Posted inଫୁରସତ

ହାଇଡ୍ରୋମ୍ୟାନ; ପାଣି ଭିତରେ କରୁଛନ୍ତି ଡ୍ୟାନ୍ସ, ଖେଳୁଛନ୍ତି କ୍ରିକେଟ୍‌ …

ପାଣି ଭିତରେ ଅଳ୍ପ କିଛି ସମୟ ରହିବା ବି ମୃତ୍ୟୁର ନିକଟତର ହେବା ଭଳି ଅନୁଭୂତ ଦିଏ। କିନ୍ତୁ ଜଣେ ଯୁବକ ପାଣି ଭିତରେ ଅନେକ ସମୟ ରହି ତା’ ଭିତରେ ଡ୍ୟାନ୍ସ କରୁଛନ୍ତି, କ୍ରିକେଟ୍‌ ଖେଳୁଛନ୍ତି, ମାଇକେଲ ଜ୍ୟାକ୍ସନଙ୍କ ପରି ମୁନ୍‌ଓ୍ବାକ ବି କରିପାରୁଛନ୍ତି। ପାଣି ଭିତରେ ଏଭଳି ଚକିତ ହେବାଭଳି କାର୍ଯ୍ୟ କରୁଥିବାରୁ ସେ ଏବେ ‘ହାଇଡ୍ରୋମ୍ୟାନ’ ଭାବେ ବେଶ୍‌ ପରିଚିତ। ସେ ହେଉଛନ୍ତି ରାଜକୋଟର ୨୮ ବର୍ଷୀୟ ଜୟଦୀପ ଗୋହିଲ। ଆଜିକାଲି ଜୟଦୀପ ସୋସିଆଲ ମିଡ଼ିଆରେ ତାଙ୍କ ଭିଡ଼ିଓଗୁଡିକ ବେଶ୍‌ ଭାଇରାଲ ହେଉଛି। ତାଙ୍କ ଭିଡ଼ିଓଗୁଡ଼ିକରେ ସେ କେବେ ପାଣି ଭିତରେ ସିଧା ସିଧା ଚାଲୁଥିବା ଦେଖିବାକୁ ମିଳନ୍ତି, ତ କେବେ ଓଲଟା ଅର୍ଥାତ୍‌ ଗେଡ଼ ଉପରକୁ କରି ହାତରେ ଚାଲନ୍ତି। କେବେ ମାଇକେଲ ଜ୍ୟାକ୍ସନଙ୍କ ସଙ୍ଗିତରେ ନୃତ୍ୟ କରନ୍ତି ଓ ମୁନ୍‌ ଓ୍ବାକ କରନ୍ତି। ପୁଣି କେବେ ପାଣି ଭିତରେ ହିପ୍‌ହପ୍‌, ବ୍ରେକଡ୍ୟାନ୍ସ, କନଟେମ୍ପରାରୀ ଡ୍ୟାନ୍ସ ତ ଆଉ କେବେ କ୍ରିକେଟ୍‌ ବି ଖେଳନ୍ତି। ଆଉ ଏସବୁ ସେ ଅକ୍ସିଜେନ୍‌ ସିଲିଣ୍ଡରର ବିନା କରନ୍ତି। ତଥାପି ପାଣି ଭିତରେ ଏସବୁ ଷ୍ଟଣ୍ଟକୁ ଏତେ ସରଳ ଓ ସହଜଭାବେ କରନ୍ତି ଯେ, ସେ କରୁଥିବା ସବୁ କାର୍ଯ୍ୟ ବେଶ ସହଜ ପରି ଲାଗେ। ତେବେ ଜୟଦୀପ ପାଣି ଭିତରେ କରୁଥିବା ଏହି ଆଶ୍ଚର୍ଯ୍ୟଜନକ ଷ୍ଟଣ୍ଟ କରିବା ଲାଗି ପୂର୍ବରୁ ଅନେକ ଅଭ୍ୟାସ କରିଛନ୍ତି। ଦୀର୍ଘ ୧୦ ବର୍ଷର ଅଭ୍ୟାସ ପରେ ଯାଇ ଆଜି ସେ ଏତେ ସହଜତାର ସହ ଅଣ୍ଡରଓ୍ବାଟର ଷ୍ଟଣ୍ଟ ସବୁ କରିପାରୁଛନ୍ତି। ଏବେ ସେ ୧୦ ଫୁଟ ଗଭିର ଜଳ ଭିତରକୁ ଯାଇ ୪ ମିନିଟ୍‌ରୁ ଉର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ନିଶ୍ୱାସ ଅଟକାଇ ଅଜବ କାରନାମା ସବୁ କରିପାରୁଛନ୍ତି। ଗଭିର ଜଳ ଭିତରେ ପାଣିର ଚାପ ଅଧିକ ଥାଏ। ଆଉ ପାଣି ଭିତରେ ନୃତ୍ୟ କଲାବେଳେ ପାଣି ବ୍ୟକ୍ତିଙ୍କୁ ଉପରକୁ ଅବା ସାଇଡକୁ ଠେଲିଥାଏ। ଏମିତିରେ ବାଲାନ୍ସ ରଖି ଷ୍ଟଣ୍ଟ କରିବା ବହୁତ କଷ୍ଟକର ହୋଇଥାଏ। ତଥାପି ନିଜର ପ୍ରଚେଷ୍ଟା ବଳରେ ସେ ଖୁବ୍‌ ସହଜତାର ସହ ଅଣ୍ଡରଓ୍ବାଟର ଡ୍ୟାନ୍ସ କରିପାରୁଛନ୍ତି। ସେଥିପାଇଁ ତାଙ୍କୁ ଭାରତର ହାଇଡ୍ରୋମ୍ୟାନ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?