Posted inଖେଳ

ମ୍ୟାଚ ଫି’ ଅପେକ୍ଷାରେ ଘରୋଇ କ୍ରିକେଟର

ମୁମ୍ବାଇ, ୨୯।୬: ଗତ କ୍ରିକେଟ ସିଜନରେ ରଣଜୀ ଟ୍ରଫି ଏବଂ ସୟଦ ମୁସ୍ତାକ ଅଲୀ ଟି୨୦ ଟୁର୍ନାମେଣ୍ଟ ଖେଳିଥିବା ଅନେକ ଘରୋଇ କ୍ରିକେଟର ଏପର୍ଯ୍ୟନ୍ତ ମ୍ୟାଚ ଫି’ ପାଇ ନ ଥିବା ଜଣାଯାଇଛି। ଗତ ମାର୍ଚ୍ଚ ମାସରେ ଏ ସବୁ ପ୍ରତିଯୋଗିତା ଶେଷ ହୋଇଥିଲା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସଭାପତି ଦାୟିତ୍ୱ ଗ୍ରହଣ ପରେ ସୌରଭ ଗାଙ୍ଗୁଲି କହିଥିଲେ ଯେ, ଘରୋଇ କ୍ରିକେଟରମାନେ ପାଉଥିବା ବେତନ ଢାଞ୍ଚାରେ ପରିବର୍ତ୍ତନ କରାଯିବ। ମାତ୍ର କରୋନା ଭାଇରସ ସଂକ୍ରମଣଜନିତ ଲକଡାଉନ୍‌ ଯୋଗୁ ଘରୋଇ ପ୍ରଥମଶ୍ରେଣୀ ଏବଂ ଲିଷ୍ଟ-ଏ କ୍ରିକେଟ ଖେଳିଥିବା ଖେଳାଳିମାନେ ଚିନ୍ତାରେ ଅଛନ୍ତି। ଜଣେ ଖେଳାଳି ରଣଜୀ ଟ୍ରଫି ଖେଳିଲେ ଦିନକୁ ପ୍ରାୟ ୩୫,୦୦୦ ଏବଂ ମୁସ୍ତାକ ଅଲୀ ଟି୨୦ ଖେଳିଲେ ୧୭,୫୦୦ ଟଙ୍କା ପାଇଥାନ୍ତି। ଯଦି ଜଣେ ଖେଳାଳି ପୂରା ସିଜନ (୯ ଗେମ୍‌) ଖେଳେ ତେବେ ପାଖାପାଖି ୧୩ ଲକ୍ଷ ଟଙ୍କା ପାଇଥାଏ। ମାତ୍ର ଏହି ଫି’ ଅନେକ ଖେଳାଳି ପାଇ ନାହାନ୍ତି। ମ୍ୟାଚ ଫି’ ବ୍ୟତୀତ ଘରୋଇ କ୍ରିକେଟରମାନେ ବିସିସିଆଇ ବର୍ଷକୁ ଆୟ କରୁଥିବା ମୋଟ ରାଜସ୍ବର କିଛି ଅଂଶ (ଜିଆରଏସ) ମଧ୍ୟ ପାଇଥାନ୍ତି। ୨୦୧୬-୧୭ ସିଜନରୁ ତାହା ମଧ୍ୟ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବକ୍‌ନରଙ୍କୁ ପଛରେ ପକାଇବେ ଅଲିମ୍‌ ଦାର

ଦୁବାଇ, ୧୨।୧୨(ପି.ଟି.)- ପାକିସ୍ତାନ ଅମ୍ପାୟର ଅଲିମ୍‌ ଦାର ଏବେ ଓ୍ବେଷ୍ଟଇଣ୍ଡିଜର ଷ୍ଟିଭ୍‌ ବକ୍‌ନରଙ୍କ ରେକର୍ଡକୁ ଅତିକ୍ରମ କରିବାକୁ ଯାଉଛନ୍ତି। ଅମ୍ପାୟର ହିସାବରେ ସର୍ବାଧିକ ଟେଷ୍ଟ ମ୍ୟାଚ୍‌...

