Posted inଜାତୀୟ

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ୨୬ ବର୍ଷୀୟ ସନୀ କୁମାର ଓରଫ୍ ରାହୁଲ।

ସୂଚନା ଅନୁଯାୟୀ, ସନୀ ନିଜ ପତ୍ନୀ କାଜଲ ଏବଂ ତିନୋଟି ସାନ ପିଲାଙ୍କ ସହ ଉତ୍ତରାଖଣ୍ଡର ହଲ୍ଦୱାନୀରେ ରହୁଥିଲେ। କିଛି ଦିନ ପୂର୍ବରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ କଳହ ହୋଇଥିଲା, ଯାହାପରେ ପତ୍ନୀ ନିଜ ପିଲାମାନଙ୍କୁ ଧରି ବରେଲୀସ୍ଥିତ ବାପଘରକୁ ଚାଲିଆସିଥିଲେ। ରବିବାର ଦିନ ସନୀ ମଧ୍ୟ ହଲ୍ଦୱାନୀରୁ ବରେଲୀ ପହଞ୍ଚିଥିଲେ।

ବରେଲୀ ଆସିବା ପରେ ଫୋନ୍‌ରେ ପତ୍ନୀଙ୍କ ସହ ପୁନର୍ବାର ତାଙ୍କର କଥା କଟାକଟି ହୋଇଥିଲା। ପରିବାର ଲୋକଙ୍କ କହିବା ଅନୁଯାୟୀ, କଥାବାର୍ତ୍ତା ସମୟରେ ହଠାତ୍ ସନୀ ଫେସବୁକ୍‌ରେ ଲାଇଭ୍ ଭିଡିଓ କରି ଜୀବନ ହାରିଦେବାକୁ କଥା କହିଥିଲେ। ଲାଇଭ୍ ଭିଡିଓ ସମୟରେ ତାଙ୍କ ପତ୍ନୀ କାଜଲ ତାଙ୍କୁ କ୍ରମାଗତ ଭାବେ ଫୋନ୍ କରୁଥିଲେ ମଧ୍ୟ ସନୀ ଫୋନ୍ ଉଠାଇ ନ ଥିଲେ ଏବଂ ଶେଷରେ ଘର ଭିତରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ନିୟମ କଡ଼ାକଡ଼ି କଲେ ଉପଜିଲାପାଳ; ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ମନା, ପାଳନ ନକଲେ….

ଗୁଣପୁର,୧୯।୮(ସୁଜାତା ପାଢ଼ୀ)- ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ଜାରି କରାଯାଇଛି । ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ…

କର୍କ ଆଣିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର, ୨୦ ବର୍ଷ…

କଟକ,୧୯।୮(ପ୍ରଭୁକଲ୍ୟାଣ ପାଲ୍): ବ୍ୟାଡମିଣ୍ଟନ ଖେଳ ସମୟରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ସଜା ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍ସୋ ଅଦାଲତ । ଆସାମୀ ଜନ୍ମେଜୟ ମଲ୍ଲିକ ଓରଫ…

Gen Z ମନ ଜିତିବାକୁ BJPର ଅଭିଯାନ, କୋଚିଂ ସେଣ୍ଟରରୁ କଲେଜ ଯାଏ ପହଞ୍ଚିବେ ନେତା

ନୂଆଦିଲ୍ଲୀ,୧୯।୮: Gen-Z ଯୁବପିଢ଼ିଙ୍କ ନିକଟରେ ପହଞ୍ଚିବା ପାଇଁ ରଣନୀତି ବଦଳାଇଛି ଭାଜପା । ଏଣିକି କେବଳ ସୋସିଆଲ ମିଡିଆ ମେସେଜିଂ ନୁହେଁ, ଯୁବପିଢ଼ିଙ୍କ ସହ ସିଧାସଳଖ ଆଲୋଚନା…

ଗୋବିନ୍ଦାଙ୍କ ଛାଡପତ୍ରକୁ ନେଇ ବଡ଼ ଖୁଲାସା କଲେ ମ୍ୟାନେଜର, ଏହି କାରଣରୁ କୋର୍ଟ ଯାଇଥିଲେ ସୁନିତା ଆହୁଜା

ମୁମ୍ବାଇ,୧୯।୮: ବଲିଉଡ୍ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୈବାହିକ ଜୀବନକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଜାରି ରହିଛି । ଦୁହେଁଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri