ୟାଙ୍କ ପାକିସ୍ତାନର ସ୍ବାସ୍ଥ୍ୟ କ୍ଷେତ୍ରକୁ ମଜଭୁତ କରିବା, ଜରୁରୀ ସ୍ବାସ୍ଥ୍ୟ ସ୍ଥିତିକୁ ଭଲ ଭାବେ ମୁକାବିଲା କରିବା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ଉପକରଣ ଯୋଗାଇବା ଲକ୍ଷ୍ୟରେ ସେଠାକାର ଜାତୀୟ ସ୍ବାସ୍ଥ୍ୟ ସହଯୋଗ କାର୍ଯ୍ୟକ୍ରମକୁ ୨୫୮ ମିଲିୟନ ଡଲାର ମଞ୍ଜୁର କରିଥିଲା।
ସ୍ବାସ୍ଥ୍ୟସେବାରେ ଥିବା ଅଭାବଗୁଡ଼ିକୁ ପୂରଣ କରିବା ପାଇଁ ନୂଆ କରି ମହାମାରୀ ପାଣ୍ଠି (ପାଣ୍ଡେମିକ୍‌ ଫଣ୍ଡ) ଗଢ଼ାଯାଇଛି। ବିକାଶଶୀଳ ଦେଶଗୁଡ଼ିକ ଆଗାମୀ ସ୍ବାସ୍ଥ୍ୟ ସଙ୍କଟକୁ ଲକ୍ଷ୍ୟକରି ତା’ପୂର୍ବରୁ ପ୍ରତିଷେଧମୂଳକ ପଦକ୍ଷେପ ବଢ଼ାଉଥିବାରୁ ଏବଂ ପ୍ରସ୍ତୁତିରେ ଉନ୍ନତି ଆଣୁଥିବାରୁ ସେମାନଙ୍କ ପାଇଁ ଆର୍ଥିକ ସହଯୋଗର ଆବଶ୍ୟକତା ରହିଛି। ଏଥିପାଇଁ ଏହି ଫଣ୍ଡ୍‌ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାରେ ଏକ ପ୍ରମୁଖ ଉତ୍ସ । ଏହା ଜି୨୦ ସହଯୋଗରେ ପ୍ରତିଷ୍ଠା କରାଯାଇଛି। ସାର୍ବଭୌମ ଡୋନର ରାଷ୍ଟ୍ର, ଅର୍ଥ ସାହାଯ୍ୟ ଗ୍ରହଣ କରୁଥିବା ଦେଶର ସରକାର, ଜନସେବାରେ ବ୍ରତୀ ସଂସ୍ଥା ଏବଂ ସିଭିଲ୍‌ ସୋସାଇଟି ସଂଗଠନଗୁଡ଼ିକର ସଦସ୍ୟମାନଙ୍କୁ ନେଇ ଗଠିତ ଏକ ସମ୍ମିଳିତ କମିଟି ଦ୍ୱାରା ଉକ୍ତ ଫଣ୍ଡ ସଞ୍ଚାଳିତ। ଫଣ୍ଡ୍‌ ୧.୬ ବିଲିୟନ ଡଲାର ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏବେ ତାହା ପ୍ରଥମ ପର୍ଯ୍ୟାୟ ପାଣ୍ଠି ଯୋଗାଣ ସମ୍ପର୍କରେ ଘୋଷଣା କରିଛି। ଏହି ଅତିରିକ୍ତ ଦୀର୍ଘମିଆଦୀ ସାଧନଗୁଡ଼ିକ ସାର୍ବଜନୀନ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ମଜଭୁତ କରିବା ସହ ସଙ୍କଟ ସମ୍ପର୍କରେ ସଚେତନ କରିବ। ପ୍ରାଥମିକ ସତର୍କତାମୂଳକ ପଦକ୍ଷେପରେ ଉନ୍ନତି ଆଣିବା ସହ ଗୋଷ୍ଠୀ ସ୍ବାସ୍ଥ୍ୟକର୍ମୀଙ୍କ ସଂଖ୍ୟା ବଢ଼ାଇବାରେ ଦେଶଗୁଡ଼ିକୁ ସାହାଯ୍ୟ କରିବ। ଦୃଢ ଯୋଗାଯୋଗ ଏବଂ ଗୋଷ୍ଠୀ ଭାଗୀଦାରି ବିଶ୍ୱାସ ବୃଦ୍ଧି କରି ସଙ୍କଟର ମୁକାବିଲାରେ ସହଯୋଗ କରିବ। ମହାମାରୀ ପରେ ସବୁ ଦେଶ ଅଣ୍ଟା ସଳଖୁଥିବାବେଳେ ସେମାନେ ଅନେକ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ତେବେ ଏକ ଦୃଢ ସ୍ବାସ୍ଥ୍ୟ ବ୍ୟବସ୍ଥା ସେବାର ପ୍ରସ୍ତୁୂତିରେ ଉନ୍ନତି ଆଣି ଏହି ସବୁ ଆହ୍ବାନର ପ୍ରଭାବକୁ ହ୍ରାସ କରିପାରିବ। ଏହାସହ ଉପଯୋଗୀ କାର୍ଯ୍ୟକ୍ରମଗୁଡ଼ିକୁ ମଜଭୁତ କରି ଅନ୍ୟ ସ୍ବାସ୍ଥ୍ୟ ସଙ୍କଟର ସଞ୍ଚାଳନ ବି କରିିବ।