ଓଡ଼ିଶାରେ ଦ୍ୱିତୀୟଥର ହେବ ଜାତୀୟ ସିନିୟର ଭଲିବଲ

ଭୁବନେଶ୍ୱର, ୪।୧(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ କ୍ରମାଗତ ଦ୍ୱିତୀୟଥରପାଇଁ ହେବ ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌। ଭଲିବଲ ଇତିହାସରେ ପ୍ରଥମଥରପାଇଁ ଗତବର୍ଷ ଏହି ପ୍ରତିଯୋଗିତା ଆୟୋଜନ କରି...

ଟୋକିଓ ଅଲିମ୍ପିକ୍ସ: କୋଭିଡ୍‌-୧୯ ଟିକା ଜରୁରୀ ପ୍ରସଙ୍ଗକୁ ଆଇଓସିର ଅସ୍ବୀକାର

ସିଡନୀ,୨୯।୪ (ଏପି): ଅଲିମ୍ପିକ୍ସ ଆୟୋଜନ ପାଇଁ କୋଭିଡ୍‌-୧୯ ଟିକା ଜରୁରୀ ବୋଲି କେତେକ ବୈଜ୍ଞାନିକ ଓ ଡାକ୍ତର ପରାମର୍ଶ ଦେଇଛନ୍ତି। ଏ ନେଇ ମଧ୍ୟ ଚର୍ଚ୍ଚା...

ନ୍ୟୁଜିଲାଣ୍ଡକୁ ୬ ଉଇକେଟରେ ହରାଇଲା ଭାରତ

ଲକ୍ଷୌ୍ନ,୨୯।୧: ଲକ୍ଷୌ୍ନ ଏକନା କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୬ ଉଇକେଟରେ ବିଜୟୀ ହୋଇଛି। ଫଳରେ...

ପ୍ରଥମ ଖେଳାଳି ଭାବେ ଡବ୍ଲ୍ୟୁଟିସିରେ ରେକର୍ଡ

ବେଙ୍ଗାଲୁରୁ,୧୫।୩: ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କ୍ୟାରିୟରରେ ଆଉ ଏକ ସଫଳତା ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦିବାରାତ୍ର ତଥା ଦ୍ୱିତୀୟ ଟେଷ୍ଟରେ ଅଶ୍ୱିନ...

‘ହକିକୁ କ୍ୟାରିୟର କରିଥିବାରୁ ଗର୍ବ ଲାଗୁଛି’

ଭୁବନେଶ୍ୱର, ୧୯।୧ (ତପନ ସ୍ବାଇଁ): ”ଭାରତ ଏବଂ ଓଡ଼ିଶାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ହେଉଛି ହକି ବିଶ୍ୱକପ୍‌। ଏଥିପାଇଁ ସମଗ୍ର ଓଡ଼ିଶାରେ ଉତ୍ସବର ପରିସ୍ଥିତି...

ଓଡ଼ିଶା ଆଥ୍‌ଲେଟିକ୍ସ ଦଳ ଘୋଷଣା

ଭୁବନେଶ୍ୱର, ୨।୨ (କ୍ରୀଡ଼ା ପ୍ରତିନିଧି): ମଧ୍ୟପ୍ରଦେଶର ବିଭିନ୍ନ ସହରରେ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ୫ମ ସଂସ୍କରଣ ଆରମ୍ଭ ହୋଇଯାଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ...

ଇଂଲଣ୍ଡରେ କ୍ରିକେଟ ମହାକୁମ୍ଭ 

ଲଣ୍ଡନ, ୩୦।୫: କ୍ରିକେଟ ବିଶ୍ୱକପର ଦ୍ୱାଦଶ ସଂସ୍କରଣ ପାଇଁ କ୍ଷେତ୍ର ପ୍ରସ୍ତୁତ। ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ ଆନୁକୂଲ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି...

Advertisement
Archives

Model This Week