Posted inଜାତୀୟ

ଇଣ୍ଡିଆ ମେଣ୍ଟ ସଙ୍କଟରେ: ସୁପ୍ରିମ୍‌କୋର୍ଟରେ ମୁହାଁମୁହିଁ ୨ ସହଯୋଗୀ…

ନୂଆଦିଲ୍ଲୀ,୧।୧୦ : ଆଗକୁ ୨୦୨୪ ଳୋକସଭା ନିର୍ବାଚନ। ଏଭଳି ସ୍ଥିତିରେ ଇଣ୍ଡିଆ ମେଣ୍ଟରେ ସବୁକିଛି ଠିକ ଚାଲି ନାହିଁ। ମେଣ୍ଟର ୨ ସହଯୋଗୀ ସୁପ୍ରିମକୋର୍ଟରେ ମୁହାଁମୁହିଁ ହୋଇଛନ୍ତି। ଫଳରେ ମେଣ୍ଟ ସଙ୍କଟରେ ରହିଛି। କର୍ନାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ଘୋଷଣା କରିଛନ୍ତି ପଡୋଶୀ ତାମିଲନାଡୁକୁ ୩୦୦୦ କ୍ୟୁସେକ ଜଳ ଛାଡିବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିବା କାବେରୀ ୱାଟର ମ୍ୟାନେଜମେଣ୍ଟ ଅଥରିଟି (ସିଡବ୍ଲ୍ୟୁଏମଏ) ନିର୍ଦ୍ଦେଶର ଉତ୍ତରରେ ଏକ ସମୀକ୍ଷା ଆବେଦନ କରାଯାଇଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ପରିସ୍ଥିତିର ଆକଳନ କରିବା ପରେ ସିଡବ୍ଲ୍ୟୁଏମଏ ନିର୍ଦ୍ଦେଶନାମା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ସମୀକ୍ଷା ଆବେଦନ ମଧ୍ୟ କରାଯିବ।

ଜାରି ରହିଥିବା କାବେରୀ ଜଳ ବିବାଦର ସମାଧାନ ପାଇଁ ସିଦ୍ଦରାମାୟା, କ୍ୟାବିନେଟର ବରିଷ୍ଠ ସଦସ୍ୟଙ୍କ ସହ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏବଂ ଆଡଭୋକେଟ ଜେନେରାଲଙ୍କ ସହ ଏକ ବୈଠକ କରିଥିଲେ। ଏହାପୂର୍ବରୁ, ସିଡବ୍ଲ୍ୟୁଏମଏ କବେରୀ ଜଳ ନିୟାମକ କମିଟି (ସିଡବ୍ଲ୍ୟୁଆରସି)ର ନିଷ୍ପତ୍ତିକୁ ସମର୍ଥନ କରି କର୍ନାଟକକୁ ଅକ୍ଟୋବର ୧୫ ସୁଦ୍ଧା ତାମିଲନାଡୁକୁ ପ୍ରତିଦିନ ୩୦୦୦ କ୍ୟୁସେକ ଜଳ ଛାଡିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ଜଳ ବାଣ୍ଟିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ମଧ୍ୟ ଉପସ୍ଥିତ ଥିଲେ।

ଭାଜପା ଏମପି ତେଜସୱୀ ସୂର୍ଯ୍ୟ ଏହି ପ୍ରସଙ୍ଗରେ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛନ୍ତି। ତାମିଲନାଡୁରେ ଇଣ୍ଡିଆ ମେଣ୍ଟ ସହଯୋଗୀ ଡିଏମକେକୁ ସମର୍ଥନ କରିବା ପାଇଁ କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ଅଧିକ ପ୍ରଚାର କରୁଛି ବୋଲି ସୂର୍ଯ୍ୟ ଅଭିଯୋଗ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସମନ୍ବୟର ଅଭାବକୁ ନେଇ ଉଦବେଗ ପ୍ରକାଶ କରିବା ସହ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ରାଜନୈତିକ ଉଦ୍ଦେଶ୍ୟମୂଳକ କି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି।

ତାମିଲନାଡୁକୁ ଅଧିକ ଜଳ ଛାଡିବା କର୍ନାଟକର ପାନୀୟ ଜଳର ଆବଶ୍ୟକତା ଉପରେ ଗୁରୁତର ପ୍ରଭାବ ପକାଇବ ବୋଲି ସୂର୍ଯ୍ୟ ଗୁରୁତ୍ୱାରୋପ କରିଛନ୍ତି। ସିଡବ୍ଲ୍ୟୁଏମଏ ଆଗରେ ଏହି ବାସ୍ତବତା ଉପସ୍ଥାପନ କରିବାକୁ ସେ ରାଜ୍ୟକୁ ଅନୁରୋଧ କରିଛନ୍ତି। ସେ କର୍ନାଟକର ଏକ ଆହ୍ବାନପୂର୍ଣ୍ଣ ଜଳ ପରିସ୍ଥିତି ଉପରେ ଆଲୋକପାତ କରି କାବେରୀ ଅବବାହିକାରେ ଥିବା ୩୪ ଟି ତାଲୁକ ମଧ୍ୟରୁ ୩୨ ଟିରେ ୬୦ ପ୍ରତିଶତ ବୃଷ୍ଟିପାତର ଅଭାବ ଏବଂ ମରୁଡ଼ି ପରିସ୍ଥିତିକୁ ଦର୍ଶାଇଛନ୍ତି। ତାମିଲନାଡୁକୁ ଅତିରିକ୍ତ ଜଳ ଛାଡିବା ପୂର୍ବରୁ କର୍ନାଟକର ନିଜସ୍ବ ଜଳ ସଙ୍କଟ ଦୂର କରିବା ଉପରେ ସୂର୍ଯ୍ୟ ଗୁରୁତ୍ୱ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?