ବିଭିନ୍ନ ଦେଶ ଓ ଆଞ୍ଚଳିକଭିତ୍ତିରେ ଆବଶ୍ୟକତା ଏବଂ ପଦକ୍ଷେପରେ ଫରକ ରହିବା ସ୍ବାଭାବିକ। ଉଦାହରଣ ସ୍ବରୂପ,ସଂକ୍ରାମକ ରୋଗ ପ୍ରକାଶ ପାଇବାର ପେଣ୍ଠ ହେଉଛି କାମ୍ବୋଡ଼ିଆ। ଏହା ମଣିଷ, ପ୍ରାଣୀ ଏବଂ ପରିବେଶର ସ୍ବାସ୍ଥ୍ୟ କ୍ଷେତ୍ରରେ ସାମଗ୍ରିକ ଭାବେ ବହୁ ସେକ୍ଟରଭିତ୍ତିକ ସହଯୋଗ ବଢ଼ାଇବାକୁ ଯୋଜନା କରିଛି। କେନିଆ ସଂକ୍ରାମକ ରୋଗ ନିୟନ୍ତ୍ରଣ ସକାଶେ ସର୍ଭିଲାନ୍ସ ଓ ପରୀକ୍ଷାଗାର କ୍ଷମତା ବୃଦ୍ଧି କରିବାକୁ ଚାହଁୁଛି। ବାଂଲାଦେଶ ଭବିଷ୍ୟତରେ ମହାମାରୀର ମୁକାବିଲା କରିବାକୁ ସ୍ବାସ୍ଥ୍ୟ ସେବା ସୁବିଧା, କର୍ମଚାରୀ ସଂଖ୍ୟା ଓ ମାଇକ୍ରୋବାୟୋଲୋଜି ପରୀକ୍ଷାଗାର କ୍ଷମତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଏଣୁ ସାରା ବିଶ୍ୱେରେ ଦୃଢ ସ୍ବାସ୍ଥ୍ୟ ସଞ୍ଚାଳକ ଏବଂ ମଜଭୁତ ସାର୍ବଜନୀନ ସ୍ବାସ୍ଥ୍ୟ ସଂସ୍ଥାଗୁଡ଼ିକ ତଥ୍ୟ ଆଧାରିତ ନିଷ୍ପତ୍ତି ନେବା ସହ ସଙ୍କଟ ସମ୍ପର୍କିତ ଯୋଜନା ନିଶ୍ଚିତ କରିବା ଅତି ଗୁରୁତ୍ୱପୂର୍ଣ୍ଣ। ଦେଶଗୁଡ଼ିକ ମଧ୍ୟ ବାହ୍ୟ ସଂସାଧନଗୁଡ଼ିକର ଉପଯୋଗ କରିବା ପାଇଁ ବିତ୍ତୀୟ କ୍ଷେତ୍ର ପ୍ରସ୍ତୁୂତ କରିବାକୁ ହେବ। ସମନ୍ବିତ ଓ ସକ୍ଷମ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ବୁଝାମଣାଭିତ୍ତିକ ନିବେଶଗୁଡ଼ିକ ଅଧିକ ପ୍ରଭାବୀ ହୁଏ। ଏହିସବୁ ନିବେଶରୁ ସାର୍ବଜନୀନ ଜରୁରୀ ସ୍ବାସ୍ଥ୍ୟସେବା କ୍ଷେତ୍ରକୁୁ ଦୀର୍ଘମିଆଦୀ ଲାଭ ବି ମିଳିବ।
ଏକ ଦୃଢ଼ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ଏହା ଭିତରେ ଓ ବାହାରେ ଭାଗୀଦାରିର ଆବଶ୍ୟକତା ରହିଛି। ଏହା ବ୍ୟତୀତ କୋଭିଡ୍‌-୧୯ ମହାମାରୀ ମୁକାବିଲାରେ ପ୍ରମୁଖ ଭୂମିକା ନେଇଥିବା ସିଭିଲ୍‌ ସୋସାଇଟି ଓ ପ୍ରାଇଭେଟ ସେକ୍ଟର ସହ ସାମିଲ କରିବାକୁ ପଡ଼ିବ। ସ୍ବାସ୍ଥ୍ୟ ଝଟ୍‌କାରୁ ସୁରକ୍ଷା ଲାଗି ଗବେଷଣା କ୍ଷମତା ବୃଦ୍ଧି କରିବା ସହ ଚିକିତ୍ସା ପ୍ରଯୁକ୍ତିର ନୂତନତ୍ୱକୁ ଗ୍ରହଣ କରିବା ଦରକାର ଏବଂ ଡିଜିଟାଲ ଟେକ୍‌ନୋଲୋଜିକୁ ଆପଣାଇବାକୁ ହେବ। ଏହି ଦାୟିତ୍ୱ ବଡ଼ ହେଲେ ବି ଆମେ ଅତୀତର ସଙ୍କଟ ଆମକୁ ମୂଲ୍ୟବାନ ଶିକ୍ଷା ଦେଇଛି ଏବଂ ସଫଳତା କିଭଳି ହାସଲ କରାଯାଇପାରେ ତାହା ଆମକୁ ଦେଖାଇଦେଇଛି। ଉଦାହରଣ ସ୍ବରୂପ୨୦୧୪-୧୬ ମଧ୍ୟରେ ଇବୋଲା କାରଣରୁ ପଶ୍ଚିମ ଆଫ୍ରିକାରେ ୧୧,୦୦୦ ଲୋକଙ୍କ ଜୀବନ ନେଇଥିଲା। ଏଥିପାଇଁ ଆଫ୍ରିକା ମହାଦେଶର ସବୁଅଞ୍ଚଳରେ ସର୍ଭିଲାନ୍ସ ଓ ସଞ୍ଚାଳନ ପାଇଁ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନଶନ ପ୍ରତିଷ୍ଠା କରାଯାଇଥିଲା। ଫଳରେ ଇବୋଲା ନିୟନ୍ତ୍ରଣ ସମ୍ଭବ ହୋଇଥିଲା।
କୋଭିଡ୍‌-୧୯ ମହାମାରୀ କ୍ରମଶଃ ଦୁର୍ବଳ ହେଉଥିବାରୁ ଏବେ ଖୁସି ହେବାର ସମୟ ନୁହେଁ। ଆମେ ସମସ୍ତେ ମହାମାରୀର ବିଧ୍ୱଂସକ ପ୍ରଭାବକୁ ନିକଟରୁ ଦେଖିଛେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଆକଳନ ଅନୁଯାୟୀ କୋଭିଡ୍‌ ମହାମାରୀ ଯୋଗୁ ୨୦୨୦-୨୧ରେ ବିଶ୍ୱରେ ପାଖାପାଖି ୧୫ ମିଲିୟନ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ମହାମାରୀ ଦାରିଦ୍ର୍ୟ ହ୍ରାସ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଲିଙ୍ଗଗତ ସମାନତାରେ ଯାହା ହାସଲ କରିବା କଥା ତାହା କରାଇ ଦେଇ ନ ଥିଲା। ତେବେ ଭବିଷ୍ୟତ ସଙ୍କଟକୁ ମୁକାବିଲା କରିବା ପାଇଁ ସ୍ବାସ୍ଥ୍ୟ ସାମର୍ଥ୍ୟ ବଢ଼ାଇବା ସହ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବା ପାଇଁ ନିର୍ଣ୍ଣାୟକ ପଦକ୍ଷେପ ଲୋଡ଼ା। ଏହା ନିଶ୍ଚିତ ଯେ,ଅଧିକ ସଙ୍କଟ ଆସିବ। ଏଣୁ ଦେଶଗୁଡ଼ିକ ଦୀର୍ଘମିଆଦୀ ଏବଂ ସ୍ଥାୟୀ ନୀତି ପାଇଁ ରାଜନୈତିକ ଇଚ୍ଛାଶକ୍ତି ପ୍ରକାଶ କଲେ ତାହା ସେମାନଙ୍କ ନାଗରିକ ଓ ଅର୍ଥ ବ୍ୟବସ୍ଥାକୁ ସୁରକ୍ଷିତ ରଖିବ।

ମାନବ ବିକାଶର ଉପାଧ୍ୟକ୍ଷ (ବିଶ୍ୱ ବ୍ୟାଙ୍କ)


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?